Advertisment

ଇସିଙ୍କ ଅଫିସ ଆଗରୁ ଟିଏମସି ସାଂସଦମାନଙ୍କୁ ଉଠାଇ ନେଲା ପୁଲିସ୍‌

ଟିଏମସି ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଘୋଷାଡ଼ି ନେଇ ଅଟକ ରଖିଥିଲା।

TMC

TMC

Advertisment

ଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନଙ୍କ ଅଫିସ ବାହାରେ ବିକ୍ଷୋଭ କରୁଥିବା ଟିଏମସିର ୧୦ ଜଣ ସାଂସଦଙ୍କୁ ଉଠାଇ ନେଇ ଅଟକ ରଖିଛି ପୁଲିସ୍‌। ଶାସକ ଦଳ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବିରୋଧୀଙ୍କ ବିରୋଧରେ ବ୍ୟବହାର କରୁଥିବାରୁ ଏହାର ପ୍ରତିବାଦ ଟିଏମସି ପକ୍ଷରୁ କରାଯାଇଛି।

Advertisment

ଟିଏମସି ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଘୋଷାଡ଼ି ନେଇ ଅଟକ ରଖିଥିଲା। ସାମ୍ନାକୁ ଆସିଥିବା ଭିଡିଓରୁ ଦେଖିବାକୁ ମିଳୁଛି ଯେ ରାଜ୍ୟସଭା ସାଂସଦ ଡେରେକ ଓବ୍ରାଏନଙ୍କୁ ପୁଲିସ୍‌ ଠେଲା ପେଲା କରିବା ସହ ବଳ ପୂର୍ବକ ଟେକି ନେଇ ବସ୍‌ରେ ବସାଉଛି।

ଟିଏମସିର ୧୦ ଜଣ ଯାକ ସାଂସଦ ନିର୍ବାଚନ କମିଶନର ପୂର୍ଣ୍ଣ ବେଞ୍ଚକୁ ଦେଖା କରିବାକୁ ଚାହୁଁଥିଲେ। କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରାଯାଉଛି। ଏଥିସହ ୪ ତଦନ୍ତକାରୀ ସଂସ୍ଥାର ମୁଖ୍ୟ ମାନଙ୍କୁ ହଟାଇବାକୁ ଟିଏମସି ଦାବି କରିଛି।

Advertisment

ଏହି ୧୦ ଜଣିଆ ପ୍ରତିନିଧି ମଣ୍ଡଳରେ ଓବ୍ରାଏନଙ୍କ ସମେତ ଢୋଲା ସେନ, ସାଗରିକା ଘୋଷ, ସାକେତ ଗୋଖଲେ ଓ ଶିତାଂଶୁ ସେନ ପ୍ରମୁଖ ରହିଥିଲେ। ସେମାନେ ସବୁ ଦଳକୁ ନିର୍ବାଚନରେ ସମାନ ସୁଯୋଗ ଦାବିରେ ୨୪ ଘଣ୍ଟିଆ ବିକ୍ଷୋଭ କରିବେ ବୋଲି କହିଥିଲେ।

ନିର୍ବାଚନ କମିଶନରଙ୍କୁ ଦେଖା କରିବା ପରେ ପୁଲିସ୍‌ ସେମାନଙ୍କୁ ଅଫିସ ସାମ୍ନାରୁ ଚାଲି ଯିବାକୁ ଅନୁରୋଧ କରିଥିଲା। ହେଲେ ସେମାନେ ଅଫିସ ସାମ୍ନାରେ ବିକ୍ଷୋଭ ଆରମ୍ଭ କରିଦେଇଥିଲେ। ପ୍ରାୟ ୧ ଘଣ୍ଟା ପରେ ପୁଲିସ ସେମାନଙ୍କୁ ବଳପୂର୍ବକ ସେଠାରୁ ଉଠାଇ ନେଇ ବସ୍‌ରେ ଭର୍ତ୍ତି କରିଥିଲା। ଓବ୍ରାଏନଙ୍କୁ ଠେଲାପେଲା କରି ପୁଲିସ କର୍ମଚାରୀମାନେ କିଛି ଦୂରରେ ଥିବା ଗୋଟିଏ ବସ୍‌କୁ ନେଉଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଟିଏମସି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି କେବଳ ବିରୋଧୀଙ୍କ ଉପରେ ଫୋକସ କରୁଛି। କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହେଉଥିବା ଗିରଫଦାରୀ ସଂପୂର୍ଣ୍ଣ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେମାନେ କହିଛନ୍ତି।

ଟିଏମସି ସାଂସଦ ଢୋଲା ସେନ କହିଛନ୍ତି, “୨୦୨୨ର ଗୋଟିଏ ମାମଲାରେ ଏନଆଇଏ ୨୦୨୪ରେ ଗିରଫ କରୁଛୁ। ଆଇନ ଶୃଙ୍ଖଳା ରାଜ୍ୟର ବ୍ୟାପାର ଓ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ସ୍ଥାନୀୟ ପୁଲିସ୍‌କୁ ସୂଚିତ କରାଯିବା କଥା। ହେଲେ ସେମିତି କିଛି ବି କରାଯାଉଛି। ତେଣୁ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକର ୪ ମୁଖ୍ୟଙ୍କୁ ବଦଳା ଯାଉ।”

ଏପ୍ରିଲ ୧ରେ ଆମେ ନିର୍ବାଚନ କମିଶନର ଅଧିକାରୀମାନଙ୍କୁ ଭେଟିଥିଲୁ। ନିର୍ବାଚନୀ ଗଣତନ୍ତ୍ରରେ ସମସ୍ତଙ୍କର ସମାନ ସୁଯୋଗ ରହିଛି। ସିବିଆଇ, ଇଡି, ଏନଆଇଏ ଓ ଆୟକର ବିଭାଗ ଯେଉଁ ଭଳି ମାତିଛନ୍ତି, ସେଥିରୁ ଲାଗୁଛି ଯେ ସେମାନେ ବିଜେପିର ବ୍ରାଞ୍ଚ ସଦସ୍ୟ।

ଏପରି ପଦକ୍ଷେପ ବିରୋଧୀଙ୍କ ଜୀବନକୁ କଷ୍ଟକର କରି ଦେଇଛି। ବିଜେପି ନେତାଙ୍କ ଘରେ ଏନଆଇଏ ଅଫିସରମାନେ ବୈଠକ କରିଥିବା ଟିଏମସି ସାଂସଦ ସାଗରିକା ଘୋଷ ଅଭିଯୋଗ କରିଛନ୍ତି।

ଉଦାହରଣ ଦେଇ ସେ କହିଛନ୍ତି, ଏପ୍ରିଲ ୫ ଓ ୬ ତାରିଖ ରାତିରେ ଏନଆଇଏ ଅଧିକାରୀମାନେ ପୁଲିସ୍‌କୁ ବିନା କୌଣସି ସୂଚନା ଦେଇ ରେଡ୍‌ କରିଥିଲେ। ଦୁଇ ବର୍ଷ ତଳର ଗୋଟିଏ କେସ୍‌ରେ ଏନଆଇଏ ଏପରି ପଦକ୍ଷେପ ନେଇଛି। ଭୋର ୩ଟାରେ ମହିଳାମାନଙ୍କ ଘର ରେଡ କରାଯାଉଛି।

ସେମାନେ ମହିଳାମାନଙ୍କୁ ହଇରାଣ କରିବା ସହ ଅସଦାଚରଣ କରିଛନ୍ତି। ତେଣୁ ଏନଆଇଏ, ଇଡି, ସିବିଆଇ ଓ ଆୟକର ବିଭାଗର ମୁଖ୍ୟମାନଙ୍କୁ ବଦଳାଇବା ପାଇଁ ନିର୍ବାଚନ କମିଶନଙ୍କୁ ଅଦୁରୋଧ କରାଯାଇଥିବା ସାଗରିକା କହିଛନ୍ତି।

TMC Eci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe