Advertisment

ଆପ୍ ନେତାଙ୍କୁ ଅକାଳି ଦଳ ନେତାଙ୍କ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି

ଶିରୋମଣି ଅକାଳୀ ଦଳର ଜଣେ ନେତା ଆପର ଜଣେ ନେତାଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।

author-image
Debibandita Barick
AAP leader

AAP leader

ପଞ୍ଜାବର ଜଣେ ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ଗୁଳିମାଡ଼। ଶିରୋମଣି ଅକାଳୀ ଦଳର ଜଣେ ନେତା ତାଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଦୁଇ ଦଳର ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଏହି ଘଟଣା ପଞ୍ଜାବର ଫଜିଲ୍କା ଅଞ୍ଚଳରେ ଘଟିଛି। ସ୍ଥାନୀୟ ଆପ୍ ନେତା ମନଦୀପ ସିଂହ ବ୍ରାର ଏବଂ ଅକାଳି ଦଳ ନେତା ଭରଦେବ ସିଂହ ମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା।

ଏହି ସମୟରେ ଭରଦେବ ସିଂହ, ମନଦୀପ ସିଂହଙ୍କ ଉପରକୁ ଗୁଳି ଚଳାଇଥିଲେ। ଏନେଇ ଜଲାଲବାଦ ଆପ୍ ବିଧାୟକ ଜଗଦୀପ କାମ୍ବୋଜ ଗୋଲ୍ଡୀ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ସେପଟେ, ଗୁଳିମାଡ଼ ପରେ ମନଦୀପ ସିଂହଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପ୍ରଥମେ ଜଲାଲବାଦର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ବିଗିଡ଼ିବାରୁ ଲୁଧିଆନାର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।  

Firing AAP Punjab AAP Shiromani Akali Dal