Advertisment

ଚକ୍ଷୁ ଅସ୍ତ୍ରୋପଚାର ପରେ ସିଦ୍ଧିବିନାୟକ ମନ୍ଦିରରେ ଚଢା-ଚୋପ୍ରା

ନିକଟରେ ଲଣ୍ଡନରେ ଚକ୍ଷୁ ଅସ୍ତ୍ରୋପଚାର ସରିବା ପରେ ମୁମ୍ବାଇ ଫେରିଥିଲେ ଆପ୍ ସାଂସଦ ରାଘବ ଚଢା।

 Raghav Chadha & Parineeti Chopra

Raghav Chadha & Parineeti Chopra

Advertisment

ଆଖିରେ ଅସ୍ତ୍ରୋପଚାର ପରେ ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଛନ୍ତି ଆପ୍ ସାଂସଦ ରାଘବ ଚଢା। ଆଜି ପତ୍ନୀ ତଥା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ଚଢାଙ୍କୁ ଦେଖିବାକୁ ମିଳିଛି।

Advertisment

ନିକଟରେ ଲଣ୍ଡନରେ ଚକ୍ଷୁ ଅସ୍ତ୍ରୋପଚାର ସରିବା ପରେ ମୁମ୍ବାଇ ଫେରିଥିଲେ ଆପ୍ ସାଂସଦ ରାଘବ ଚଢା। ତେବେ ସେ ବର୍ତ୍ତମାନ ସୁସ୍ଥ ଥିବା ଅନୁମାନ କରାଯାଉଛି। 

କିଛି ଦିନ ତଳେ ଆପ୍‌ ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଥିଲେ ଯେ, ରାଘବ ଆଖିରେ ସମସ୍ୟା ଅନୁଭବ କରିବାକୁ ଚିକିତ୍ସା ପାଇଁ ବ୍ରିଟେନ ଯାଇଛନ୍ତି। ତାଙ୍କ ଆଖିରେ ଗୁରୁତର ସମସ୍ୟା ରହିଛି। ଯଦି ଠିକଣା ସମୟରେ ଚିକିତ୍ସା ଓ ଅପରେସନ କରାନଯାଏ, ତେବେ ସେ ଦୃଷ୍ଟିଶକ୍ତି ହରାଇ ପାରନ୍ତି। ବ୍ରିଟେନରେ ତାଙ୍କର ଅସ୍ତ୍ରୋପଚାର କରାଯିବ ବୋଲି ଆପ୍‌ ନେତା ସୌରଭ ଭରଦ୍ୱାଜ ସୂଚନା ଦେଇଥିଲେ।

Advertisment

ବର୍ତ୍ତମାନ ରାଘବ ଚଢା ସୁସ୍ଥ ଥିବା କୁହାଯାଉଛି। ପ୍ରକାଶ ଥାଉକି, ଚଢା ଓ ଚୋପ୍ରା ୨୦୨୩ ସେପ୍ଟେମ୍ବରରେ ବିବାହ କରିଥିଲେ। ରାଜସ୍ଥାନର ଉଦୟପୁରରେ ଉଭୟଙ୍କ ବିବାହ ହୋଇଥିଲା। 

Siddhivinayak Temple Raghav Chadha Parineeti Chopra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe