Advertisment

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ; କହିଲେ- ଦଳ ମୋତେ ଅଣଦେଖା କଲା

ପୂର୍ଣ୍ଣ ସେଠୀ ୨୦୦୯ ଓ ୨୦୧୪ ମସିହାରେ ଖଲ୍ଲିକୋଟରୁ ବିଧାୟକ ଭାବେ ଜିତିଥିଲେ।

ଅଦ୍ୟତନ ହୋଇଛି
 Purna Chandra Sethy

Purna Chandra Sethy

Advertisment

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଦଳ ଡିଆଁ କାର୍ଯ୍ୟକ୍ରମ । ବିଜେଡିକୁ ବାଏ ବାଏ କହିଲେ ଦଳର ବରିଷ୍ଠ ନେତା ତଥା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠୀ। ପୂର୍ଣ୍ଣଚନ୍ଦ୍ର ସେଠୀ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣ ଦେଖା କରାଯିବାରୁ ସେ ବିଜେଡି ଛାଡ଼ିଥିବା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ୨୦୦୯ ଓ ୨୦୧୪ରେ ମୁଁ ଭଲ ଭୋଟରେ ଜିତି ଥିଲି। କିଛି କାରଣ ବଶଃତ ମୋତେ ୨୦୧୯ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିଲା। ହେଲେ ଦଳ ଟିକେଟ ଦେଇଥିବା ପ୍ରାର୍ଥୀପାଇଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ମୁଁ ପ୍ରଚାର ମଧ୍ୟ କରିଥିଲି। ତା’ପରେ ବି ମୋତେ ଦଳ ଭିତରେ ଅଣଦେଖା କରାଗଲା। ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଦେଲି।

ପୂର୍ଣ୍ଣ ସେଠୀ ଦଳ ଛାଡ଼ିବା ପରେ ସେ କେଉଁ ଦଳରେ ମିଶିବେ ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପୂର୍ଣ୍ଣ ସେଠୀ ୨୦୦୯ ଓ ୨୦୧୪ ମସିହାରେ ଖଲ୍ଲିକୋଟରୁ ବିଧାୟକ ଭାବେ ଜିତିଥିଲେ।

Advertisment
BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe