Advertisment

ରାଏବରେଲୀ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ରାହୁଲ ଗାନ୍ଧି

୧୯୭୭ ନିର୍ବାଚନରେ ଇନ୍ଦିରା ଗାନ୍ଧି ଏଠାରେ ଜନତା ପାର୍ଟିର ରାଜ ନାରାୟଣଙ୍କ ଠାରୁ ହାରିଥିଲେ। ଏହାପୂର୍ବରୁ ଏହି ଆସନ ଇନ୍ଦିରାଙ୍କ ସ୍ୱାମୀ ଫିରୋଜ ଗାନ୍ଧିଙ୍କ କବଜାରେ ଥିଲା।

Rahul Gandhi

Rahul Gandhi

Advertisment

ଶେଷ ମୁହୂର୍ତ୍ତରେ ଉତ୍ତର ପ୍ରଦେଶର ରାଏବରେଲୀ ଆସନରେ ଲଢ଼ିବାକୁ ରାଜି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ନାମାଙ୍କନ ଦାଖଲ କରିଛନ୍ତି। ରାହୁଲ ଗାନ୍ଧି ବିରାଟ ପଟୁଆରରେ ଯାଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ତାଙ୍କ ସହ ମା’ ସୋନିଆ, ଭଉଣୀ ପ୍ରିୟଙ୍କା, ଭିଣୋଇ ରବର୍ଟ ଭଦ୍ରା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରମୁଖ ଉପସ୍ଥିତ ରହିଥିଲେ।

Advertisment

ରାଏବରେଲୀ କଂଗ୍ରେସର ଗଡ଼ ହୋଇଥିବା ବେଳେ ରାହୁଲ ଗାନ୍ଧି ପ୍ରଥମଥର ପାଇଁ ଏଠାରୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ୨୦୦୪ରୁ ଏଠାରେ ମା’ ସୋନିଆ ଗାନ୍ଧି ଜିତି ଆସୁଥିଲେ। ରାହୁଲ ନିୟମିତ ଭାବେ ଆମେଠିରୁ ପ୍ରାର୍ଥୀ ହେଉଥିଲେ। କିନ୍ତୁ ୨୦୧୯ରେ ସେ ଆମେଠିରୁ ହାରି ଯାଇଥିଲେ।

ଏବେ ସେ ରାଏବରେଲୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଚଳିତ ନିର୍ବାଚନରେ ରାହୁଲ ଗାନ୍ଧି କେରଳର ୱାୟନାଡରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ଗତ ଶୁକ୍ରବାର ଠାରୁ ଭୋଟିଂ ଶେଷ ହୋଇଛି। ଆସନ୍ତା ୨୦ ତାରିଖରେ ରାଏବରେଲୀ ଓ ଆମେଠି ଆସନ ପାଇଁ ଭୋଟ ହେବ। ଆଜି ନାମାଙ୍କନର ଶେଷ ଦିନରେ ରାହୁଲ ଗାନ୍ଧି ରାଏବରେଲୀ ଓ କଂଗ୍ରେସର ଆମେଠି ପ୍ରାର୍ଥୀ କିଶୋର ଲାଲ ଶର୍ମା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Advertisment

କୁହାଯାଉଛି ଯେ ରାଏବରେଲୀ କଂଗ୍ରେସର ସବୁଠାରୁ ସୁରକ୍ଷିତ ଆସନ। ବର୍ତ୍ତମାନ ସୁଦ୍ଧା ଏଠାରେ ହୋଇଥିବା ୨୦ଟି ନିର୍ବାଚନରୁ କଂଗ୍ରେସ ୧୭ଥର ଜିତିଛି। ତେବେ ଇତିହାସ ସାକ୍ଷୀ ରହିଛି ଯେ ରାଏବରେଲୀରେ ଜଣେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ହାରିବାକୁ ପଡ଼ିଥିଲା।

୧୯୭୭ ନିର୍ବାଚନରେ ଇନ୍ଦିରା ଗାନ୍ଧି ଏଠାରେ ଜନତା ପାର୍ଟିର ରାଜ ନାରାୟଣଙ୍କ ଠାରୁ ହାରିଥିଲେ। ଏହାପୂର୍ବରୁ ଏହି ଆସନ ଇନ୍ଦିରାଙ୍କ ସ୍ୱାମୀ ଫିରୋଜ ଗାନ୍ଧିଙ୍କ କବଜାରେ ଥିଲା।

ଦୁଇ ଦଶନ୍ଧି ହେଲାଣି ଏହି ଆସନରେ ସୋନିଆ ଗାନ୍ଧି ଜିତି ଆସୁଥିଲେ। ୨୦୧୪ ଓ ୨୦୧୯ରେ ମୋଦି ଲହର ସତ୍ତ୍ୱେ ସୋନିଆ ଏଠାରୁ ଜିତି ଥିଲେ। ଏଥର କିନ୍ତୁ ସେ ରାଜ୍ୟସଭାକୁ ଯାଇଛନ୍ତି।

ଏବେ ତାଙ୍କ ପୁଅ ଏଠାରୁ ଲଢ଼ିବାକୁ ଯାଉଛନ୍ତି। ରାଏବରେଲୀରେ ରାହୁଲ ଗାନ୍ଧିଙ୍କ ଲଢ଼େଇ ବିଜେପିର ଦୀନେଶ ପ୍ରତାପ ସିଂହଙ୍କ ସହ ହେବ। ସୋନିଆଙ୍କ ଦବଦବା ସତ୍ତ୍ୱେ ଦୀନେଶ ୨୦୧୯ରେ ଏଠାରେ ପ୍ରାୟ ୪ ଲକ୍ଷ ଭୋଟ ପାଇଥିଲେ।

Uttar Pradesh Rahul Gandhi Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe