Advertisment

କୁକୁର ଛୁଆ ପ୍ରେମରେ ରାହୁଲ ଗାନ୍ଧି; ଗୋଆରୁ ଧରି ଦିଲ୍ଲୀ ବାହୁଡ଼ିଲେ

ମାତ୍ର ଦିନିକିଆ ଗସ୍ତରେ ଗୋଆ ଯାଇଥିବା ରାହୁଲ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ନର୍ଥ ଗୋଆରେ କୁକୁର ବ୍ୟବସାୟ କରୁଥିବା ଏକ ଦମ୍ପତିଙ୍କୁ ନିକଟକୁ ଯାଇଥିଲେ।

Rahul Gandhi

Rahul Gandhi

Advertisment

ଦଳୀୟ କାର୍ଯ୍ୟକ୍ରମରେ ଦିଲ୍ଲୀରୁ ଗୋଆ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ବେଶ୍‌ ଖୁସିରେ ଦିଲ୍ଲୀ ବାହୁଡ଼ିଛନ୍ତି । କାରଣ ଗୋଆରୁ ସେ ଏକ କୁକୁର ଛୁଆ ଧରି ଫେରିଥିବା ଜଣାଯାଇଛି। ରାହୁଲ ଗାନ୍ଧି ପସନ୍ଦ କରିଥିବା ଏହି କୁକୁର ଛୁଆଟି ଜ୍ୟାକ୍‌ ରସେଲ ଟେରିଅର ପ୍ରଜାତିର ହୋଇଥିବା ବେଳେ ତାକୁ ମାତ୍ର ୩ ମାସ ବୋଲି ଜଣାଯାଇଛି।

Advertisment

ବୁଧବାର ରାତିରେ ମାତ୍ର ଦିନିକିଆ ଗସ୍ତରେ ଗୋଆ ଯାଇଥିବା ରାହୁଲ ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ନର୍ଥ ଗୋଆରେ କୁକୁର ବ୍ୟବସାୟ କରୁଥିବା ଏକ ଦମ୍ପତିଙ୍କୁ ନିକଟକୁ ଯାଇଥିଲେ। ଶିବାନୀ ପିଟ୍ରେ ନାମ୍ନୀ ମହିଳା ନିଜ ସ୍ୱାମୀଙ୍କ ସହ ମିଶି ନର୍ଥ ଗୋଆର ମାପୁଶା ଟାଉନରେ କୁକୁର ବ୍ୟବସାୟ କରୁଛନ୍ତି।

ସେ କହିଛନ୍ତି, ଆମ ଦୋକାନରୁ ରାହୁଲ ଗାନ୍ଧି ପୂର୍ବରୁ ଅର୍ଡର କରି ଏକ କୁକୁର ଛୁଆ ନେଇଥିବା ବେଳେ ତାହାକୁ ଫେରାଇ ଜ୍ୟାକ୍‌ ରସେଲ ଟେରିଅର ପ୍ରଜାତିର କୁକୁର ବାଛିଥିଲେ। ପରେ ଉକ୍ତ କୁକୁରକୁ ତାଙ୍କ ନିକଟକୁ ପଠାଇ ଦିଆଯାଇଛି।

Advertisment

ଜ୍ୟାକ୍‌ ରସେଲ ଟେରିଅର ପ୍ରଜାତିର କୁକୁର ସମ୍ପର୍କରେ ଜାଣିବା ପାଇଁ ରାହୁଲ ଗାନ୍ଧି ପୂର୍ବରୁ ନିଜର ଜଣେ କର୍ମଚାରୀଙ୍କୁ ଆମ କେନ୍ଦ୍ରକୁ ପଠାଇଥିଲେ। ତାଙ୍କଠୁ ସବୁ ସୂଚନା ପାଇବା ପରେ ସେ ଏହି କୁକୁର ଛୁଆକୁ ବାଛିଛନ୍ତି।

ରାହୁଲ ଗାନ୍ଧୀ ଜଣେ ପ୍ରାଣୀପ୍ରେମୀ ହୋଇଥିବା ବେଳେ ବହୁ ଶାନ୍ତଶିଷ୍ଟ ଓ ହସମିଜାଜ ସ୍ୱଭାବର ବୋଲି କହିଛନ୍ତି ଶିବାନୀ । ଏଥିସହ ରାହୁଲ ତାଙ୍କ କେନ୍ଦ୍ରକୁ ଆସିଥିବାରୁ ସେମାନେ ବହୁତ ଖୁସି ଓ ଉତ୍ସାହିତ ଥିବା ସେ କହିଛନ୍ତି।

ନିଜ ଗୋଆ ଗସ୍ତ ଅବସରରେ ରାହୁଲ ଗାନ୍ଧି ଗୋଆର କଂଗ୍ରେସ ବିଧାୟକଙ୍କୁ ଭେଟିବା ସହ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

Rahul Gandhi Congress Goa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe