Advertisment

ଶିଖ ବୟାନ ବିବାଦ: ପ୍ରଥମଥର ପାଇଁ ମୁହଁ ଖୋଲିଲେ ରାହୁଲ ଗାନ୍ଧି

ବିଜେପି ସବୁ ପ୍ରସଙ୍ଗ ଭଳି ଏଥର ମଧ୍ୟ ମିଥ୍ୟାର ପ୍ରଚାର କରୁଥିବା ରାହୁଲ ଗାନ୍ଧି କହିଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଶିଖ ସଂପ୍ରଦାୟକୁ ନେଇ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦେଇଥିବା ବୟାନକୁ ବିଜେପି ତୀବ୍ର ସମାଲୋଚନା କରି ଚାଲିଛି। ଏହାକୁ ନେଇ ରାଜନୀତିକ ବିବାଦ ମଧ୍ୟ ଦେଖାଯାଇଛି। ଦିନକୁ ଦିନ ବିବାଦ ତେଜୁ ଥିବା ବେଳେ ପ୍ରଥମଥର ପାଇଁ ରାହୁଲ ଗାନ୍ଧି ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି।

Advertisment

ସେ ନିଜ ବୟାନକୁ ଡିଫେଣ୍ଡ କରିଛନ୍ତି ଓ ବିଜେପି ସବୁ ପ୍ରସଙ୍ଗ ଭଳି ଏଥର ମଧ୍ୟ ମିଥ୍ୟାର ପ୍ରଚାର କରୁଥିବା କହିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ମତ ରଖି ରାହୁଲ ଗାନ୍ଧି କହିଛନ୍ତି, “ମୋର ଆମେରିକା ବୟାନକୁ ନେଇ ବିଜେପି ମିଛର ପ୍ରଚାର କରୁଛି। ଭାରତ ଓ ବିଦେଶରେ ରହୁଥିବା ମୋର ସମସ୍ତ ଶିଖ ଭାଇ ଭଉଣୀମାନଙ୍କୁ ଗୋଟିଏ ପ୍ରଶ୍ନ କରିବାକୁ ଚାହୁଁଛି।

ମୁଁ ଯାହା ବି କହିଛି, ସେଥିରେ କିଛି ଭୁଲ ଅଛି କି? ଭାରତ ଏମିତି ଏକ ଦେଶ ହେବା କଥା ନୁହେଁ କି ଯେଉଁଠାରେ ପ୍ରତିଟି ଶିଖ ଓ ପ୍ରତ୍ୟେକ ଭାରତୀୟ ସେମାନଙ୍କ ଧର୍ମକୁ ବିନା ଭୟରେ ଅନୁସରଣ କରିପାରିବେ?

Advertisment

ସବୁଥର ଭଳି ବିଜେପି ଏବେ ମିଛର ସାହାରା ନେଇଛି। ସେମାନେ ମୋତେ ଚୁପ କରିବାକୁ ଲାଗିପଡ଼ିଛନ୍ତି। କାରଣ ସେମାନେ ସତକୁ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି। କିନ୍ତୁ ମୁଁ ସବୁବେଳେ ଭାରତକୁ ଦର୍ଶାଉ ଥିବା ମୂଲ୍ୟବୋଧ ସମ୍ପର୍କରେ ମତ ରଖିବି।”

ଭାରତରେ ଧାର୍ମିକ ସ୍ୱାଧୀନତା ସମ୍ପର୍କରେ ରାହୁଲ ଗାନ୍ଧି ଆମେରିକାରେ ମତ ରଖିଥିଲେ। ସେ କହିଥିଲେ ଯେ ଭାରତରେ ଶିଖମାନେ ପଗଡ଼ି ପିନ୍ଧି ପାରିବେ କି ନାହିଁ କିମ୍ବା କଡ଼ା ପିନ୍ଧି ପାରିବେ କି ନାହିଁ, ତା’କୁ ନେଇ ଲଢ଼େଇ ଚାଲିଛି।

ଜଣେ ଶିଖ ହିସାବରେ ଗୁରୁଦ୍ୱାରା ଯାଇ ପାରିବେ କି ନାହିଁ, ବର୍ତ୍ତମାନ ସେହି ଲଢ଼େଇ ଚାଲିଛି। ଏହି ଲଢ଼େଇ କେବଳ ଶିଖମାନଙ୍କ ପାଇଁ ନୁହେଁ, ସବୁ ଧର୍ମାବଲମ୍ବୀଙ୍କ କ୍ଷେତ୍ରରେ ଘଟୁଛି ବୋଲି ରାହୁଲ ମତ ରଖିଥିଲେ।

ଏପରି ବୟାନକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି। ବିଦେଶରେ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମତ ରଖିବା ଅତ୍ୟନ୍ତ ବିପଦଜନକ ପ୍ରଚାର ବୋଲି ବିଜେପି କହିଥିଲା।

Bjp USA Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe