Advertisment

ବଦଳିଲା ରାଘବଙ୍କ ବାୟୋ, ଲେଖିଲେ- ମୁଁ ନିଲମ୍ବିତ ସାଂସଦ

ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସ୍ୱାଧିକାର କମିଟି କରିବ ବୋଲି କୁହାଯାଇଛି।

ଅଦ୍ୟତନ ହୋଇଛି
Raghav Chadha

Raghav Chadha

Advertisment

ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ୍ ଆଦମୀ ପାର୍ଟି(ଆପ୍‌)ର ରାଜ୍ୟସଭା ସାଂସଦ ରାଘବ୍ ଚଡ୍ଡା ତାଙ୍କ ଟ୍ୱିଟର(ଏବେ ଏକ୍ସ) ବାୟୋ ବଦଳାଇଛନ୍ତି। ପୂର୍ବରୁ ସେ ରାଜ୍ୟସଭାର ସାଂସଦ ଭାବେ ନିଜକୁ ପରିଚୟ ଦେଉଥିଲେ। କିନ୍ତୁ ଏବେ ସେ ନିଜକୁ ଜଣେ ନିଲମ୍ବିତ ସାଂସଦ ବୋଲି ଉଲ୍ଲେଖ କରିଛନ୍ତି। 

Advertisment

ଦିନକ ତଳେ ରାଘବଙ୍କୁ ଦସ୍ତଖତ ହେରଫେର ଅଭିଯୋଗରେ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା। ଏଥିସହ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସ୍ୱାଧିକାର କମିଟି କରିବ ବୋଲି କୁହାଯାଇଛି। ଯେଉଁ ପର୍ଯ୍ୟନ୍ତ କମିଟି ରିପୋର୍ଟ ଦେଇନାହାନ୍ତି, ସେଯାଏ ରାଘବଙ୍କ ଉପରେ ନିଲମ୍ବନ ଆଦେଶ ବଳବତ୍ତର ରହିବ। 

ରାଜ୍ୟସଭାରେ ଦିଲ୍ଲୀ ବିଲ୍‌ ଉପରେ ବିତର୍କ ବେଳେ ଏହାକୁ ରାଘବ ବିରୋଧ କରିଥିଲେ। ଏଥିସହ ସେ ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରି ଗୋଟିଏ ପ୍ରସ୍ତାବ ଦେଇଥିଲେ। ଏଥିରେ ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ୫ ଜଣ ସାଂସଦଙ୍କ ଦସ୍ତଖତ ରହିଥିଲା। ତେବେ ରାଘବ ସାଂସଦମାନଙ୍କ ମତାମତ ନ ନେଇ ନୋଟିସ ଦେଇଥିବା ଅଭିଯୋଗ ହୋଇଥିଲା।

Advertisment

ସେ ସାଂସଦଙ୍କମାନଙ୍କ ଦସ୍ତଖତକୁ ହେରାଫେରି କରିଥିବା ଘଟଣାକୁ ନେଇ ବେଶ ତମ୍ବିତୋଫାନ ଦେଖିବାକୁ ମିଳିଥିଲା। ରାଜ୍ୟସଭାକୁ ରାଘବ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ତାଙ୍କୁ ନିଲମ୍ବିତ କରିବାକୁ ଦାବି ଉଠିଥିଲା। ଏଥିପାଇଁ ରାଜ୍ୟସଭାର ନେତା ତଥା ବିଜେପି ସାଂସଦ ପୀୟୂଷ ଗୋଏଲ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ-ରାଷ୍ଟ୍ରପତି ଜଗଦୀପ ଧନଖଡ ଗ୍ରହଣ କରି ନେଇଥିଲେ। ଏହାପରେ ସେ ରାଘବଙ୍କୁ ନିଲମ୍ୱିତ କରିଥିଲେ । 

Raghav Chadha changes his social media bioରାଘବ ଚଡ୍ଡା ନିଜର ଟ୍ୱିଟର ଆକାଉଣ୍ଟର ବାୟୋ ବଦଳାଇଦେଇଛନ୍ତି

ତେବେ ରାଘବ ହେରଫେର ଅଭିତଯୋଗକୁ ଗୁରୁବାର ଖଣ୍ତନ କରିଥିଲେ। ସବୁ କିଛି ନିୟମ ଅନୁସାରେ ହୋଇଥିଲା ଓ ଶାସକ ଦଳ ତାଙ୍କୁ ଟାର୍ଗେଟ କରୁଥିବା ମଧ୍ୟ ସେ କହିଥିଲେ।  

Parliament Raghav Chadha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe