Advertisment

ପାଟ୍ଟଶାଣୀ ମାଟିର ପୁଅ ନୁହଁନ୍ତି, ତାଙ୍କୁ ଟିକେଟ ନଦେବାକୁ ରଘୁ ସମର୍ଥକଙ୍କ ନିବେଦନ

ଗୋଟିଏ ପଟେ ନବୀନ ନିବାସରେ ପ୍ରତି ସଂସଦୀୟ କ୍ଷେତ୍ରର ସମୀକ୍ଷା ଆରମ୍ଭ ହୋଇଛି। ଆଉ ଅନ୍ୟପଟେ ଟିକେଟକୁ ନେଇ ଘନଉଛି ପ୍ରବଳ କନ୍ଦଳ। ଆଜି ନବୀନ ନିବାସରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି।

Prasanna Kumar Patasani

Prasanna Kumar Patasani

Advertisment

ନବୀନ ନିବାସରେ ଟିକେଟ କସରତ। ଶଙ୍ଖ ଭବନ ଆଗରେ ଆଶାୟୀଙ୍କ ହଙ୍ଗାମା। ବିଜେଡିକୁ ଭାରି ପଡିବେ କି ମାଳ ମାଳ ଆଶାୟୀ? ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସୁପ୍ରିମୋ ଚିଲିକା ନିର୍ବାଚନ ମଣ୍ଡଳୀରୁ ଟିକେଟ ସଙ୍କେତ ଦେବା ନେଇ ଖୋଦ ପାଟ୍ଟଶାଣୀ ଗଣମାଧ୍ୟମକୁ କହିବା ପରେ ଆଜି ଶଙ୍ଖ ଭବନ ଆଗରେ ଦେଖିବାକୁ ମିଳିଛି ହାଏ ଡ୍ରାମା। ପାଟ୍ଟଶାଣୀଙ୍କୁ ପ୍ରାର୍ଥୀ ନକରିବା ପାଇଁ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସମର୍ଥକ ନିବେଦନ କରିଛନ୍ତି।

Advertisment

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିଛନ୍ତି। ସମ୍ଭବତଃ ସେ ବିଜେପି ତାଙ୍କୁ ପ୍ରାର୍ଥୀ କରିପାରନ୍ତି। ଏପରି ସ୍ଥିତି ଚିଲିକା ନିର୍ବାଚନମଣ୍ଡଳୀରୁ କିଏ ହେବେ ବିଜେଡି ପ୍ରାର୍ଥୀ? ଏହି ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଥିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଆଉ ଗଣମାଧ୍ୟମକୁ କହିଥିଲେ, ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରିବା ପାଇଁ ସୁପ୍ରିମୋ ସଙ୍କେତ ଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଆଜି ରଘୁନାଥ ସାହୁଙ୍କ ହଜାର ହଜାର କର୍ମୀ ଓ ସମର୍ଥକ ଚିଲିକାରୁ ଭୁବନେଶ୍ୱର ଆସିଥିଲେ। ଶଙ୍ଖ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରସନ୍ନ ପାଟ୍ଟଶାଣୀ ମାଟିର ପୁଅ ନୁହେଁ, ତାଙ୍କୁ ଟିକେଟ ନଦେବା ପାଇଁ ସୁପ୍ରିମୋଙ୍କ ପାଖରେ ଅନୁରୋଧ କରିଛନ୍ତି ରଘୁଙ୍କ ସମର୍ଥକ। ପ୍ରସନ୍ନଙ୍କ ବଦଳରେ ରଘୁଙ୍କୁ ଟିକେଟ ଦିଆଯାଉ ବୋଲି ସମର୍ଥକମାନେ ଦାବି କରିଛନ୍ତି। ସେପଟେ ପାଟ୍ଟଶାଣୀ କହିଛନ୍ତି, କୌଣସି ପ୍ରଭାବ ପଡିବନି।

Advertisment

ଗୋଟିଏ ପଟେ ନବୀନ ନିବାସରେ ପ୍ରତି ସଂସଦୀୟ କ୍ଷେତ୍ରର ସମୀକ୍ଷା ଆରମ୍ଭ ହୋଇଛି। ଆଉ ଅନ୍ୟପଟେ ଟିକେଟକୁ ନେଇ ଘନଉଛି ପ୍ରବଳ କନ୍ଦଳ। ଆଜି ନବୀନ ନିବାସରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି। କିନ୍ତୁ କଳାହାଣ୍ଡିରେ ସ୍ଥିତି ଅସମ୍ଭାଳ। ନର୍ଲା ଆସନ ପାଇଁ ବିଧାୟକ ଭୂପିନ୍ଦର ସିଂ ଓ ବର୍ତ୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମଧ୍ୟରେ ଟଣା ଓଟରା ଲାଗିଛି। ଧର୍ମଗଡରେ ବିଧାୟକ ମହୌଷଧି ବାଗ ଦାବିଦାର ଥିବାବେଳେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ ମଧ୍ୟ ଆଶାୟୀ ଅଛନ୍ତି।

ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିବାଦ ଘେରରେ ଥିବାରୁ ଯୁବ ନେତା ଅନିଲ ସିଂଦେଓ ଓ ଆନ୍ତର୍ଜାତିକ ଫେଶନ ଡିଜାଇନର ସୁଜିତ ମେହେର ଆଶାୟୀ ଅଛନ୍ତି। ସେହିପରି ଭବାନୀପାଟଣା ପାଇଁ ଏକାଧିକ ଆଶାୟୀ ଥିବାରୁ ଟିକେଟ ଅଙ୍କ ଛିଡି ପାରୁନି କିନ୍ତୁ ଲବି ଜୋରଦାର ହେଉଛି। ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ହଟାଅ ଦାବିରେ ବିରୋଧୀ ଗୋଷ୍ଠୀ କିଛି ଦିନ ତଳେ ସଦର ମହକୁମାରେ ବନ୍ଦ ପାଳନ କରିଥିଲେ। ଆଉ ଆଜି ବିଦ୍ରୋହୀଙ୍କୁ କାଉଣ୍ଟର କରି ଜନ ସମର୍ଥନ ଶୋଭାଯାତ୍ରା କରିଛନ୍ତି।

ବିଜେଡି ଡଙ୍ଗା ଯେ ଆଶାୟୀଙ୍କୁ ନେଇ ଭାରାକ୍ରାନ୍ତ, ସେଥିରେ ସନ୍ଦେହ ନାହିଁ। ଯେଉଁଥିପାଇଁ ନିର୍ବାଚନ ଯେତିକି ପାଖଉଛି ବିଦ୍ରୋହ ଓ ବିଶୃଙ୍ଖଳା ସେତିକି ବଢୁଛି। ତେବେ ଦେଖିବାର କଥା ଦଳପତି ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରି ଟିକେଟ ବାଣ୍ଟୁଛନ୍ତି।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe