Advertisment

ସମ୍ଭଲ ଯାତ୍ରା ବେଳେ ହାଇଡ୍ରାମା; ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ

ଦିଲ୍ଲୀ-ନୋଏଡା ବର୍ଡରରେ ହାଇଭୋଲ୍ଟେଜ ଡ୍ରାମା। ବିରୋଧୀ ଦଳ ନେତାଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି କହିଲେ ରାହୁଲ।

Rahul Gandhi

Rahul Gandhi

Advertisment

ଉତ୍ତରପ୍ରଦେଶର ସମ୍ଭଲରେ ଘଟିଥିବା ହିଂସାକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ଆଜି (ବୁଧବାର) କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଧରି ସମ୍ଭଲ ଯାତ୍ରାରେ ବାହାରିଥିଲେ ମଧ୍ୟ ଏହି ଯାତ୍ରା ସଫଳ ହୋଇପାରିନାହିଁ। ରାହୁଲ ଓ ପ୍ରିୟଙ୍କାଙ୍କୁ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି। ଫଳରେ ଏଠାରେ ଏକ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା।

Advertisment

ତେବେ ପ୍ରାୟ ୨ ଘଣ୍ଟାର ଡ୍ରାମା ପରେ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଫେରିବାକୁ ପଡ଼ିଛି। ଏନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ବିରୋଧୀ ଦଳର ନେତା, ତାଙ୍କର ସାମ୍ବିଧାନିକ ଅଧିକାର ଅଛି, ତାଙ୍କୁ ପୀଡିତ ପରିବାରଙ୍କୁ ଭେଟିବାକୁ ଦିଆଯିବା ଉଚିତ। ତାଙ୍କୁ ଏପରି ଅଟକାଯାଇପାରିବ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ସେ ପୁଲିସ ସହ ଏକା ପୀଡ଼ିତଙ୍କୁ ଭେଟିବାକୁ ଯିବେ, ହେଲେ ପୁଲିସ ଏଥିରେ ମଧ୍ୟ ସହମତ ନୁହଁନ୍ତି, ପୁଲିସ ନିକଟରେ କୌଣସି ଉତ୍ତର ନାହିଁ ବୋଲି କହି ବର୍ଷିଛନ୍ତି ରାହୁଲ।

Advertisment

ଏହି ସମୟର ଏକ ଭିଡିଓ ସୋଶାଲ ମିଡିଆରେ ଶେୟାର କରିଛନ୍ତି ରାହୁଲ ଗାନ୍ଧୀ। ଏଥିରେ ସେ ପୁଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ପୁଲିସ ସମେତ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି।

ସେପଟେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଏବଂ ଅନ୍ୟ ବରିଷ୍ଠ ନେତା ସମ୍ଭଲ ଗସ୍ତ କରୁଥିବାବେଳେ ସେମାନଙ୍କୁ ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି। ଘଟଣାସ୍ଥଳରେ ଆବଶ୍ୟକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗାଜିଆବାଦ ପୁଲିସ କମିଶନର ଅଜୟ କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ସମ୍ଭଲରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତୀୟ ନାଗରିକ ପ୍ରତିରକ୍ଷା ଆଇନର ଧାରା ୧୬୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ସହିତ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଗତ ଶନିବାର ଶେଷ ହୋଇଥିଲା, ଯାହାକୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍।

Rahul Gandhi Congress Sambhal Politics Priyanka Gandhi Vadra Uttar Pradesh Sambhal Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe