Advertisment

ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଶ୍ରୀମତୀ ପଣ୍ଡା ଆଜି ବିଜେଡିରେ ସାମିଲ ହୋଇଛନ୍ତି

BJD

BJD

Advertisment

ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଆଜି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ନିର୍ବାଚନ ଚାଲିଥିବାବେଳେ ଶ୍ରୀମତୀ ପଣ୍ଡା ବିଜେଡିରେ ମିଶ୍ରଣ ଦ୍ୱାରା ଦଳକୁ ଫାଇଦା ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

Advertisment

ସୂଚନା ଅନୁସାରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଶ୍ରୀମତୀ ପଣ୍ଡା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଶ୍ରୀମତୀ ପଣ୍ଡା ବ୍ରଜରାଜନଗରରୁ ଟିକେଟ୍ ଆଶାୟୀ ଥିଲେ । ମାତ୍ର ବିଜେପି ତାଙ୍କ ପରିବର୍ତ୍ତେ ସୁରେଶ ପୂଜାରୀଙ୍କୁ ଟିକେଟ ଦେବାରୁ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନୀ କାର୍ଯ୍ୟରେ ସହଯୋଗ କରୁନଥିଲେ । ଆଜି ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ।  ଅବଶ୍ୟ ରାଧାରାଣୀ ୨୦୧୯ ନିର୍ବାଚନ ଓ ପରେ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହେବା ପରଠୁ ସାଂଗଠନିକ କାର୍ଯ୍ୟରେ ବିଶେଷ ଦୃଶ୍ୟମାନ ହେଉନଥିଲେ ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe