Advertisment

ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସ ଗଢ଼ିଲା ପ୍ରଦେଶ ନିର୍ବାଚନ ପରିଚାଳନା କମିଟି

ଦଳର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ୨୮ଜଣ ସଦସ୍ୟ ଅଛନ୍ତି।

Congress, prasad harichandan

Congress, prasad harichandan

Advertisment

ଚଳିତ ସାଧାରଣ ନିର୍ବାଚନରେ ୧୧୧ଟି ବିଧାନସଭା ଓ ୧୭ଟି ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ଆଜି ନିଜର ନିର୍ବାଚନ ପରିଚାଳନା କମିଟି ଗଠନ କରିଛି । ଦଳର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ୨୮ଜଣ ସଦସ୍ୟ ଅଛନ୍ତି । ଏମାନଙ୍କ ବ୍ୟତୀତ ଏକ୍ସଅଫିସିଓ ଭାବେ ଦଳର ଛାମୁଆ ସଂଗଠନର ସଭାପତି, ସମସ୍ତ ପୂର୍ବତନ ପିସିସି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ସାମିଲ କରାଯାଇଛି ।

Advertisment

ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରସ୍ତାବ ଆଧାରରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶାରେ କଂଗ୍ରେସର ନିର୍ବାଚନ ପରିଚାଳନା କମିଟି ଗଟଠନ କରିଛନ୍ତି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ପିସିସି ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ କାର୍ଯ୍ୟ କରିବେ । ସେହିପରି ବରିଷ୍ଠ ନେତା ମନୋରଞ୍ଜନ ଦାଶ ଆବାହକ,ବାଙ୍କନିଧି ବେହେରା ଓ ବିକାଶ ଗରାବଡ଼ୁ ଉଭୟ ଯୁଗ୍ମ ଆବାହକ ଭାବେ ରହିଛନ୍ତି ।

ଏହି କମିଟିରେ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା, ସୁଶୀଲା ତିରିଆ, ଶରତ ରାଉତ,  ରାମଚନ୍ଦ୍ର ଖୁଣ୍ଟିଆ, ବିଜୟ କୁମାର ପଟ୍ଟନାୟକ, ପଂଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ନକୁଳ ନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ହମିଦ୍ ହୁସେନ୍‌, ବନ୍ଦିତା ପରିଡ଼ା, ଶୁଭେନ୍ଦୁ ମହାନ୍ତି, ମନୋଜ ଜେନା, ଦେବାଶିଷ ଭୂୟାଁ, ସୀତାଂଶୁ ଦାସ, କିଶୋର ଜେନା, ଲୋକନାଥ ମହାରଥୀ, ରାଜୀବ ପଟ୍ଟନାୟକ ପ୍ରମୁଖ ସଦସ୍ୟ ଅଛନ୍ତି । ଏହି କମିଟିରେ ଏକ୍ସ-ଅଫିସିଓ ସଭ୍ୟ ଭାବେ ସମସ୍ତ ପୂର୍ବତନ ପିସିସି ସଭାପତି ଓ ବିରୋଧଦଳ ନେତା, ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପଦାଧିକାରୀ, ରାଜ୍ୟ ଛାମୁଆ ସଂଗଠନର ଅଧ୍ୟକ୍ଷ ମାନଙ୍କୁ ସାମିଲ କରାଯାଇଛି ।

Advertisment
Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe