Advertisment

ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ, ପ୍ରକ୍ସି ରୁଲ୍ କି ରିମୋଟ୍ କଂଟ୍ରୋଲ ସରକାର ଚାହୁଁନା: ଅପରାଜିତା

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ, ଜନସଭାକୁ ସମ୍ବୋଧନ ଓ ପ୍ରକଳ୍ପ ଘୋଷଣା ଆଦିକୁ ନେଇ ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ପୁଣିଥରେ କଡ଼ା ସମାଲୋଚନା କରିଛନ୍ତି ।

MP Aparajita Sarangi

MP Aparajita Sarangi

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ, ଜନସଭାକୁ ସମ୍ବୋଧନ ଓ ପ୍ରକଳ୍ପ ଘୋଷଣା ଆଦିକୁ ନେଇ ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ପୁଣିଥରେ କଡ଼ା ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହବନ୍ଦୀ, ଜଣେ ନିମ୍ନପଦସ୍ଥ ସରକାରୀ କର୍ମଚାରୀ ସମସ୍ତଙ୍କୁ ଅଣଦେଖା କରି କାମ କରୁଛନ୍ତି ବୋଲି ଅପରାଜିତା ଅଭିଯୋଗ କରିଥିବାବେଳେ ଯଦି  ଦେହ ଖରାପ ଅଛି, ଗାଦି ଛାଡ଼ିଦେବା ଦରକାର କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ସିଧାସଳଖ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।

Advertisment

ଆଜି ଖୋର୍ଦ୍ଧାର ମଳିପଡ଼ାଠାରେ ଏକ ଜୋନସ୍ତରୀୟ ଦଳୀୟ ସମାବେଶକୁ ସମ୍ବୋଧିତ କରି ଶ୍ରୀମତୀ ଷଡ଼ଙ୍ଗୀ ଆଜି ଫାଇଭ-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ସମାଲୋଚନା କରିଛନ୍ତି । ସାଢ଼େ ୪କୋଟି ଓଡ଼ିଶାବାସୀ ତାଙ୍କ ଉପରେ ଭରସା କରି ମୁଖ୍ୟମନ୍ତ୍ରୀ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ଦୃଶ୍ୟମାନ ହେଉନାହାନ୍ତି ତା’ହେଲେ ତାଙ୍କ ତରଫରୁ ଜଣେ ମନ୍ତ୍ରୀ, ସାଂସଦ କି ବିଧାୟକଙ୍କୁ ସେ ପ୍ରତିନିଧି କରି ପଠାନ୍ତୁ । ଆମେ ନିମ୍ନପଦସ୍ଥ ସଚିବ ପାହ୍ୟାର ଜଣେ ସରକାରୀ କର୍ମଚାରୀକୁ ଦେଖିବାକୁ ଚାହୁଁନା ।  ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ଅଛି, ସେ ଗୃହବନ୍ଦୀ ଅଛନ୍ତି । ଗତ ୪ବର୍ଷ ଧରି ଏଭଳି ସ୍ଥାଣୁ ଅବସ୍ଥା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଜାପାନ ଯାଇ ପାରୁଛନ୍ତି କିନ୍ତୁ ଏଠି ଲୋକଙ୍କ ସମ୍ମୁଖକୁ ଆସିପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଆସନ୍ତୁ । ପ୍ରକଳ୍ପ ଘୋଷଣା କରନ୍ତୁ । ନିଜ ମନ୍ତ୍ରୀ,ସାଂସଦ,ବିଧାୟକ,ସରପଂଚ ୱାର୍ଡମେମ୍ବରଙ୍କ ସହ ସଭାସମିତି କରନ୍ତୁ । ଯଦି ଜଣେ ନିମ୍ନପଦସ୍ଥ ସରକାରୀ କର୍ମଚାରୀ ସମସ୍ତଙ୍କୁ ଅଣଦେଖା କରି ନିଜେ ଏସବୁ କାର୍ଯ୍ୟ କରୁଛନ୍ତି ତା’ହେଲେ ଆମେ ସମସ୍ତେ ମିଳିତ ଭାବେ ଏଭଳି ବ୍ୟବସ୍ଥାକୁ ନିନ୍ଦା କରିବା ପାଇଁ ଆଗେଇ ଆସିବା ଉଚିତ୍ ।

ଶ୍ରୀମତୀ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଯଦି ମୁଁ ଜଣେ ସାଂସଦ ଭାବେ ନିଜ ଦାୟିତ୍ୱ ନିର୍ବାହ ଠିକ୍ ଭାବେ କରିପାରିବିନି, ତା’ହେଲେ ଇସ୍ତଫା ଦେଇଦେବା ଦରକାର । ଆମେ ପ୍ରକ୍ସି ରୁଲ୍ କିମ୍ବା ରିମୋଟ କଂଟ୍ରୋଲ ସରକାର ଚାହୁଁନା ବୋଲି ଅପରାଜିତା କହିବା ସହ ସମସ୍ତେ ଏହାର ପ୍ରତିବାଦ ପାଇଁ ଆହ୍ୱାନ ଦେଇଛନ୍ତି ।

Advertisment

ଅନ୍ୟପକ୍ଷରେ, ଶ୍ରୀମତୀ ଷଡ଼ଙ୍ଗୀଙ୍କ କଟାକ୍ଷର ଜବାବ ରଖିଛି ବିଜେଡି । ଦଳର ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ ଓ ବିଧାୟକ ରାଜେନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ସାଂସଦ ମ୍ୟାଡ଼ାମ ବୋଧେ କିଛି ଜାଣିପାରୁନାହାନ୍ତି । ଖାଲି ରାଜନୀତି କରୁଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ବି ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଉ ମୁଖ୍ୟମନ୍ତ୍ରୀ କିଭଳି ଗୃହବନ୍ଦୀ ହେଲେ ଓଲଟା ଅପରାଜିତାଙ୍କୁ ପ୍ରଶ୍ନ କରିଛନ୍ତି ।

Odisha Politics Bjd Politics Bjp Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe