Advertisment

ଲୋକସଭାର ସମ୍ମୁଖ ସିଟ୍‌ରେ ‘ୟୁପି କେ ଲଡକେ’

ପ୍ରଥମ ଦିନରେ ସମସ୍ତଙ୍କ ନଜର ୟୁପି କେ ଲଡେକଙ୍କ ଉପରେ ଥିଲା। ନିର୍ବାଚନ ବେଳେ ରାହୁଲ ଗାନ୍ଧି ଓ ଅଖିଲେଶ ଯାଦବ ୟୁପି କେ ଲଡକେ ନାଁରେ ବେଶ ଚର୍ଚ୍ଚାକୁ ଆସିଥିଲେ।

author-image
Hemant Lenka
Rahul Gandhi

Rahul Gandhi

ନିର୍ବାଚନରେ ଆଜି ଠାରୁ ଲୋକସଭାର ୧୮ତମ ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶାସକ ଦଳର ଅଧିକାଂଶ ସଦସ୍ୟଙ୍କୁ ଶପଥ ପାଠ କରିଛନ୍ତି।

Advertisment

ତେବେ ପ୍ରଥମ ଦିନରେ ସମସ୍ତଙ୍କ ନଜର ୟୁପି କେ ଲଡେକଙ୍କ ଉପରେ ଥିଲା। ନିର୍ବାଚନ ବେଳେ ରାହୁଲ ଗାନ୍ଧି ଓ ଅଖିଲେଶ ଯାଦବ ୟୁପି କେ ଲଡକେ ନାଁରେ ବେଶ ଚର୍ଚ୍ଚାକୁ ଆସିଥିଲେ। ୟୁପିରେ ମଧ୍ୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ଦମଦାର ପ୍ରଦର୍ଶନ କରିଛନ୍ତି।

ଆଜି ପ୍ରଥମ ଦିନରେ ଏହାର ଝଲକ ଦେଖିବାକୁ ମିଳିଥିଲା। ୟୁପି କେ ଲଡକେ ଲୋକସଭାରେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେଇଛନ୍ତି। ରାହୁଲ ଗାନ୍ଧି ଓ ଅଖିଲେଶ ଯାଦବ ଲୋକସଭାର ସମ୍ମୁଖ ସିଟ୍‌ରେ ବସି ଇଣ୍ଡିଆ ମେଣ୍ଟର ଶକ୍ତି ସମସ୍ତଙ୍କୁ ଦେଖାଇଛନ୍ତି।

Advertisment

ଲୋକସଭାରେ ବିରୋଧୀ ମେଣ୍ଟ ୨୩୩ଟି ଆସନ ଜିତିଛନ୍ତି। ଆଜି ବିରୋଧୀ ମେଣ୍ଟର ସଦସ୍ୟମାନେ ଏକାଠି ହୋଇ ସଂସଦରେ ପ୍ରବେଶ କରିଥିଲେ। ସେମାନଙ୍କ ହାତରେ ସମ୍ବିଧାନ ମଧ୍ୟ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶପଥ ନେଉଥିବା ବେଳେ ବିରୋଧୀ ସଦସ୍ୟମାନେ ତାଙ୍କୁ ସମ୍ବିଧାନ ପ୍ରଦର୍ଶନ କରିଥିଲେ।

ରାହୁଲ ଗାନ୍ଧି ୨୦୨୪ ଓ ୨୦୧୯ରେ ମଧ୍ୟ ସଂସଦକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ସେ ଦ୍ୱିତୀୟ ଧାଡ଼ିରେ ବସୁଥିଲେ। ଏଥର ତାଙ୍କୁ ଅଖିଲେଶଙ୍କ ସହ ସମ୍ମୁଖ ସିଟରେ ଦେଖିବାକୁ ମିଳିଛି। ସେ ବିରୋଧୀ ମେଣ୍ଟର ନେତୃତ୍ୱ ନେବାକୁ ମଧ୍ୟ ବେଶ ଉତ୍ସାହିତ ଥିବା ଜଣାପଡ଼ୁଛି।

ରାହୁଲ ଓ ଅଖିଲେଶଙ୍କ ସହ ସମ୍ମୁଖ ସିଟରେ ସପା ସାଂସଦ ଅୱଧେଶ ପ୍ରସାଦ ଓ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ବସିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଖିଲେଶ ଯାଦବ ଫୈଜାବାଦରୁ ଜିତିଥିବା ଅୱଧେଶ ପ୍ରସାଦଙ୍କୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେଇଥିଲେ। କାରଣ ସେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ରାମ ମନ୍ଦିର ଅର୍ନ୍ତଗତ ଫୈଜାବାଦରେ ବିଜେପିକୁ ମାତ ଦେବାକୁ ସକ୍ଷମ ହୋଇଛନ୍ତି।

ଆଜି ସଂସଦରେ ପ୍ରବେଶ କରିବା ବେଳେ ଅଖିଲେଶଙ୍କ ପତ୍ନୀ ଡିମ୍ପଲ ଯାଦବ, ଦାଦା ରାମ ଗୋପାଲ ଯାଦବ ଓ ସମସ୍ତ ସପା ସାଂସଦ ରହିଥିଲେ। ତେବେ ଅଖିଲେଶ ଗୃହରେ ପ୍ରବେଶ କରିବା ବେଳେ ପଛକୁ ବୁଲି ଚାହିଁଥିଲେ ଓ ଅୱଧେଶ ପ୍ରସାଦଙ୍କୁ ସମ୍ମୁଖ ଭାଗକୁ ଆଣିଥିଲେ। ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା କରିବା ବେଳେ ସେ ଅୱଧେଶଙ୍କୁ ନିଜ ପାଖରେ ରଖିଥିଲେ।

ଲୋକସଭାରେ ଇଣ୍ଡିଆ ମେଣ୍ଟର ୨୩୩ ଜଣ ସାଂସଦ ଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୨୯୩ ଜଣ ସାଂସଦ ରହିଛନ୍ତି।

Lok Sabha Rahul Gandhi PM Modi Akhilesh Yadav