Advertisment

ସାମ୍ନାକୁ ଆସିଲା ମନ୍ତ୍ରୀଙ୍କ ଅତ୍ୟନ୍ତ ଆପତ୍ତିଜନକ ଭିଡିଓ

ଭାଇରାଲ ଭିଡିଓରେ ମନ୍ତ୍ରୀ ଜଣଙ୍କ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ତାଙ୍କ ଗୁପ୍ତାଙ୍ଗ ଦେଖାଉଛନ୍ତି। ସୋମବାର ଏକାଧିକ ବିଜେପି ନେତା ଏହି ଭିଡିଓକୁ ଶେୟାର କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

author-image
Hemant Lenka
AAP

AAP

ପଞ୍ଜାବର କ୍ଷମତାସୀନ ଆପ୍‌ର ଅଡ଼ୁଆ ବଢ଼ିଛି। ଆପ୍‌ ସରକାରରେ ମନ୍ତ୍ରୀ ଥିବା ବଲକାର ସିଂହଙ୍କ ଗୋଟିଏ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ମନ୍ତ୍ରୀ ଜଣଙ୍କ ଜଣେ ୨୧ ବର୍ଷୀୟ ଯୁବତୀଙ୍କୁ ତାଙ୍କ ଗୁପ୍ତାଙ୍ଗ ଦେଖାଉଛନ୍ତି। ସୋମବାର ଏକାଧିକ ବିଜେପି ନେତା ଏହି ଭିଡିଓକୁ ଶେୟାର କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ବଲକାର ସିଂହଙ୍କୁ ଯୁବତୀ ଜଣଙ୍କ ଚାକିରି ପାଇଁ ଯୋଗାଯୋଗ କରିଥିଲେ। ଏହାର ଫାଇଦା ଉଠାଇ ସେ ଯୁବତୀଙ୍କୁ ଉଲଗ୍ନ ହେବାକୁ ଭିଡିଓ କଲରେ ବାଧ୍ୟ କରିଥିଲେ। ଏଥିସହ ଯୁବତୀଙ୍କୁ ନିଜର ଗୁପ୍ତାଙ୍ଗ ଦେଖାଇଥିଲେ।

ଘଟଣାକୁ ନେଇ ବିବାଦ ବଢ଼ିବାରୁ ଜାତୀୟ ମହିଳା କମିଶନ ପଞ୍ଜାବ ପୁଲିସ୍‌କୁ ସେକ୍ସ ଭିଡିଓର ତଦନ୍ତ କରିବାକୁ କହିଛନ୍ତି। ଏଥିସହ ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମହିଳା କମିଶନ କହିଛନ୍ତି, ଟ୍ୱିଟର୍‌(ଏକ୍ସ)ରେ ପୋଷ୍ଟ ହୋଇଥିବା ପଞ୍ଜାବ ବିଧାୟକ ବଲକାର ସିଂହଙ୍କ ଗୋଟିଏ ଭିଡିଓ ଅତ୍ୟନ୍ତ ଆପତ୍ତିଜନକ। ଯଦି ଅଭିଯୋଗ ସତ୍ୟ, ତା’ହେଲେ ଏହା ଆଇପିସିର ଧାରା ୩୫୪ ଓ ୩୫୪ବିର ସିଧା ଉଲ୍ଲଙ୍ଘନ।

ଏହା ଜଣେ ମହିଳାଙ୍କ ଆତ୍ମସମ୍ମାନକୁ ପ୍ରଭାବିତ କରୁଛି। ତେଣୁ ପଞ୍ଜାବ ପୁଲିସ୍‌ ମୁଖ୍ୟ ଗୌରଭ ଯାଦବ ଏହାକୁ ବେଶ ସତର୍କତାର ସହ ତଦନ୍ତ କରନ୍ତୁ ଓ ଯଦି ଅଭିଯୋଗ ସତ, ତା’ହେଲେ ବଲକର ସିଂହଙ୍କୁ ଗିରଫ କରନ୍ତୁ ବୋଲି କମିଶନ କହିଛନ୍ତି।

ଘଟଣାକୁ ନେଇ ବିବାଦ ଘନଉଥିବା ବେଳେ ମନ୍ତ୍ରୀ ବଲକାର ସିଂହ ଏସମ୍ପର୍କରେ କିଛି ଜାଣି ନଥିବା ସଫେଇ ଦେଇଛନ୍ତି। ସେ କହିଛନ୍ତି, “ଏହା ଉପରେ ମୁଁ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନି। ଏ ସମ୍ପର୍କରେ ମୁଁ କିଛି ବି ଜାଣିନାହିଁ।

ବିଜେପି ନେତା ତଜିନ୍ଦର ବାଗା ପ୍ରଥମେ ଏହି ଭିଡିଓ ଶେୟାର କରିଥିଲେ। ସେ ଅଭିଯୋଗ କରିଛନ୍ତି, “ଜଣେ ୨୧ ବର୍ଷୀୟ ଭଉଣୀ ଆପର ପଞ୍ଜାବ ମନ୍ତ୍ରୀ ବଲକାର ସିଂହଙ୍କ ପାଖକୁ ଆସିଥିଲେ। ତାଙ୍କୁ ଗୋଟିଏ ଚାକିରି ନିହାତି ଦରକାର ଥିଲା। ବଲକାର ତାଙ୍କୁ ଭିଡିଓ କଲ କରିବାକୁ କହିଥିଲେ। ତାଙ୍କୁ ଡ୍ରେସ ଖୋଲିବାକୁ ବାଧ୍ୟ କରିଥିଲେ ଓ ନିଜେ ହସ୍ତମୈଥୁନ କରିଥିଲେ। ”

ସେ ବଲକାର ସିଂହଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନଙ୍କ ନିକଟରେ ଦାବି ରଖିଛନ୍ତି।

Punjab Politics Punjab AAP