Advertisment

ବିଜେପି ଛାଡ଼ିଲେ ରଘୁନାଥ ମହାନ୍ତି

ବସ୍ତା ଆସନରୁ ସେ ୫ ଥର ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Raghu Mohanty

Raghu Mohanty

ବିଜେପି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଛନ୍ତି। 

Advertisment

ବସ୍ତା ଆସନରୁ ରଘୁନାଥ ମହାନ୍ତି ୫ ଥର ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ସରକାରୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ସେ। ବିଜେପିରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ପୁଣି ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। 

ରଘୁନାଥ ମହାନ୍ତି ବସ୍ତା ଆସନରୁ ୧୯୯୦ରୁ ୨୦୦୯ ଯାଏ ଲଗାତାର ୫ ଥର ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟ୍‌ରେ ଏଠାରୁ ବିଜୟୀ ହୋଇଥିବା ବେଳେ ତା’ପରେ ତିନି ଥର ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ। ବଧୂ ନିର୍ଯାତନା ମାମଲାରେ ଫସିବା ପରେ ୨୦୧୪ ନିର୍ବାଚନରେ ତାଙ୍କୁ ଟିକେଟ ମିଳି ନଥିଲା। 

Advertisment

ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ ରଘୁନାଥ ମହାନ୍ତି। ଗିରଫ ହେବା ପରେ ତାଙ୍କୁ ବିଜେଡି ନିଲମ୍ବନ କରିଥିଲା। ତେବେ ପୁଅ-ବୋହୂଙ୍କ ମାମଲାର ସମାଧାନ ହେବା ପରେ ସେ ପୁଣି ବିଜେଡିରେ ଦାୟିତ୍ୱ ପାଇଥିଲେ। ତେବେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରଘୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ସେ ବିଜେପି ଟିକେଟରେ ବସ୍ତା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହାରି ଯାଇଥିଲେ। 

BjD Bjp