/odisha-reporter/media/post_attachments/uploadimage/library/16_9/16_9_0/IMAGE_1758178239.jpg)
Rahul Gandhi
ଭାରତୀୟ ନିର୍ବାଚନ କମିଶନଙ୍କ ବିରୋଧରେ ଭୋଟ ଚୋରି ଅଭିଯୋଗ ଆଣିଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ନିଜ ଆକ୍ରମଣକୁ ଆହୁରି ଶାଣିତ କରିଛନ୍ତି। ଭୋଟ ଚୋରି ଅଭିଯୋଗର ଭାଗ-୨ରେ ରାହୁଲ ଗାନ୍ଧି ସଫ୍ଟୱେୟାର ଓ ନକଲି ଲଗଇନ ଦ୍ୱାରା କେମିତି ଭୋଟର ତାଲିକାରେ ହେରଫେର କରାଯାଉଛି, ତା’ର ପ୍ରମାଣ ସେ ଉପସ୍ଥାପନ କରିଛନ୍ତି।
କଂଗ୍ରେସ କ୍ଷମତାସୀନ କର୍ଣ୍ଣାଟକାରେ ବିପୁଳ ସଂଖ୍ୟାରେ ଲୋକଙ୍କ ନାଁକୁ ଭୋଟର ତାଲିକାରୁ ୨୦୨୩ ବିଧାନସଭା ନିର୍ବାଚନ ବେଳେ ଡିଲିଟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଭୋଟର ଆଇଡିଗୁଡ଼ିକୁ ନକଲି ଲଗଇନ୍ ଆଇଡି ଓ ଫୋନ ନମ୍ବର ବ୍ୟବହାର କରି ରାଜ୍ୟ ବାହାରକୁ ଡିଲିଟି କରାଯାଇଥିଲା। ତେବେ କୌଣସି ବ୍ୟକ୍ତି ଭୋଟର ତାଲିକାର ନାଁ ଡିଲିଟ କରିନାହାନ୍ତି, ବରଂ ସପ୍ଟୱେୟାର ବ୍ୟବହାର କରି ଭୋଟର ତାଲିକାରୁ ନାଁ ହଟା ଯାଇଥିବା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି।
କର୍ଣ୍ଣାଟକାର ମହାଦେବପୁରା ବିଧାନସଭା ନିର୍ବାଚନ ମଣ୍ଡଳରେ ଲକ୍ଷାଧିକ ଭୋଟ ଚୋରି କରାଯାଇଥିବା ରାହୁଲ ଗାନ୍ଧି ପୂର୍ବରୁ ଅଭିଯୋଗ କରି ନିର୍ବାଚନ କମିଶନଙ୍କୁ କାଠଗଡ଼ାକୁ ଟାଣିଥିଲେ। ଆଜି ସେ ସମାନ ଢଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କର୍ଣ୍ଣାଟକାର ଆଲନ୍ଦ ନିର୍ବାଚନ ମଣ୍ଡଳୀରୁ ୬୦୧୮ ଜଣ ଭୋଟରଙ୍କ ନାଁ ଭୋଟର ତାଲିକାରୁ ହଟା ଯିବାକୁ ଚେଷ୍ଟା କରାଯାଇଥିବା ରାହୁଲ ଅଭିଯୋଗ କରିଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି, “ଗୋଟିଏ ପରେ ଗୋଟିଏ ନିର୍ବାଚନରେ କିଛି ଲୋକ ବେଶ ବ୍ୟବସ୍ଥିତ ଢଙ୍ଗରେ ସମଗ୍ର ଭାରତରେ ଲକ୍ଷାଧିକ ଭୋଟରଙ୍କ ନାଁକୁ ଟାର୍ଗେଟ କରୁଛନ୍ତି। ବିଭିନ୍ନ ସଂପ୍ରଦାୟର ଭୋଟରଙ୍କୁ ଟାର୍ଗେଟ କରାଯାଇଛି। ବିଶେଷ କରି ବିରୋଧୀଙ୍କୁ ଭୋଟ ଦେଉଥିବା ସଂପ୍ରଦାୟକୁ ଟାର୍ଗେଟ କରାଯାଉଛି। ଆମେ ଏହାର ୧୦୦% ପ୍ରମାଣ ପାଇଛୁ। ମୁଁ ମୋ ଦେଶ, ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବହୁତ ଭଲ ପାଏ। ମୁଁ ଏହି ପ୍ରକ୍ରିୟାକୁ ସୁରକ୍ଷିତ ରଖିବାକୁ ଚାହୁଁଛି। ଯେଉଁ କଥାର ୧୦୦% ପ୍ରମାଣ ନାହିଁ, ସେସବୁ ଏଠାରେ ମୁଁ କହିବି ନାହିଁ। ଏବେ ସବୁ କିଛି ଆପଣମାନେ ବିଚାର କରିବେ।”
ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ କର୍ଣ୍ଣାଟକାର ଆଲନ୍ଦ ନିର୍ବାଚନ ମଣ୍ଡଳୀରୁ କେହି ଜଣେ ୬୦୧୮ ଖଣ୍ଡ ଭୋଟକୁ ଡିଲିଟି କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସଂଯୋଗବଶତଃ ଏହା ଧରା ପଡ଼ି ଯାଇଥିଲା। ସେ କହିଛନ୍ତି, “ବୁଥ ସ୍ତରୀୟ ଅଫିସର ଜାଣିବାକୁ ପାଇଥିଲେ ଯେ ତାଙ୍କ ଦାଦାଙ୍କ ଭୋଟ ଡିଲିଟି ହୋଇଯାଇଛି ଓ ଏହାକୁ ତାଙ୍କ ପଡ଼ୋଶୀ ଡିଲିଟି କରିଛନ୍ତି। ତେଣୁ ବୁଥ ସ୍ତରୀୟ ମହିଳା ଅଧିକାରୀ ଜଣଙ୍କ ତାଙ୍କ ପଡ଼ୋଶୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ।
କିନ୍ତୁ ପଡ଼ୋଶୀ କିଛି ଜାଣି ନଥିବା କହିଥିଲେ। ଭୋଟ ଡିଲିଟି କରିଥିବା ବ୍ୟକ୍ତି କିଛି ଜାଣି ନାହାନ୍ତି କିମ୍ବା ଯାହାଙ୍କ ଭୋଟର ତାଲିକାରୁ ନାଁ ହଟିଛି ସେ ମଧ୍ୟ କିଛି ଜାଣିନାହାନ୍ତି। ଆଲନ୍ଦରେ ୬୦୧୮ ଆବେଦନ ଭାବେ ଦାଖଲ କରାଯାଇଥିଲା। କିନ୍ତୁ ଯେଉଁମାନେ ଏପରି ଆବେଦନ କରିଥିଲେ, ବାସ୍ତବରେ ସେମାନେ କିଛି ଜାଣି ନାହାନ୍ତି। ସୂର୍ଯ୍ୟକାନ୍ତ ନାମକ ଜଣେ ବ୍ୟକ୍ତି ୧୪ ମିନିଟରେ ୧୨ଟି ଭୋଟର ଡିଲିଟ ଆବେଦନ ଦାଖଲ କରିଥିଲେ। ସେହିପରି ବିବିତା ଚୌଧୁରୀ ନାମକ ଜଣେ ମହିଳାଙ୍କ ନାଁରେ ମଧ୍ୟ ନକଲି ଭୋଟର ଡିଲିଟ ଆପ୍ଲେକସନ ଦାଖଲ କରାଯାଇଥିଲା। ”
Aland is a constituency in Karnataka
Somebody tried to delete 6,018 votes
But somebody got caught deleting 6,018 votes
BLO noticed that her uncle's vote was deleted
So, she checked who deleted her uncle's vote and found it was a neighbour
But it wasn’t the neighbour… pic.twitter.com/tfVLC9pbab
— Supriya Shrinate (@SupriyaShrinate) September 18, 2025
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ କର୍ଣ୍ଣାଟକା ସିଆଇଡି ୧୮ ମାସରେ ୧୮ଟି ଚିଠି ଲେଖି ନକଲି ଲଗଇନ ସମ୍ପର୍କରେ ତଥ୍ୟ ମାଗିଥିଲା। ସିଆଇଡି ପକ୍ଷରୁ ଯେଉଁ ସ୍ଥାନରୁ ଆବେଦନ କରାଯାଇଥିଲା ତା’ର ଆଇପି ଠିକଣା ଓ ଓଟିପି ତଥ୍ୟ ମଗାଯାଇଥିଲା। ଏହାଦ୍ୱାରା ପୂରା ଅପରେସନ ଦେଶର କେଉଁ ସ୍ଥାନରୁ ହେଉଛି, ସେକଥା ଜଣାପଡ଼ି ଥାଆନ୍ତା। କିନ୍ତୁ ନିର୍ବାଚନ କମିଶନ କୌଣସି ଜବାବ ଦେଇ ନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଏସବୁ ଭୋଟ ଚୋରି କାରବାର କରୁଥିବା ଲୋକଙ୍କୁ ଜ୍ଞାନେଶ କୁମାର ସୁରକ୍ଷା ଦେଉଛନ୍ତି।
ଭାରତର ସମ୍ବିଧାନକୁ ହାତରେ ଧରି ରାହୁଲ ଗାନ୍ଧି ଆହୁରି କହିଛନ୍ତି ଯେ “ମୁଁ ପ୍ରତିଟି ଯୁବଗୋଷ୍ଠୀଙ୍କୁ କହିବାକୁ ଚାହୁଁଛି ଯେ ସେମାନେ ଏହାକୁ(ସମ୍ବିଧାନ) ଆକ୍ରମଣ କରୁଛନ୍ତି। ସେମାନେ ଯେତେବେଳେ ତଥ୍ୟ ଦେଉନାହାନ୍ତି, ଏହାର ଅର୍ଥ ସେମାନେ ଗଣତନ୍ତ୍ରର ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଛନ୍ତି। ଆପଣଙ୍କ ଚାକିରି, ଭବିଷ୍ୟତ ଓ ଆପଣମାନଙ୍କ ଆଶା ସବୁ କିଛି ବାଜିରେ ଲାଗିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
