Advertisment

କାନାଡା ପ୍ରଧାନମନ୍ତ୍ରୀଙ୍କ ଅଡ଼ୁଆ ବଢିଲା, ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଦାବି

ଭାରତ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି ଦଳୀୟ ସାଂସଦ।

author-image
Debibandita Barick
ଅଦ୍ୟତନ ହୋଇଛି
Justin Trudeau

Justin Trudeau

କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଡୁଆ ବଢିଛି। ନିଜ ଦଳର ସାଂସଦମାନେ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛନ୍ତି। ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ଦେବାକୁ ଡେଡଲାଇନ୍ ଦେଇଛନ୍ତି ବିଦ୍ରୋହୀ ସାଂସଦ।

Advertisment

ଭାରତ ସହ ବିବାଦ ମଧ୍ୟରେ ଟ୍ରୁଡୋଙ୍କୁ ଏପରି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି। ଦଳର ଅସନ୍ତୁଷ୍ଟ ସାଂସଦମାନେ ଅକ୍ଟୋବର ୨୮ ସୁଦ୍ଧା ଇସ୍ତଫା ନ ଦେଲେ ବିଦ୍ରୋହର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି। 

ସୂଚନା ଅନୁସାରେ, ଗତକାଲି ଟ୍ରୁଡୋ ଏବଂ ତାଙ୍କ ଲିବେରାଲ ପାର୍ଟିର ସାଂସଦମାନଙ୍କ ସହ ଏକ ରୁଦ୍ଧ ଦ୍ୱାର ବୈଠକ ବସିଥିଲା। ଏଥିରେ କ୍ୟାବିନେଟର ସଦସ୍ୟ ନଥିବା ୨୦ ଜଣ ସାଂସଦ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ। ଆସନ୍ତା ନିର୍ବାଚନରେ ଦଳର ପରାଜୟ ଆଶଙ୍କା କରି ସେମାନେ ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି।

Advertisment

ଏହି ବୈଠକ ତିନି ଘଣ୍ଟା ଧରି ଚାଲିଥିଲା। ଟ୍ରୁଡୋ ଏଥିରେ ତାଙ୍କ ନିଷ୍ପତ୍ତି ଶୁଣାଇନଥିଲେ ମଧ୍ୟ ହସୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ବୈଠକ ପରେ ସେ କହିଛନ୍ତି ଯେ, ଲିବେରାଲମାନେ ଏକତ୍ରିତ ଏବଂ ଶକ୍ତିଶାଳୀ।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲିବେରାଲ ପାର୍ଟିର ୧୫୩ ଜଣ ସାଂସଦଙ୍କ ମଧ୍ୟରୁ ୨୪ ଜଣ ଏକ ଚିଠିରେ ଦସ୍ତଖତ କରି ଟ୍ରୁଡୋଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ କରିବା ସହ ଆସନ୍ତା ନିର୍ବାଚନ ନ ଲଢିବାକୁ କହିଛନ୍ତି। ଟ୍ରୁଡୋ ଗତ ୧୦ ବର୍ଷ ଧରି କାନାଡାର ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି। ଗତ ବର୍ଷଠାରୁ ଭାରତ ସହ ତିକ୍ତତା ମଧ୍ୟରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଛି।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାକୁ ନେଇ ସେ ବାରମ୍ବାର ଭାରତକୁ ଦାୟୀ କରି ଆସିଥିଲେ। କିନ୍ତୁ ନିକଟରେ ସେ ଏହି ଅଭିଯୋଗ କୌଣସି ଠୋସ୍ ପ୍ରମାଣରେ ନୁହେଁ, ବରଂ ସାମାନ୍ୟ ଗୁଇନ୍ଦା ସୂତ୍ର ଆଧାରରେ କରିଥିବା କହିଥିଲେ। ଏହାର କିଛି ଦିନ ପରେ ତାଙ୍କ ବିରୁଦ୍ଧରେ ଦଳୀୟ ସାଂସଦମାନେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି। 

India Canada Row Justin Trudeau Justin Trudeau Resignation Liberal Party