Advertisment

ପୁରୀରେ ପାଣ୍ଡିଆନଙ୍କୁ ବିରୋଧ; ଗୋ ବ୍ୟାକ୍‌ ନାରା ଦେଲେ କଂଗ୍ରେସ କର୍ମୀ

ସକାଳୁ ସକାଳୁ ୫ଟି ଚେୟାରମ୍ୟାନ ଭି. କେ ପାଣ୍ଡିଆନଙ୍କୁ ପୁରୀରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ ।

ଅଦ୍ୟତନ ହୋଇଛି
Protest

Protest

Advertisment

ସକାଳୁ ସକାଳୁ ୫ଟି ଚେୟାରମ୍ୟାନ ଭି. କେ ପାଣ୍ଡିଆନଙ୍କୁ ପୁରୀରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଛି କଂଗ୍ରେସ । ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯିବା ସହ ଗୋ- ବ୍ୟାକ୍‌ ନାରା ବି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ ପ୍ରାୟ ୧୦ କଂଗ୍ରେସ କର୍ମୀଙ୍କୁ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିବା ବେଳେ ୫ ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି।

Advertisment

ଏନେଇ କଂଗ୍ରେସ ନେତା ସୁଜିତ ମହାପାତ୍ର କହିଛନ୍ତି, ସରକାର ମଠମନ୍ଦିର ଭାଙ୍ଗି ପ୍ରଥମେ ହେରିଟେଜ କରିଡର ନିର୍ମାଣ ହେଉଥିବା କହିଲେ। ଏହାପରେ ତାହାକୁ ପରିକ୍ରମା ପ୍ରକଳ୍ପ ନାଁରେ ନାମିତ କଲେ। ଏହି ପ୍ରକଳ୍ପ ନାଁରେ ଦୁଇଟି ଶୌଚାଳୟ, ଗୋଟିଏ ଅଣଓସାରିଆ ରାସ୍ତାର ଉଦ୍‌ଘାଟନ ଆସନ୍ତା ୧୭ ତାରିଖରେ କରିବେ । ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହାକୁ କଂଗ୍ରେସ ତୀବ୍ର ବିରୋଧ କରୁଛି। 

ସେହିପରି ସରକାର ମହାପ୍ରଭୁ ଜଗନ୍ନାଥଙ୍କ ପାରମ୍ପରିକ ବ୍ୟବସ୍ଥାକୁ କୁଠାରଘାତ କରିଛନ୍ତି। ଜଣେ ୟୁଟୁବର, ଗୋମାଂସ ଭକ୍ଷଣକାରୀ କାମିୟା ଜାନିଙ୍କୁ ମନ୍ଦିରରେ ପ୍ରବେଶ କରାଇ ସେ ଜଗନ୍ନାଥଙ୍କୁ ବିଶ୍ୱରେ ପରିଚିତ କରାଇବେ ବୋଲି କହୁଛନ୍ତି। ଏପରି ଅଭଦ୍ରାମୀ ବିରୋଧରେ ଆମେ କଳା ପତାକା ପ୍ରଦର୍ଶନ କରିଛୁ। ଶ୍ରୀମନ୍ଦିରର ଐତିହ୍ୟ, ପରମ୍ପରା ଉପରେ ସରକାର କଳଙ୍କ ଲଗାଇଥିବାରୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଏପରି ବିରୋଧ କରାଯାଇଛି।

Advertisment

ଏହାବାଦ କଂଗ୍ରେସ ପକ୍ଷରୁ ଶ୍ରୀମନ୍ଦିର ୪ ଦୁଆର ଖୋଲିବା ସହ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପୂର୍ବରୁ ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇ ଦାବିପତ୍ର ଦିଆଯାଇଥିଲା। ଏହାପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏହାପରେ କଂଗ୍ରେସ ତରଫରୁ ସଂକିର୍ତ୍ତନ ସତ୍ୟାଗ୍ରହ, ତୁଳସୀ ଯାତ୍ରା କରାଯାଇଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ନିଘା ଦେଲେନି। ଏହା ପ୍ରତିବାଦରେ ଦଳ ଆଜି ବିରୋଧ ପ୍ରଦର୍ଶନ କରିଥିବା କହିଛି।

ପୁଲିସ୍‌ ତୁରନ୍ତ ବିରୋଧ ପ୍ରଦର୍ଶନକାରୀ ୧୦ କଂଗ୍ରେସ କର୍ମୀଙ୍କୁ ଉଠାଇ ଅଜ୍ଞାତ ସ୍ଥାନକୁ ନେଇ ଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

କିଛି ଦିନ ପୂର୍ବେ ନିକଟରେ ଭଦ୍ରକ ଆରଡ଼ିର ବାବା ଆଖଣ୍ଡଳମଣୀ ମନ୍ଦିରରେ ଆମ ଓଡିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବିରୋଧ କରାଯାଇଥିଲା । ପାଣ୍ତିଆନ ଦର୍ଶନ ସାରି ଯିବା ପରେ ମନ୍ଦିରର ସେବାୟତ ମାନେ ଗୋବର ପାଣି ଓ ଗଙ୍ଗାଜଳ ସିଞ୍ଚନ କରିଥିଲେ । ଗୋ-ମାଂସ ଭକ୍ଷଣକାରୀ କାମିୟା ଜାନିଙ୍କୁ ପାଣ୍ଡିଆନ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇ ଭାରତୀୟ ସଂସ୍କୃତିର ପରମ୍ପରାକୁ ନଷ୍ଟ କରୁଥିବା ବୋଲି ଅଭିଯୋଗ କରିଥିଲେ ସେବାୟତ ।

Congress Puri Shreemandir Puri Protest Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe