Advertisment

ଘଟିଲା ଅପେକ୍ଷାର ଅନ୍ତ; ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର

୪ ଦ୍ୱାର ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ୱାର ଖୋଲାଯାଇଛି। ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଥିଲୁ। ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନେବୁ।

ଅଦ୍ୟତନ ହୋଇଛି
Puri Jagannath Temple

Puri Jagannath Temple

Advertisment

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିସକାଳେମହାପ୍ରଭୁଙ୍କ ମଙ୍ଗଳଆଳତିସରିବାକ୍ଷଣି ଶ୍ରଦ୍ଧାଳୁଙ୍କପାଇଁଉନ୍ମୁକ୍ତହୋଇଛି ଶ୍ରୀମନ୍ଦିରରସିଂହଦ୍ୱାରସମେତଅନ୍ୟତିନି ଦ୍ୱାର- ପଶ୍ଚିମଦ୍ୱାର ବାବ୍ୟାଘ୍ରଦ୍ୱାର, ଉତ୍ତରଦ୍ୱାରବାହସ୍ତିଦ୍ୱାରଦକ୍ଷିଣ ଦ୍ୱାରବାଅଶ୍ୱ ଦ୍ୱାରସବୁଦ୍ୱାରଖୋଲିବାପରେଭକ୍ତମାନେମନ୍ଦିରକୁ ପ୍ରବେଶକରି ଠାକୁରଙ୍କୁଦର୍ଶନକରିଛନ୍ତି

Advertisment

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରି ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର। ବିନା ବାଧାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ।

୪ ଦ୍ୱାର ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ୱାର ଖୋଲାଯାଇଛି। ଦର୍ଶନ କରିବା ସହ ମନ୍ଦିର ଭିତର ଓ ବାହାରର ସ୍ଥିତି ଅନୁଧ୍ୟାନ କରିଥିଲୁ। ଶୃଙ୍ଖଳିତ ଦର୍ଶନ ନେଇ ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନେବୁ। 

Advertisment

କରୋନା ମହାମାରୀ ପରଠୁ ଶ୍ରୀମନ୍ଦିରର ୪ ଦ୍ୱାର ବନ୍ଦ ଥିଲା। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟରେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ଆଜି ସକାଳେ ମଙ୍ଗଳ ଆଳତି ପରେ ଶ୍ରଦ୍ଧାଳୁଙ୍କ ପାଇଁ ୪ ଦ୍ୱାରକୁ ଖୋଲା ଯାଇଛି।

କୋଭିଡ୍ ପୂର୍ବରୁ ଶ୍ରୀମନ୍ଦିରର ୪ ଦ୍ୱାର ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ଉନ୍ମୁକ୍ତ ଥିଲା। ଧର୍ମ, ଅର୍ଥ, କାମ, ମୋକ୍ଷର ଧାର୍ମିକ ବିଶ୍ୱାସ ରଖି ଭକ୍ତ ଶ୍ରୀମନ୍ଦିର ଯାଉଥିଲେ। କୋଭିଡ୍ ବେଳେ ଭକ୍ତଙ୍କ ପାଇଁ ୪ ଦ୍ୱାର ବନ୍ଦ କରିଥିଲେ ପୂର୍ବତନ ରାଜ୍ୟ ସରକାର। ୨୦୨୧ ନଭେମ୍ବର ୨୪ ତାରିଖରେ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ବନ୍ଦ ହୋଇଥିଲା ୩ ଦ୍ୱାର।

୨୦୨୨ ଫେବ୍ରୁଆରୀ ୩ ତାରିଖରେ କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରିବା ନେଇ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ାଯିବାରୁ ଅକଥନୀୟ ଯନ୍ତ୍ରଣା ଭୋଗିଥିଲେ ଭକ୍ତ। ସବୁଠୁ ବେଶୀ କଲବଲ ହୋଇଥିଲେ ପୁରୀ ବାସିନ୍ଦା ଓ ମଠ ମନ୍ଦିର ଅନ୍ତେବାସୀ।

ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯିବା ଦାବିରେ ଆରମ୍ଭ ହୋଇଥିଲା ଆନ୍ଦୋଳନ ଓ ବିକ୍ଷୋଭ। ପୁରୀ ବାସିନ୍ଦା, ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳଙ୍କ ପକ୍ଷରୁ ବନ୍ଦ ପାଳନ ଓ ଆନ୍ଦୋଳନ କରାଯାଇଥିଲା। ଏହାପରେ ସରକାର ୨୦୨୩ ଜୁଲାଇ ୨୪ରେ କେବଳ ସେବାୟତ ଓ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲିଥିଲେ।  ହେଲେ ସିଂହଦ୍ୱାର ପଟେ ବ୍ୟାରିକେଡ୍ ଯନ୍ତ୍ରଣା ଭୋଗିଥିଲେ ବୃଦ୍ଧ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ।

ପରିକ୍ରମା ପ୍ରକଳ୍ପ ଆଳରେ ୩ବର୍ଷ ଧରି  ପୂର୍ବତନ ରାଜ୍ୟ ସରକାର ଭକ୍ତଙ୍କ ପାଇଁ ୪ ଦ୍ୱାର ପ୍ରବେଶ ବନ୍ଦ ରଖିଥିଲେ। ୨୦୨୪ ଜାନୁଆରୀ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ବି ଖୋଲି ନଥିଲା ସବୁ ଦ୍ୱାର। ପଶ୍ଚିମ ଦ୍ୱାରବାଟେ ଲାଞ୍ଚ ନେଇ ଭକ୍ତଙ୍କୁ ଛଡ଼ା ଯିବାର ଭିଡ଼ିଓ ଭାଇରାଲ୍ ହୋଇଥିଲା। ଶ୍ରୀମନ୍ଦିର ସେବାୟତ ଓ ପରିଚାଳନା କମିଟି ସଭ୍ୟ ବି ୪ ଦ୍ୱାର ଖୋଲିବାକୁ ଦାବି କରିଥିଲେ। କିଛି ଫଳପଦ ହୋଇନଥିଲା। ସବୁ ଜାଣି ବି ଅଜଣା ଥିଲା ପୂର୍ବତନ ନବୀନ ସରକାର।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଖରୁ ସିଂହଦ୍ୱାର ଯାଏଁ ତିଆରି ହୋଇଥିଲା ଦୀର୍ଘ ଏସି ସେଡ୍। ତଥାପି ସେ ବାଟେ କାଳିଆ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା। ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତକାଲି ବସିଥିଲା ପ୍ରଥମ କ୍ୟାବିନେଟ୍ ବୈଠକ। ଏହି ବୈଠକରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ସକାଳେ ଭକ୍ତ ପାଇଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିଛି। 

Puri Shreemandir Puri Cmo Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe