Advertisment

ଇଣ୍ଡିଆ ମେଣ୍ଟ: ମୋଦି-ଆଦାନୀ ସମ୍ପର୍କକୁ ନେଇ ବର୍ଷିଲେ ରାହୁଲ ଗାନ୍ଧି

ମୁମ୍ବାଇରେ ଅନୁଷ୍ଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ବୈଠକରେ ରାହୁଲ ଗାନ୍ଧି ସମ୍ବୋଧନ କରିବା ବେଳେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ବିଜେପି ଦୁର୍ନୀତି ବୁଝାମଣାରେ ସାମିଲ ଅଛନ୍ତି।

Rahul Gandhi

Rahul Gandhi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ଗୌତମ ଆଦାନୀଙ୍କ ମଧ୍ୟରେ ଗୁପ୍ତ ସମ୍ପର୍କ ଥିବା ଦାବି ପୁଣିଥରେ ବର୍ଷିଛନ୍ତି ରାହୁଲ ଗାନ୍ଧି। ମୁମ୍ବାଇରେ ଅନୁଷ୍ଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ବୈଠକରେ ରାହୁଲ ଗାନ୍ଧି ସମ୍ବୋଧନ କରିବା ବେଳେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ବିଜେପି ଦୁର୍ନୀତି ବୁଝାମଣାରେ ସାମିଲ ଅଛନ୍ତି।

Advertisment

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଜି-୨୦ ବୈଠକ ପୁର୍ବରୁ ଏ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ।” ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ମୋଦି ସରକାର ଗରିବ ଲୋକଙ୍କ ଠାରୁ ଟଙ୍କା ନେଉଛନ୍ତି ଓ ଏହାକୁ ଧନୀମାନଙ୍କୁ ଦେଉଛନ୍ତି। ମୋଦି ସରକାର ଚାଇନା ଠାରୁ ଜମି ହାରି ଯାଇଛି ବୋଲି ମଧ୍ୟ ସେ ଦୋହରାଇଛନ୍ତି।

ସେ କହିଛନ୍ତି, “ଲଦାଖର ଲୋକମାନେ ମୋତେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ଚାଇନା ଭାରତୀୟ ଜମିକୁ କବଜା କରିଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମିଛ କହୁଥିବା ସେମାନେ କହିଛନ୍ତି। ଲଦାଖର ପ୍ରତିଟି ଲୋକ ଜାଣିଛନ୍ତି ଯେ ଭାରତ ସରକାର ଭାରତର ଲୋକ ଓ ଲଦାଖବାସୀଙ୍କ ସହ ଧୋକା କରିଛନ୍ତି।

Advertisment

ସୀମାରେ ଏବେ ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ଭାବେ ଦେଖାଯାଉଛି। ପୂର୍ବରୁ ଆମ ଲୋକମାନେ ଯେଉଁ ସବୁ ସ୍ଥାନକୁ ଯାଇ ପାରୁଥିଲେ, ଏବେ ସେମାନଙ୍କୁ ସେଠାକୁ ଯିବାକୁ ଅନୁମତି ମିଳୁନି। ଲଦାଖରେ ଯାହା ଘଟିଛି, ସେସବୁ ଲଜ୍ଜାଜନକ।”

ଇଣ୍ଡିଆ ମେଣ୍ଟ ନିଶ୍ଚିତ ଭାବେ ଏକାଠି ହେଲେ ସଫଳତା ହାସଲ କରିବ ବୋଲି ମଧ୍ୟ ରାହୁଲ ଗାନ୍ଧି ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “ଏହି ଷ୍ଟେଜରେ ଏକାଠି ହୋଇଥିବା ଦଳଗୁଡ଼ିକ ଦେଶର ୬୦% ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଯଦି ସବୁ ବିରୋଧୀ ଦଳ ଏକାଠି ହୋଇଯିବେ, ତା’ହେଲେ ବିଜେପି ପାଇଁ ନିର୍ବାଚନ ଜିତିବା ଅସମ୍ଭବ ହୋଇପଡ଼ିବ।

ମୁଁ ନିଶ୍ଚିତ ଯେ ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇ ପାରିବ। ଆମ ମଧ୍ୟରେ ମତପାର୍ଥକ୍ୟ ରହିପାରେ, କିନ୍ତୁ ଆମେ ସମସ୍ତେ ଏକାଠି କାମ କରୁଛୁ। ଆମେ ବିକାଶକୁ ଫୋକସ କରିବା ଓ ଏହା ଦେଶକୁ ମଧ୍ୟ ଆଗକୁ ନେବ।”

Gautam Adani PM Modi Rahul Gandhi Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe