Advertisment

ପୁଣି ଥରେ ରାହୁଲ ଗାନ୍ଧିଙ୍କୁ ଆଲଟ୍‌ ହେଲା ପୁରୁଣା ବଙ୍ଗଳା, ମାତ୍ର...

ମୋଦି ସରନେମ୍‌ ମାମଲାରେ ୨ ବର୍ଷ ଦଣ୍ଡାଦେଶ ମିଳିବା ପରେ ରାହୁଲ ଗାନ୍ଧିଙ୍କ ସଦ୍ୟସତା ଚାଲି ଯାଇଥିଲା। ଏହାପରେ ସେ ରହୁଥିବା ବଙ୍ଗଳାଙ୍କୁ ତାଙ୍କଠୁ ପ୍ରତ୍ୟାହାର କରି ନିଆଯାଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ପୁଣି ଥରେ ନିଜ ଲୋକସଭା ସଦସ୍ୟତା ଫେରି ପାଇଥିବା ରାହୁଲ ଗାନ୍ଧି କିନ୍ତୁ ଏଥର ସରକାରୀ ବଙ୍ଗଳା ନେବାକୁ ମନା କରି ଦେଇଛନ୍ତି। ପୂରା ଭାରତ ନିଜ ଘର ବୋଲି କହି ରାହୁଲ ଗାନ୍ଧି ଏହି ଅଫରକୁ ପ୍ରତ୍ୟାଖାନ କରିଛନ୍ତି।

Advertisment

ମୋଦି ସରନେମ୍‌ ମାମଲାରେ ୨ ବର୍ଷ ଦଣ୍ଡାଦେଶ ମିଳିବା ପରେ ରାହୁଲ ଗାନ୍ଧିଙ୍କ ସଦ୍ୟସତା ଚାଲି ଯାଇଥିଲା। ଏହାପରେ ସେ ରହୁଥିବା ବଙ୍ଗଳାଙ୍କୁ ତାଙ୍କଠୁ ପ୍ରତ୍ୟାହାର କରି ନିଆଯାଇଥିଲା।

ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାହୁଲ ଗାନ୍ଧି ପୁଣି ଥରେ ନିଜ ସଦସ୍ୟତା ଫେରି ପାଇଥିବା ବେଳେ ଗତ ୮ ତାରିଖରେ ତାଙ୍କୁ ୧୨ ତୁଗଲକ ଲେନ୍‌ରେ ଥିବା ବଙ୍ଗଳା ଆଲଟ୍‌ କରାଯାଇଥିଲା। କିନ୍ତୁ ରାହୁଲ ଗାନ୍ଧି ଏହାକୁ ନେଇ ମନା କରି ଦେଇଛନ୍ତି। ଏନେଇ ସେ ଲୋକସଭା ହାଉସିଂ ସୋସାଇଟିକୁ ପତ୍ର ଲେଖି ଜଣାଇଛନ୍ତି।

Advertisment

ରାହୁଲ ଗାନ୍ଧି ଆମେଠିରୁ ପ୍ରଥମ ଥର ସାଂସଦ ହେବା ପରଠୁ ଗତ ୧୯ ବର୍ଷ ହେବ ଏହି ସରକାରୀ ବଙ୍ଗଳାରେ ରହି ଆସୁଥିଲେ। ମାତ୍ର ଲୋକସଭା ସଦସ୍ୟତା ହରାଇବା ପରେ ଉକ୍ତ ବଙ୍ଗଳା ଖାଲି କରିବାକୁ ତାଙ୍କୁ କୁହାଯାଇଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ସତ କହିବାର ପ୍ରାପ୍ୟ ଦେବାକୁ ପଡ଼ୁଛି ବୋଲି ସେ କହିଥିଲେ।

ଗତ ୨୦୧୯ ମସିହା ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକାର କୋଲାରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ରାହୁଲ ଗାନ୍ଧି ସବୁ ଚୋରଙ୍କ ସରନେମ୍‌ ମୋଦି କିପରି ହେଉଛି ବୋଲି ପଚାରିଥିଲେ। ଏହାକୁ ନେଇ ତୀବ୍ର ବିରୋଧ ଦେଖା ଯାଇଥିବା ବେଳେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ଏନେଇ ଏକ ମାନହାନୀ ମାମଲା ରୁଜୁ କରିଥିଲେ।

ରାହୁଲ ଗାନ୍ଧିଙ୍କ ସଦସ୍ୟତା ଯିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସେଠାରୁ ତାଙ୍କୁ କୌଣସି ଆଶ୍ୱସ୍ତି ମିଳି ନ ଥିଲା। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗା ଯାଇଥିଲା। ଏହାପରେ ରାହୁଲ ଗାନ୍ଧି ପୁଣି ଥରେ ନିଜ ସଦସ୍ୟତା ଫେରି ପାଇଛନ୍ତି।

Congress Rahul Gandhi