Advertisment

କେଜ୍ରିୱାଲଙ୍କୁ ଇଲେକ୍ଟ୍ରିକ କେଟିଲ, ଟେବୁଲ, ଚେୟାର ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇ ଜେଲରେ ଅଛନ୍ତି ଅରବିନ୍ଦ କେଜ୍ରିୱାଲ।

Representative Image

Representative Image

Advertisment

ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଗିରଫ ହୋଇ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦିଲ୍ଲୀର ଏକ କୋର୍ଟ, କେଜ୍ରିୱାଲଙ୍କୁ ଇଲେକ୍ଟ୍ରିକ୍ କେଟିଲ୍, ଟେବୁଲ୍ ଏବଂ ପଢିବା ପାଇଁ ଚୌକି ଦେବାକୁ ତିହାର ଜେଲକୁ କହିଛନ୍ତି। 

Advertisment

ଏଥିସହ ଜେଲ୍ ମାନୁଆଲର ଏକ କପି ମଧ୍ୟ ପ୍ରଦାନ କରିବାକୁ କୋର୍ଟ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ସେ କିଛି ସାମଗ୍ରୀ ବ୍ୟବହାର ପାଇଁ ଅନୁମତି ମାଗିଥିଲେ। ସ୍ୱତନ୍ତ୍ର ଜଜ୍ କାବେରୀ ବାୱେଜା ଆବେଦନ ଅନୁସାରେ କେଜ୍ରିୱାଲଙ୍କୁ ଏହି ସବୁ ସାମଗ୍ରୀ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। 

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ କେଜ୍ରିୱାଲ। ଇଡି ତାଙ୍କୁ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି। ଏପ୍ରିଲ ୧ରେ ଇଡିର ରିମାଣ୍ଡ ଅବଧି ସରିବା ପରେ ଉକ୍ତ କୋର୍ଟ ତାଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍ ପଠାଇ ଦେଇଛନ୍ତି।

Advertisment

ସେପଟେ, କେଜ୍ରିୱାଲ ଗିରଫଦାରୀକୁ ବିରୋଧ କରି କୋର୍ଟରେ ହାଜର ହୋଇଛନ୍ତି। ଗତକାଲି ଏ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତିକୋର୍ଟ। ଆଜି ରାୟ ପ୍ରକାଶ ପାଇପାରେ।  

Arvind Kejriwal AAP Delhi Liquor Policy Scam Tihar Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe