Advertisment

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ; କହିଲେ-ବିଜେଡିର ଆଉ ସେ ନୀତି ଆଦର୍ଶ ନାହିଁ

୨୦୧୪ରୁ ୨୦୧୯ ଯାଏ ବରଗଡ଼ର ସାଂସଦ ଥିଲେ ପ୍ରଭାସ।

ଅଦ୍ୟତନ ହୋଇଛି
Prabhas Singh

Prabhas Singh

Advertisment

ବିଜେଡି ଛାଡ଼ିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ। ନବୀନ ନିବାସରେ ପହଞ୍ଚି ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଜିଲ୍ଲା ସଭାପତି ପଦରୁ ତଥା ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାସ।

Advertisment

୨୦୧୪ରୁ ୨୦୧୯ ଯାଏ ବରଗଡ଼ର ସାଂସଦ ଥିଲେ ପ୍ରଭାସ। ଗତଥର ତାଙ୍କୁ ଟିକେଟ ମିଳିନଥିଲା। ସେ ଟିକେଟ ପାଇଁ ଆଶାୟୀ ଥିଲେ ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟକୁ ଦଳ ପ୍ରାର୍ଥୀ କରିଥିଲା। ଏଥର ମଧ୍ୟ  ସାଂସଦ ଟିକେଟ ପାଇଁ ଆଶାୟୀ ଥିଲେ ପ୍ରଭାସ। ଏଥର ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଦଳ ତାଙ୍କୁ ଟିକେଟ ନ ଦେଇ ପରିଣୀତା ମିଶ୍ରଙ୍କୁ ବରଗଡ଼ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। ଦୁଇ ଦୁଇ ଥର ନିରାଶ ହେବା ପରେ ପ୍ରଭାସ ଆଜି ଦଳ ଛାଡ଼ିଛନ୍ତି।

ବିଜେଡି ଛାଡ଼ିବା ପରେ ପ୍ରଭାସ କହିଛନ୍ତି, ଦଳ ଗଠନରେ ଗୁଣ୍ଡୁଚି ମୂଷା ଭଳି ମୋର ଅବଦାନ ଥିଲା। ଦଳ ପାଇଁ ମୁଁ ବହୁତ କାମ କରିଛି। ବିଜେପୁର ଓ ପଦ୍ମପୁର ଉପନିର୍ବାଚନରେ ଦଳ ପାଇଁ କଠିନ ପରିଶ୍ରମ କରିଛି। ବରଗଡ଼ ଜିଲ୍ଲାର ବିକାଶ ପାଇଁ ମୁଁ  କାମ କରିଛି। ବିଜେଡିରେ ଯେଉଁ ନୀତି, ଆଦର୍ଶ ଥିଲା, ଏବେ ସେହି ଆଭିମୁଖ୍ୟ ଏବେ ଆଉ ଦଳରେ ନାହିଁ। ଦଳରେ ମୋ ଭଳିଆ ଉଚ୍ଚ ଶିକ୍ଷିତ ବ୍ୟକ୍ତିର ଆବଶ୍ୟକ ନାହିଁ। ଦଳ ଏବେ ଯେପରି ଭାବେ ଚାଲିଛି ଆମ ଭଳିଆ ଲୋକ ଦଳରେ ଦରକାର ନାହିଁ। ଏଥିପାଇଁ ଦଳରୁ ମୁଁ ଇସ୍ତଫା ଦେଲି।

Advertisment

ସେ ଆହୁରି କହିଛନ୍ତି, ୨୦୧୪ରୁ ୨୦୧୯ ଦଳ ମୋତେ ଭରଷା କରିଥିଲା, ମୋତେ ଟିକେଟ ଦେଇଥିଲା। ୨୦୧୯ ରେ ମୋତେ ରିପିଟ୍ ପାଇଁ ଲୋକେ ଚାହୁଁଥିଲେ। ହେଲେ ମୋତେ ଟିକେଟ ମିଳିଲା ନାହିଁ।

ଏଥର ଅନ୍ୟଦଳରୁ ମୋତେ ଅଫର ଥିଲା। ହେଲେ ମୁଁ ଗଲି ନାହିଁ। ମୁଁ  ନିର୍ବାଚନ ଲଢ଼ିବି ନାହିଁ, ଲୋକମାନଙ୍କ ସେବା କରିବି। ମୋ ସମର୍ଥକଙ୍କ ସହ ଆଲୋଚନା କରି ଆଗକୁ କାର୍ଯ୍ୟପ୍ରନ୍ଥା ଗ୍ରହଣ କରିବି ବୋଲି ପ୍ରଭାସ କହିଛନ୍ତି।  ତେବେ ପ୍ରଭାସ ବିଜେଡି ଛାଡ଼ିବା ପରେ ସେ କେଉଁ ଦଳରେ ସାମିଲ ହେବେ ତାହା ଜଣାପଡ଼ିନାହିଁ। 

BjD Baragrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe