Advertisment

ବ୍ୟାନ ସତ୍ତ୍ୱେ ଫୁଟିଲା ବାଣ, ବଢ଼ିଲା ପ୍ରଦୂଷଣ: କିନ୍ତୁ ସମର୍ଥନରେ ବାହାରିଲେ ବିଜେପି ନେତା

ଦୀପାବଳିର ମଧ୍ୟାହ୍ନ ସୁଦ୍ଧା ଦିଲ୍ଲୀରେ ବାୟୁର ଗୁଣବତ୍ତା ୮ ବର୍ଷ ମଧ୍ୟରେ ସବୁଠାରୁ ଭଲ ଥିଲା। କିନ୍ତୁ ଆଜି ସକାଳେ ଦିଲ୍ଲୀ ପୁଣିଥରେ ଗ୍ୟାସ ଚ୍ୟାମ୍ବରରେ ପରିଣତ ହୋଇଛି।

Delhi

Delhi

Advertisment

ପ୍ରଦୂଷଣ ବଳୟରେ ଅସ୍ତବ୍ୟସ୍ତ ହେଉଥିବା ରାଜଧାନୀର ସ୍ଥିତି ଦୀପାବଳି ପରେ ଆହୁରି ବେହାଲ ହୋଇଛି। ବାଣ ଫୁଟାଇବା ଉପରେ ରୋକ ଲାଗିଥିଲେ ମଧ୍ୟ ଦିଲ୍ଲୀର ଅଧିକାଂଶ ଲୋକ ଏହାକୁ ବେଖାତିର କରିଛନ୍ତି। ସେମାନେ ବାଣ ଫୁଟାଇବାରୁ ଆଜି ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଆହୁରି ସାଂଘାତିକ ହୋଇଛି।

Advertisment

ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥିବା ବେଳେ ଏହାକୁ ନେଇ ଶାସକ ଆପ ଓ ବିରୋଧୀ ବିଜେପି ମଧ୍ୟରେ ଦୋଷ ଲଦାଲଦି ଆରମ୍ଭ ହୋଇଯାଇଛି। ପ୍ରଦୂଷଣ ବଢ଼ିଥିଲେ ହେଁ ବିଜେପି ନେତା ବାଣ ଫୁଟାକୁ ସମର୍ଥନ କରିଛନ୍ତି। ଏପରି କି ବାଣ ଫୁଟାଇଥିବା ଦିଲ୍ଲୀବାସୀଙ୍କ ପାଇଁ ଗର୍ବିତ ବୋଲି ବିଜେପି ନେତା କପିଲ ମିଶ୍ରା କହିଛନ୍ତି।

ବ୍ୟାନ ସତ୍ତ୍ୱେ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାଇବାକୁ ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ହରିୟାଣାରେ ଲୋକଙ୍କୁ ସରକାର ଅନୁମତି ଦେଇଥିବା ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଲ ରାୟ ଅଭିଯୋଗ କରିଛନ୍ତି।

Advertisment

ସେ କହିଛନ୍ତି ଯେ “ଦିଲ୍ଲୀରେ ଆଜି ପ୍ରଦୂଷଣ ବଢ଼ିବାର ମୁଖ୍ୟ କାରଣ ହେଉଛି ଦୀପାବଳିରେ ବାଣ ଫୁଟାଇବା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଜେପି ତା’ର ଦାୟିତ୍ୱ ସମ୍ପାଦନ କରିନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେପି ବାଣ ଫୁଟା ଯାଉ ବୋଲି ଚାହୁଁଥିଲା। ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ହରିୟାଣର ପୁଲିସ୍‌ ବିଜେପି ସହ ରହିଛନ୍ତି। ତେଣୁ ବାଣ ମନଇଚ୍ଛା ଲୋକମାନେ ଫୁଟାଇଛନ୍ତି।”

ଦୀପାବଳିର ମଧ୍ୟାହ୍ନ ସୁଦ୍ଧା ଦିଲ୍ଲୀରେ ବାୟୁର ଗୁଣବତ୍ତା ୮ ବର୍ଷ ମଧ୍ୟରେ ସବୁଠାରୁ ଭଲ ଥିଲା। କିନ୍ତୁ ଆଜି ସକାଳେ ଦିଲ୍ଲୀ ପୁଣିଥରେ ଗ୍ୟାସ ଚ୍ୟାମ୍ବରରେ ପରିଣତ ହୋଇଛି।

ଅନ୍ୟପକ୍ଷରେ ଦିଲ୍ଲୀ ବିଜେପି ଉପ ସଭାପତି କପିଲ ମିଶ୍ରା କହିଛନ୍ତି, “ବାଣ ଫୁଟା ଉପରେ ଲାଗିଥିବା ରୋକ ବିଜ୍ଞାନ ସମ୍ମତ ନୁହେଁ। ଏହାର କୌଣସି ଯୁକ୍ତି ନାହିଁ। ଏହା ଏକଛତ୍ରବାଦର ପରିଚୟ। ଦିଲ୍ଲୀବାସୀଙ୍କ ପାଇଁ ମୁଁ ଗର୍ବିତ। ଏସବୁ ପ୍ରତିରୋଧ ବିରୋଧୀ, ସ୍ୱାଧୀନତା ଓ ଗଣତନ୍ତ୍ରର ସ୍ୱର। ଲୋକମାନେ ବେଶ ସାହାସର ସହ ଅନସାଇଣ୍ଟିଫିକ, ଇଲଜିକାଲ ଓ ଡିକ୍ଟରିଆଲ ବ୍ୟାନକୁ ବିରୋଧ କରିଛନ୍ତି।”

ଗୋପାଲ ରାୟଙ୍କ ସମାଲୋଚନା କରି କପିଲ ମିଶ୍ରା ଗାଜାରେ ଇସ୍ରାଏଲ କରୁଥିବା ହମଲାକୁ ପ୍ରଦୂଷଣ ସହ ଯୋଡ଼ିଛନ୍ତି। ସେ କହିଛନ୍ତି, “ପ୍ରଦୂଷଣ ପାଇଁ ବାଣ ଫୁଟାକୁ ଦାୟୀ କରିବା ନିର୍ବୋଧର ପରିଚୟ। ଗତ ସପ୍ତାହରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ୫୦୦ ଥିଲା। ଦୀପାବଳି ପରେ ଏହା ୨୯୬କୁ ଖସିଛି।

ପ୍ରଦୂଷଣ କେମିତି ଖସିଲା? ଯଦି ବାଣ ପାଇଁ ପ୍ରଦୂଷଣ ବଢ଼ୁଛି, ତା’ହେଲେ ଗାଜା ବିଶ୍ୱର ସବୁଠାରୁ ପ୍ରଦୂଷିତ ସ୍ଥାନ ହୋଇଥାଆନ୍ତା। ପ୍ରଦୂଷଣ ସହ ଲଢ଼। ପିଲାଙ୍କ ବାଣ ସହ ଲଢ଼େଇ କରନାହିଁ।”

Bjp AAP Delhi Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe