Advertisment

ରବିଙ୍କ ଘରେ ରଘୁ; କିଏ କାହାକୁ ଦେଲେ ଆଶୀର୍ବାଦ?

ଚର୍ଚ୍ଚା ହେଉଛି ବସ୍ତା ନିର୍ବାଚନ ମଣ୍ଡଳୀରେ ବିଜେଡି ଗୋଷ୍ଠୀ କନ୍ଦଳ ଶୀର୍ଷରେ ପହଞ୍ଚିଛି। ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ସମର୍ଥକ ସୁଭାସିନୀଙ୍କୁ ଗ୍ରହଣ କରିପାରୁନାହାନ୍ତି।

ଅଦ୍ୟତନ ହୋଇଛି
BJD

BJD

Advertisment

ଦିନ କେଇଟା ପରେ ବାଲେଶ୍ୱର ଜିଲ୍ଲାରେ ହେବ ମତଦାନ। ତାହା ପୂର୍ବରୁ ଦେଖିବାକୁ ମିଳିଛି ରୋଚକ ଚିତ୍ର। ବାଲେଶ୍ୱର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ବାସ ଭବନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଛି। ଦୀର୍ଘ ସମୟରେ ଉଭୟ ନେତାଙ୍କ ଭେଟ୍‌ଘାଟକୁ ନେଇ ନାନା କଳ୍ପନା ଜଳ୍ପନା ହେଉଥିବା ବେଳେ ରଘୁ କହିଛନ୍ତି ଆଶୀର୍ବାଦ ଦେବା ପାଇଁ ଆସିଛି। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ଆଶୀର୍ବାଦ ନେବା ପାଇଁ ଯାଏ? ହେଲେ ଆଶୀର୍ବାଦ ଦେବା ପାଇଁ କିଏ ଯାଏ?

Advertisment

ବସ୍ତା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ହେଉଛନ୍ତି ରଘୁନାଥ ମହାନ୍ତି। ଏକଦା ସେ ଉତ୍ତର ଓଡ଼ିଶାରେ ବିଜେଡିର ପାୱାରଫୁଲ୍‌ ନେତା ଥିଲେ। ହେଲେ ପାରିବାରିକ ବିବାଦରେ ଫସିବା ପରେ ବିଜେଡି ତାଙ୍କଠାରୁ ଦୂରେଇ ଯାଇଥିଲା। ବିବାଦ ସମାଧାନ ହେବା ପରେ ସେ ବିଜେପିରେ ମିଶିଥିଲେ। ସେଥିପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ତାଙ୍କୁ ବସ୍ତାରୁ ପ୍ରାର୍ଥୀ କରିଥିଲା। ରଘୁନାଥ ମହାନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାସ୍ତ ହୋଇଥିଲେ। ତା’ପରଠାରୁ ତାଙ୍କୁ ଆଉ ବେଶୀ ଦେଖିବାକୁ ମିଳି ନଥିଲା। ସେ ବିଜେପିର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ।

୨୦୨୪ ନିର୍ବାଚନ ବେଳେ ହଠାତ୍‌ ରଘୁନାଥ ମହାନ୍ତି ଚର୍ଚ୍ଚାକୁ ଆସିଲେ। ଯେତେବେଳେ ଟିକଟକୁ ନେଇ ଦଳ ଦଳ ଭିତରେ କସରତ ଚାଲିଥିଲା, ସେହି ସମୟରେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ ବିଜେଡିରେ ମିଶିବେ ବୋଲି ବାଲେଶ୍ୱରରେ ଆଲୋଚନା ହେଉଥିଲା। ହେଲେ ସେମିତି କିଛି ଘଟିଥିଲା। ଔପଚାରିକ ଭାବେ ବିଜେଡିରେ ମିଶିବା ନେଇ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ନାହିଁ। ଏହାର ଅର୍ଥ ସେ ବିଜେଡିରେ ଯୋଗଦେଇନାହାନ୍ତି।

Advertisment

ଆଜି କିନ୍ତୁ ରଘୁ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ପ୍ରୀତିଲତା ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା ଲଙ୍ଗଳେଶ୍ୱରରେ। ପୂର୍ବତନ ସାଂସଦ ରବୀନ୍ଦ୍ରେ ଜେନାଙ୍କ ପତ୍ନୀ ତଥା ବସ୍ତା ବିଜେଡି ବିଧାୟକ ପ୍ରାର୍ଥୀ ସୁଭାସିନୀ ଜେନାଙ୍କ ବାସ ଭବନକୁ ଉଭୟ ଆସିଥିଲେ। ଆଜି ପୂର୍ବାହ୍ନରେ ଉଭୟ ସୁଭାସିନୀ ଓ ରବୀନ୍ଦ୍ରଙ୍କୁ ସାକ୍ଷାତ କରିଥିଲେ। ତେବେ ଉଭୟଙ୍କ ଭିତରେ କ'ଣ ଆଲୋଚନା ହେଲା, ତାହା ସ୍ପଷ୍ଟ ଭାବେ ଜଣାନାହିଁ।

ଭେଟଘାଟ ପରେ ରଘୁନାଥ ମହାନ୍ତି କହିଛନ୍ତି, ପାରିବାରିକ ବନ୍ଧୁତା ରହିଥିବାରୁ ଆଶୀର୍ବାଦ ଦେବା ପାଇଁ ଆସିଥିଲି। ବସ୍ତାର ଜନ ସାଧାରଣ ଆଶୀର୍ବାଦ ଦେଲେ ସେ ନିଶ୍ଚିତ ବିଜୟୀ ହେବେ ବୋଲି ରଘୁ କହିଛନ୍ତି। ସେପଟେ ମିଡ଼ିଆ ଆଗରେ ସ୍ତ୍ରୀ ପ୍ରୀତିଲତା ମଧ୍ୟ ସୁଭାସିନୀଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଇଥିବା ଦେଖିବାକୁ ମିଳିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ହଠାତ୍‌ ରଘୁନାଥ ମହାନ୍ତି ଓ ରବୀନ୍ଦ୍ର ଜେନାଙ୍କ ଭେଟ୍‌ଘାଟ କ’ଣ ପାଇଁ? ଚର୍ଚ୍ଚା ହେଉଛି ବସ୍ତା ନିର୍ବାଚନମଣ୍ଡଳୀରେ ବିଜେଡି ଗୋଷ୍ଠୀ କନ୍ଦଳ ଶୀର୍ଷରେ ପହଞ୍ଚିଛି। ବିଧାୟକ ନିତ୍ୟାନନ୍ଦ ସାହୁଙ୍କ ସମର୍ଥକ ସୁଭାସିନୀଙ୍କୁ ଗ୍ରହଣ କରିପାରୁନାହାନ୍ତି। ସେମାନେ ଭିତରେ ଭିତରେ ବିଜେପି ଓ କଂଗ୍ରେସକୁ ସମର୍ଥନ ଦେଉଥିବା ଚର୍ଚ୍ଚା ହେଉଛି। ଏହାଛଡ଼ା କେନ୍ଦ୍ରୀୟ ନେତାଙ୍କ ବାରମ୍ୱାର ଗସ୍ତକୁ ନେଇ ବିଜେଡି ଭୟଭୀତ ରହିଛି। ତେଣୁ ସୁଭାସିନୀ ବାଧ୍ୟ ହୋଇ ରଘୁ ମହାନ୍ତିଙ୍କ ଶରଣ ପଶିଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ରଘୁମହାନ୍ତି ଓ ତାଙ୍କ ପତ୍ନୀ ନିମନ୍ତ୍ରଣ ରକ୍ଷା କରି ସୁଭାସିନୀଙ୍କ ଘରକୁ ଆସିଥିବା ଜଣାପଡ଼ିଛି। ତେବେ ସମୟ କହିବ ସୁଭାସିନୀଙ୍କ ବିଜୟରେ ରଘୁଙ୍କ ଭୂମିକା କଣ ରହିବ?

ଶେଷ ପର୍ଯ୍ୟାୟ ଅର୍ଥାତ ଜୁନ ୧ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଭୋଟ୍‌ ହେବ। ବିଜେପି ସପରେ ପ୍ରଚାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ କେନ୍ଦ୍ରୀୟ ନେତା ଆସୁଛନ୍ତି। ସେପଟେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌ ଯିବାର କାର୍ଯ୍ୟକ୍ରମ ରହିଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

BjD Balasore General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe