/odisha-reporter/media/post_attachments/uploadimage/library/16_9/16_9_0/Rahul_1753793313.jpg)
Rahul
ଅପରେସନ ସିନ୍ଦୂର ଉପରେ ଚାଲିଥିବା ବିତର୍କରେ ଭାଗ ନେଇ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସେ ଅପରେସନ ସିନ୍ଦୂର ପାଇଁ ଭାରତୀୟ ସେନାର ପ୍ରଶଂସା କରିଛନ୍ତି। କିନ୍ତୁ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ୱାଧୀନତାର ସହ ଅପରେସନ କରିବାକୁ ସୁଯୋଗ ଦେଇ ନଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।
ରାହୁଲ ତାଙ୍କ ଭାଷଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଲାଗୁ ହେବାର ଶ୍ରେୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନେବାକୁ ୨୯ ଥର ଚେଷ୍ଟା କରିଛନ୍ତି।
ସେ ଭାରତ ଓ ପାକିସ୍ତାନକୁ ବାଣିଜ୍ୟ ଡିଲ କଥା କହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ କରିଥିବା କହି ଚାଲିଛନ୍ତି। ଟ୍ରମ୍ପଙ୍କ ଏପରି ଦାବିରେ କୌଣସି ସତ୍ୟତା ନଥିବା ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ବିଶ୍ୱକୁ ଜଣାଇ ପାରିବେ କି ବୋଲି ରାହୁଲ ଚ୍ୟାଲେଞ୍ଜ ଦେଇଛନ୍ତି।
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ଅପରେସନ ସିନ୍ଦୂର ଉପରେ ଚାଲିଥିବା ବିତର୍କରେ ଭାଗ ନେବେ। ଏହି ସମୟରେ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣେ ମିଛୁଆ କହି ପାରିବେ କି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ଡୋନାଲ୍ଡ ଟ୍ରମ୍ପ ୨୯ ଥର କହି ସାରିଛନ୍ତି ଯେ ସେ ଯୁଦ୍ଧ ବିରତିରେ ମଧ୍ୟସ୍ଥି ସାଜିଥିଲେ। ଯଦି ପ୍ରଧାନମନ୍ତ୍ରୀଙ୍କ ପାଖରେ ସେତିକି ଦମ ଅଛି, ତା’ହେଲେ ସେ ଆଜି ଏଠାରେ ଟ୍ରମ୍ପ ମିଛ କହୁଛନ୍ତି ବୋଲି କହି ଦେଖାନ୍ତୁ।
ଯଦି ତାଙ୍କ ପାଖରେ ସାହାସ ଅଛି, ତା’ହେଲେ ସେ ଆଜି ସନ୍ଧ୍ୟାରେ କୁହନ୍ତୁ ଡୋନାଲ୍ଡ ଟ୍ରମ୍ପ ଜଣେ ମିଛୁଆ। ଟ୍ରମ୍ପ ୫ଟି ଯୁଦ୍ଧ ବିମାନ ଖସି ଥିବା କଥା ବି କହିଛନ୍ତି। ସେମିତି କିଛି ହୋଇ ନଥିବା ମଧ୍ୟ ଆଜି ମୋଦି ଏଠାରେ କହି ସବୁ କିଛି ସ୍ପଷ୍ଟ କରନ୍ତୁ।”
ସରକାରଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, “ଯୁଦ୍ଧ ବିମାନ ହରାଇବା ପଛର କାରଣ ହେଲା ସରକାର ଆକ୍ରମଣ ବେଳେ ସେନା ଆଗରେ ପ୍ରତିବନ୍ଧକ ଲଗାଇଥିଲେ। ତେଣୁ ସରକାରଙ୍କ ପାଖରେ ରାଜନୀତିକ ଇଚ୍ଛା ଶକ୍ତି ନଥିବା ଆପଣ ସେମାନଙ୍କୁ ଜଣାଇ ଦେଲେ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
