Advertisment

ଆପ୍ ଉପରେ ବର୍ଷିଲେ ରାହୁଲ, କହିଲେ ମୋଦି-କେଜ୍ରିୱାଲ ସମାନ

ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାରବେଳେ କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଓ କେଜ୍ରିୱାଲ ଉଭୟ କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଲେ।

Rahul Gandhi

Rahul Gandhi

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେଲାଣି ପ୍ରଚାର ମୈଦାନ। ଏହି କ୍ରମରେ ଆଜି କଂଗ୍ରେସର ପ୍ରଚାର ମଙ୍ଗ ଧରି ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଇଣ୍ଡିଆ ମେଣ୍ଟର ସହଯୋଗୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରି ଉଭୟ କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି ବୋଲି କହିଛନ୍ତି।

Advertisment

ଉତ୍ତର-ପୂର୍ବ ଦିଲ୍ଲୀର ସୀଲମପୁରରେ ଏକ ଜନସଭାକୁ ସମ୍ବୋଧନ କରି ରାହୁଲ ଦେଶବ୍ୟାପୀ ଜାତି ଜନଗଣନା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଆପଣ କେଜ୍ରିୱାଲଙ୍କୁ ପଚାରନ୍ତୁ ସେ ଜାତି ଜନଗଣନା ଓ ପଛୁଆ ବର୍ଗଙ୍କୁ ଆରକ୍ଷଣ ଚାହୁଁଛନ୍ତି କି ନାହିଁ। ଯେତେବେଳେ ମୁଁ ଜାତି ଜନଗଣନା କଥା କହୁଛି, ଉଭୟ ପ୍ରଧାନମନ୍ତ୍ରୀ ମୋଦି କିମ୍ବା କେଜ୍ରିୱାଲଙ୍କ ମୁହଁରୁ ଗୋଟିଏ ବି ଶବ୍ଦ ଶୁଣିବାକୁ ମିଳୁନି। ସେମାନଙ୍କ ମଧ୍ୟରେ କିଛି ବି ଫରକ ନାହିଁ। ଉଭୟ କେବଳ ମିଛ ପ୍ରତିଶ୍ରୁତି ଦିଅନ୍ତି।

ରାହୁଲ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେଜ୍ରିୱାଲ ମୁଦ୍ରାସ୍ଫୀତି ହ୍ରାସ କରିବାର ପ୍ରତିଶ୍ରୁତି ଦେବା ସତ୍ତ୍ୱେ ସେଥିରେ ବିଫଳ ହୋଇଛନ୍ତି। ଭାରତରେ ଗରିବମାନେ ଆହୁରି ଗରିବ ଏବଂ ଧନୀମାନେ ଅଧିକ ଧନୀ ହେବାରେ ଲାଗିଛନ୍ତି ବୋଲି ରାହୁଲ ଦାବି କରିଛନ୍ତି। କେଜ୍ରିୱାଲଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ ସେ ଜାତୀୟ ରାଜଧାନୀକୁ ପ୍ୟାରିସରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ନକରି ଏବେ "ସ୍ୱଚ୍ଛ ଦିଲ୍ଲୀ ପ୍ରଚାର" ଚଳାଇଛନ୍ତି। ଦିଲ୍ଲୀରେ କେବଳ ଦୁର୍ନୀତି, ପ୍ରଦୂଷଣ ଏବଂ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ବୋଲି କହିଛନ୍ତି ରାହୁଲ।

Advertisment

ଲୋକସଭା ବିରୋଧୀ ଦଳ ନେତା ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଓ ଅରବିନ୍ଦ କେଜ୍ରିୱାଲ ପଛୁଆବର୍ଗଙ୍କୁ ସେମାନଙ୍କ ଭାଗିଦାରୀ ଦେବାକୁ ଚାହୁଁନାହାନ୍ତି। ହେଲେ ଯଦି କଂଗ୍ରେସ ଦିଲ୍ଲୀରେ ସରକାର ଗଠନ କରେ, ତେବେ ସଂରକ୍ଷଣ ସୀମା ବୃଦ୍ଧି କରିବ ବୋଲି ସେ କହିଛନ୍ତି। ସେହିଭଳି ଶିଳ୍ପପତି ଗୌତମ ଆଦାନୀଙ୍କ ପ୍ରସଙ୍ଗରେ ମଧ୍ୟ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ କହିଛନ୍ତି ଯେ, କେଜ୍ରିୱାଲ ଆଦାନୀଙ୍କ ବିଷୟରେ କେବେ କହିଛନ୍ତି କି? ଆମେ ଗରିବ ଓ ପଛୁଆବର୍ଗଙ୍କ ପାଇଁ ସମାନତା ଓ ସେମାନଙ୍କ ଭାଗିଦାରୀ ଚାହୁଁଛୁ। କଂଗ୍ରେସ କେବେ ବି ଜଣେ ଶିଳ୍ପପତିଙ୍କ ହାତରେ ଦେଶ ଚାଲିବାକୁ ଦେବ ନାହିଁ ବୋଲି ସେ କହିଛନ୍ତି।

Bjp Congress Rahul Gandhi Arvind Kejriwal AAP PM Narendra Modi Delhi Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe