Advertisment

ଓଡ଼ିଶା ପାଇଲା ନୂଆ ରାଜ୍ୟପାଳ; ଶପଥ ନେଲେ ରଘୁବର ଦାସ

ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ଶପଥ ପାଠ କରାଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Governor  Raghubar Das

Governor Raghubar Das

ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ରଘୁବର ଦାସ। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜଭବନରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସଦସ୍ୟ ବୃନ୍ଦ, ରାଜ୍ୟପାଳଙ୍କର ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।

Advertisment

ରାଜ୍ୟପାଳ ଭାବେ ଶପଥ ନେବା ପୂର୍ବରୁ ଆଜି ସକାଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ରଘୁବର ଦାସ। ରାଜ୍ୟପାଳ ଲିଙ୍ଗରାଜଙ୍କ ସମେତ ଗଣେଶ ମନ୍ଦିର, ପାର୍ବତୀ ମନ୍ଦିର, ଭୁବନେଶ୍ୱରୀ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ଗତକାଲି ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଉଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ। 

 ରାଜ୍ୟପାଳଙ୍କ ରାଜନୈତିକ କ୍ୟାରିୟର-

ରାଜ୍ୟପାଳ ରଘୁବର ଦାସ ୧୯୫୪ ମସିହାରେ ଜାମସେଦପୁରରେ ଶ୍ରମିକ ପରିବାରରେ ଜନ୍ମ ଗ୍ରହରଣ କରିଥିଲେ। ଜାମସେଦପୁର କୋ-ଅପରେଟିଭ କଲେଜରେ ପଢିବା ବେଳେ ସେ ରାଜନୀତି ପ୍ରତି ଆକୃଷ୍ଟ ଥିଲେ।

Advertisment

ଜୟପ୍ରକାଶ ନାରାୟଣଙ୍କ ଛାତ୍ର ଆନ୍ଦୋଳନରେ ଶ୍ରୀ ଦାସ ସାମିଲ ହୋଇଥିଲେ। ୧୯୭୭ରେ ପ୍ରଥମେ ଜନତା ଦଳ ସାମିଲ ହୋଇଥିଲେ। ପରେ ଶ୍ରୀ ଦାସ ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ। ଶ୍ରୀ ଦାସ ବୁଥସ୍ତରର କାର୍ଯ୍ୟକର୍ତ୍ତା, ମଣ୍ଡଳସ୍ତରୀୟ ଅଧ୍ୟକ୍ଷ, ଦୁଇ ଦୁଇ ଥର ଝାଡ଼ଖଣ୍ଡ ପ୍ରଦେଶ ବିଜେପିର ଅଧ୍ୟକ୍ଷ ଓ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ। ୧୯୯୫ରେ ପ୍ରଥମ ଥର ଅବିଭାଜିତ ବିହାର ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ଜାମସେଦପୁର ଇଷ୍ଟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ୧୯୯୫, ୨୦୦୦, ୨୦୦୫, ୨୦୦୯ଓ ୨୦୧୪ରେ ଲଗାତର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।  

ଝାଡଖଣ୍ଡ ଗଠନ ପରେ ବାବୁଲାଲ ମାରାଣ୍ଡି ସରକାରରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ ଶ୍ରୀ ଦାସ। ପରବର୍ତ୍ତୀ ସମୟରେ  ଦୁଇ ଦୁଇ ଥର ଅର୍ଜୁନ ମୁଣ୍ଡା ସରକାରରେ ଅର୍ଥ, ଶ୍ରମ ଓ ସହରାଞ୍ଚଳ ବିକାଶ ଭଳି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ  ଶ୍ରୀ ଦାସ। ପରେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ। ୨୦୧୪ରୁ ୧୯ ଯାଏ ଶ୍ରୀ ଦାସ  ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ରାଜନୀତିରେ ପାଦ ଥାପିବା ପୂର୍ବରୁ ଶ୍ରୀ ଦାସ ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିଲେ।   

Governor Of Odisha Raghubar Das