ଏଇଥର ଜଣାପଡ଼ିବ, କାହାକୁ ଅଧିକ ଭଲ ପାଅନ୍ତି ହେମାନନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଣାର୍କ ମନ୍ଦିର ମୁଣ୍ଡି ମାରି ଧରମା ସିନା ଆର ପରିକୁ ଚାଲିଗଲା, ହେଲେ କଥାଟିଏ ଓଡ଼ିଆଙ୍କ ପାଇଁ ସବୁଦିନ ଛାଡିଗଲା। “ବିଶୁ ମହାରଣା- ତୁମେ ୧୨ଶ ବଢେଇରେ ଦାଏ ନା ପୁଅରେ ?” ଯେଉଁ ପ୍ରଶ୍ନର ଉତ୍ତାର ଆଜି ଯାଏଁ ବି ମିଳିନି। ହେଲେ ସେମିତି ଆଉ ଗୋଟିଏ ପ୍ରଶ୍ନ ଏ ବର୍ଷ ପୁଣି ଉଠିଛି। ହେଲେ ଏଥର ବିଶୁ ମହାରଣା ନୁହେଁ ଉତ୍ତର ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। କାରଣ […]

hemu

hemu

Premananda Dash
  • Published: Friday, 29 March 2019
  • Updated: 29 March 2019, 04:02 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଣାର୍କ ମନ୍ଦିର ମୁଣ୍ଡି ମାରି ଧରମା ସିନା ଆର ପରିକୁ ଚାଲିଗଲା, ହେଲେ କଥାଟିଏ ଓଡ଼ିଆଙ୍କ ପାଇଁ ସବୁଦିନ ଛାଡିଗଲା। “ବିଶୁ ମହାରଣା- ତୁମେ ୧୨ଶ ବଢେଇରେ ଦାଏ ନା ପୁଅରେ ?” ଯେଉଁ ପ୍ରଶ୍ନର ଉତ୍ତାର ଆଜି ଯାଏଁ ବି ମିଳିନି। ହେଲେ ସେମିତି ଆଉ ଗୋଟିଏ ପ୍ରଶ୍ନ ଏ ବର୍ଷ ପୁଣି ଉଠିଛି। ହେଲେ ଏଥର ବିଶୁ ମହାରଣା ନୁହେଁ ଉତ୍ତର ଦେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। କାରଣ ତାଙ୍କ ୨ ଝିଅ ଏବେ ୨ ଦଳରୁ ପ୍ରାର୍ଥୀ। ଜଣେ କଂଗ୍ରେସରୁ ଆଉ ଜଣେ ବିଜେଡିରୁ। ମୂଳତଃ କଂଗ୍ରେସ ନେତା ହେମାନନ୍ଦ କଂଗ୍ରେସରୁ ହିଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଣୁ ଏଭଳି ସ୍ଥିତିରେ ତାଙ୍କ ଅଭିମୁଖ୍ୟ କ’ଣ ରହିବ ତାହା ହିଁ ପ୍ରମୁଖ ପ୍ରଶ୍ନ।

ରାଜନୀତିରେ ପରିବାରବାଦକୁ ସାଧାରଣ ଲୋକେ ନାପସନ୍ଦ କରୁଥିଲେ ବି ବିଧିବଦ୍ଧ ଭାବେ ଏହାର କୌଣସି ପ୍ରତିକାର ବାହାରି ପାରିନାହିଁ କହିଲେ ଅତ୍ୟୁକ୍ତି ହେବନି। ଯାହାର ସଦ୍ୟତମ ଉଦାହରଣ ହେଉଛି ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀ। କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ସାଂସଦ ହେମାନନ୍ଦ ବିଶ୍ୱାଳଙ୍କ କ୍ଷେତ୍ରରେ ଏପରି କିଛି ଘଟିବାକୁ ଯାଉଛି ।

ହେମାନନ୍ଦଙ୍କର ୨ ଝିଅ ସୁନୀତା ବିଶ୍ୱାଳ ଓ ଅମିତା ବିଶ୍ୱାଳ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ସୁନୀତା ବିଜେଡିରେ ଯୋଗ ଦେଇ ବିଜେଡି ଟିକଟରେ ସୁନ୍ଦରଗଡ଼ରୁ ଲୋକସଭା ପ୍ରାର୍ଥିନୀ ହୋଇଛନ୍ତି। ସେହିପରି ତାଙ୍କ ଭଉଣୀ ଅମିତା କଂଗ୍ରେସ ଟିକଟରେ ସୁନ୍ଦରଗଡ଼ ବିଧାନସଭା ଆସନରୁ ଲଢ଼ିବାକୁ ଯାଉଛନ୍ତି।  ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଥିବା ହେମାନନ୍ଦ ବର୍ତ୍ତମାନ ଅଡ଼ୁଆରେ ପଡ଼ିଛନ୍ତି। ବାପା ହିସାବରେ ସେ ୨ ଝିଅଙ୍କ ସପକ୍ଷରେ ପ୍ରଚାର କରିବା କଥା। କିନ୍ତୁ ବିଜେଡି ପ୍ରାର୍ଥୀ ହୋଇଥିବା ଝିଅ ସପକ୍ଷରେ ପ୍ରଚାର କଲେ ତାଙ୍କୁ ପାର୍ଟି ବିରୋଧି ଆକ୍ଷା ମିଳିବ। ଆଉ ଯଦି ପ୍ରଚାର ନ କରନ୍ତି ତା ହେଲେ ନିଜ ମନରେ ନିଜକୁ ନିନ୍ଦିବା ସାର ହେବ ବୋଲି କହିଲେଣି ଜନତା।

ଯଦି ହେମାନନ୍ଦଙ୍କ ରାଜନୈତିକ ଇତିହାସକୁ ଦେଖାଯାଏ ତେବେ ଝାରସୁଗୁଡ଼ା ଜିଲ୍ଲାର ଠାକୁରପଡ଼ାରେ ରହୁଥିବା ହେମାନନ୍ଦ ୧୯୬୭ ମସିହାରେ କିର୍ମିରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହାପରେ ୧୯୭୪ ମସିହାରେ କଂଗ୍ରେସ ଟିକଟରେ ଲଇକେରା ବିଧାନସଭା ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ହେମାନନ୍ଦ କଂଗ୍ରେସ ଟିକଟରେ ୬ ଥର ବିଧାୟକ ହୋଇଥିବା ବେଳେ ୧୧୯୮ ମସିହାରେ କମ୍‌ ସମୟ ପାଇଁ ମୁଖ୍ୟମନ୍ତ୍ରୀ ରହି ପୁଣି ୧୯୯୯ ମସିହାରେ ଅଳ୍ପ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ।

୨୦୦୯ମସିହା ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ପୁର୍ନଗଠନ ହେବା ପରେ ହେମାନନ୍ଦ କଂଗ୍ରେସ ଟିକଟରେ ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢ଼ିଥିଲେ ଏବଂ ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପରାଜିତ କରିଥିଲେ। ଏହାପରେ ୨୦୧୪ ସାଧାରଣ ନିର୍ବାଚନରେ ସେ ପୁଣି କଂଗ୍ରେସ ଟିକଟରେ ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢ଼ିଥିଲେ କିନ୍ତୁ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ହେମାନନ୍ଦ ବିଶ୍ୱାଳ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି।

ତାଙ୍କର ୨ ଝିଅଙ୍କୁ କଂଗ୍ରେସ ଟିକଟରୁ ଲୋକସଭା ଓ ବିଧାନସଭା ପ୍ରାର୍ଥୀ କରାଇବା ପାଇଁ ସେ ସର୍ବାଦା ଦାବି କରି ଆସୁଥିଲେ। କିନ୍ତୁ ଜର୍ଜ ତିର୍କି ସମତା କ୍ରାନ୍ତି ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେବା ପରେ ସୁନ୍ଦରଗଡ଼ ଆସନରୁ ଲୋକସଭା ଟିକଟ ପାଇବା ଆଶା ସୁନୀତାଙ୍କର ମଉଳି ଗଲା। ସମତାକ୍ରାନ୍ତି ଦଳର ଜର୍ଜ ଜଣେ ଟାଣୁଆ ନେତା। ସେ ପୂର୍ବରୁ ଚାରି ଚାରି ଥର ବୀରମିତ୍ରପୁରରେ ବିଧାୟକ ମଧ୍ୟ ରହି ସାରିଛନ୍ତି। ଏଥିପାଇଁ କଂଗ୍ରେସ ଜର୍ଜଙ୍କୁ ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଭାବରେ ଟିକଟ ଦେଇଛି। ଏଥିରେ ନିରାଶ ହୋଇ ସୁନିତା ରାତାରାତି ବିଜେଡ଼ିରେ ଯୋଗ ଦେଇଥିଲେ ଏବଂ ସୁନ୍ଦରଗଡ଼ ଲୋକସଭା ଆସନ ହାତେଇବା ପାଇଁ ଟିକଟ ପାଇବାରେ ସଫଳ ହେଲେ। ସେପଟେ ହେମାନନ୍ଦଙ୍କ ପ୍ରଚେଷ୍ଟାରେ କଂଗ୍ରେସ ଟିକଟରେ ସାନଝିଅ ଅମିତା ବିଧାନସଭା ଲଢୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story