Advertisment

ଖୋଲା ବିତର୍କ ପାଇଁ ରାହୁଲ ଗାନ୍ଧିଙ୍କ ହଁ, ଏବେ ମୋଦିଙ୍କ ପାଳି

ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଅଜିତ ପି ଶାହ ଓ ବରିଷ୍ଠ ସାମ୍ବାଦିକ ଏନ ରାମ ଉଭୟ ମୋଦି ଓ ରାହୁଲଙ୍କୁ ଚିଠି ଲେଖିଥିଲେ। ଦୁଇ ପକ୍ଷ ପରସ୍ପ ବିରୋଧରେ ଆଣୁଥିବା ଅଭିଯୋଗ ଓ ଚ୍ୟାଲେଞ୍ଜର ଜବାବ ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ।

author-image
Hemant Lenka
Rahul Gandhi

Rahul Gandhi

ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ପାଇଁ ପାଇଥିବା ଚ୍ୟାଲେଞ୍ଜକୁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗ୍ରହଣ କରି ନେଇଛନ୍ତି। ତେବେ ମୋଦି ବିତର୍କ ପାଇଁ ଏଯାଏ ହଁ କହି ନାହାନ୍ତି। ଦୁଇ ଜଣ ପୂର୍ବତନ ବିଚାରପତି ଓ ଜଣେ ବରିଷ୍ଠ ସାମ୍ବାଦିକ ଚିଠି ଲେଖି ମୋଦି ଓ ରାହୁଲ ପରସ୍ପର ସହ ବିତର୍କ କରିବାକୁ ଆଗେଇ ଆସନ୍ତୁ ବୋଲି ପରାମର୍ଶ ଦେଇଥିଲେ।

Advertisment

ପୂର୍ବତନ ବିଚାରପତି ଜଷ୍ଟିସ ମଦନ ବି ଲୋକୁର, ଜଷ୍ଟିସ ଅଜିତ ପି ଶାହ ଓ ବରିଷ୍ଠ ସାମ୍ବାଦିକ ଏନ ରାମ ଉଭୟ ମୋଦି ଓ ରାହୁଲଙ୍କୁ ଚିଠି ଲେଖିଥିଲେ। ଦୁଇ ପକ୍ଷ ପରସ୍ପ ବିରୋଧରେ ଆଣୁଥିବା ଅଭିଯୋଗ ଓ ଚ୍ୟାଲେଞ୍ଜର ଜବାବ ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ।

ସେମାନେ କହିଥିଲେ ଯେ ଲୋକମାନେ କେବଳ ଅଭିଯୋଗ ଓ ଚ୍ୟାଲେଞ୍ଜ ଶୁଣୁଛନ୍ତି। ସେମାନଙ୍କୁ କୌଣସି ପ୍ରକାରର ଯୁକ୍ତିଯୁକ୍ତ ଜବାବ ମିଳୁନାହିଁ। ତେଣୁ ଉଭୟ ଖୋଲା ବିତର୍କ ମଞ୍ଚକୁ ‌ଆସନ୍ତୁ।

Advertisment

ଏପରି ନିମନ୍ତ୍ରଣକୁ ପାଇବା ପରେ ରାହୁଲ ଗାନ୍ଧି ଏକ୍ସରେ ଗୋଟିଏ ପୋଷ୍ଟ କରି ହଁ ଭରିଛନ୍ତି। ସେ କହିଛନ୍ତି, “ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରମୁଖ ଦଳଗୁଡ଼ିକ ନିଜର ଭିଜନ ଗୋଟିଏ ମଞ୍ଚରୁ ଦେଶର ସାମ୍ନାରେ ରଖିବା ପାଇଁ ଏହା ସକାରାତ୍ମକ କାର୍ଯ୍ୟକ୍ରମ ବା ପଦକ୍ଷେପ। କଂଗ୍ରେସ ଏପରି ପ୍ରସ୍ତାବକୁ ସ୍ୱାଗତ କରୁଛି ଓ ବିତର୍କ ଚ୍ୟାଲେଞ୍ଜକୁ ଗ୍ରହଣ କରୁଛି । ଦେଶ ମଧ୍ୟ ପ୍ରଧାନମନ୍ତ୍ରୀ ଏଥିରେ ଭାଗ ନିଅନ୍ତୁ ବୋଲି ଅପେକ୍ଷା କରିଛି।”

ରାହୁଲ ୩ ପ୍ରମୁଖ ବ୍ୟକ୍ତିଙ୍କୁ ଲେଖିଥିବା ଚିଠିକୁ ମଧ୍ୟ ଏକ୍ସରେ ସଂଯୋଗ କରିଛନ୍ତି। ସେ ଏଥିରେ କହିଛନ୍ତି, “ମୁଁ ଆପଣମାନଙ୍କ ନିମନ୍ତ୍ରଣକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା କରିଥିଲି। ଏଭଳି ବିତର୍କ ଦ୍ୱାରା ଲୋକମାନେ ଆମର ଭିଜିନ ସମ୍ପର୍କରେ ଜାଣିପାରିବେ ଓ ସେମାନଙ୍କ ପାଖରେ ନିଜ ପସନ୍ଦକୁ ବାଛିବା ପାଇଁ ଉପଯୁକ୍ତ ସୂଚନା ପହଞ୍ଚି ପାରିବ।

ଆମ ସହ ଥିବା ଦଳଗୁଡ଼ିକ ସମ୍ପର୍କରେ ସୃଷ୍ଟି କରାଯାଉଥିବା ଭୁଲ ଧାରଣା ଉପରେ ମଧ୍ୟ ବିରାମ ଲଗାଇବା ଗୁରୁତ୍ୱପୂର୍ଣ୍ଣ। ପ୍ରମୁଖ ଦଳଗୁଡ଼ିକ ନିର୍ବାଚନ ଲଢ଼ୁଥିବାରୁ ଲୋକମାନେ ସେହି ଦଳଗୁଡ଼ିକର ନେତାମାନଙ୍କଠାରୁ ସିଧାସଳଖ ଶୁଣିବାର ହକଦାର। ତେଣୁ ମୁଁ କିମ୍ବା କଂଗ୍ରେସ ସଭାପତି ଏଭଳି ବିତର୍କରେ ଭାଗ ନେବାକୁ ବେଶ ଖୁସି ଅନୁଭବ କରିବେ।”

ରାହୁଲ ଆହୁରି କହିଛନ୍ତି, “ଯଦି ପ୍ରଧାନମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିବାକୁ ରାଜି ହୁଅନ୍ତି, ତା’ହେଲେ ଦୟାକରି ଆମକୁ ଜଣାନ୍ତୁ। ଆମେ ସେହି ଅନୁସାରେ ବିତର୍କର ଫର୍ମାଟ ବିଷୟରେ ଆଲୋଚନା କରିପାରିବା। ଆପଣମାନଙ୍କର ଏପରି ପଦକ୍ଷେପ ପାଇଁ ମୁଁ ଆପଣମାନଙ୍କୁ ପୁଣି ଥରେ ଧନ୍ୟବାଦ ଜଣାଉଛି। ମୁଁ ଗୋଟିଏ ଐତିହାସିକ ବିତର୍କରେ ଭାଗ ନେବାକୁ ଅପେକ୍ଷା କରିଛି।"

PM Modi Rahul Gandhi