Advertisment

ନିର୍ବାଚନ ପ୍ରଚାର କରୁଥିଲେ ଅରୂପ ପଟ୍ଟନାୟକ, ହଠାତ୍‌ ହେଲେ ଅସୁସ୍ଥ

ନିଜ ସମର୍ଥକ ତଥା ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସହ ଆଜି ପିପିଲିରେ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ଅରୂପ ପଟ୍ଟନାୟକ । ମାତ୍ର ଏକ ଖୋଲା ଗାଡ଼ିରେ ପ୍ରଚାର କରୁଥିବା ବେଳେ ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇଥିଲା ଓ ତଳେ ବସି ପଡ଼ିଥିଲେ ଅରୂପ ପଟ୍ଟନାୟକ ।

author-image
Niharika Rout
Election Campaign

Election Campaign

ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳମାନଙ୍କର ପ୍ରଚାର ବି ଜୋର ଧରିବାରେ ଲାଗିଛି। ମୁଣ୍ଡ ଫଟା ଖରାରେ ବି ବିଭିନ୍ନ ସ୍ଥାନ ବୁଲି ଘନ ଘନ ପ୍ରଚାର କରୁଛନ୍ତି ପ୍ରାର୍ଥୀ। ମାତ୍ର ପ୍ରଚଣ୍ଡ ଖରାରେ ପ୍ରଚାର କରୁ କରୁ ଅସୁସ୍ଥ ହୋଇ ପଡ଼ିଛନ୍ତି ପୁରୀ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ।

Advertisment

ନିଜ ସମର୍ଥକ ତଥା ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସହ ଆଜି ପିପିଲିରେ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ ଅରୂପ ପଟ୍ଟନାୟକ । ମାତ୍ର ଏକ ଖୋଲା ଗାଡ଼ିରେ ପ୍ରଚାର କରୁଥିବା ବେଳେ ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇଥିଲା ଓ ତଳେ ବସି ପଡ଼ିଥିଲେ ଅରୂପ ପଟ୍ଟନାୟକ ।

ବିଧାୟକ ଏବଂ କର୍ମୀମାନେ ସଙ୍ଗେ ସଙ୍ଗେ ପାଣି ଛିଞ୍ଚି ତାଙ୍କୁ ସାମାନ୍ୟ କରିଥିଲେ। ଏହାପରେ ତୁରନ୍ତ କାର୍‌ ଯୋଗେ ତାଙ୍କୁ ନିକଟସ୍ଥ ପିପିଲି ହସ୍ପିଟାଲକୁ ନିଆଯାଇଥିଲା।

Advertisment

ହସ୍ପିଟାଲରେ ଉପସ୍ଥିତ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ରକ୍ତଚାପ କମି ଯାଇଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ତାଙ୍କୁ ଇଞ୍ଜେକସନ ଦିଆଯାଇଥିଲା। ଏଥିସହ ସାଲାଇନ୍‌ ନେବାକୁ ବି ଡାକ୍ତର ପରାମର୍ଶ ଦେଇଥିଲେ।

ମାତ୍ର ସାମାନ୍ୟ ସୁସ୍ଥ ହେବା ପରେ ଅରୂପ ପଟ୍ଟନାୟକ ନିଜ ସମର୍ଥକଙ୍କ ସହ ସେଠାରୁ ଚାଲି ଯାଇଥିବା ଜଣାଯାଇଛି। ତେବେ ଏନେଇ ସବିଶେଷ ତଥ୍ୟ ମିଳି ପାରିନି।

BjD Arup Patnaik