Advertisment

ରାହୁଲ ଗାନ୍ଧିଙ୍କ ‘ଫ୍ଲାଇଙ୍ଗ କିସ୍‌’କୁ ନେଇ ବିବାଦ, ତାତିଲା ବିଜେପି

ବିଜେପି ପକ୍ଷରୁ ବାଚସ୍ପତିଙ୍କୁ ଲେଖାଯାଇଥିବା ଚିଠିରେ ଦଳର ମହିଳା ସାଂସଦମାନେ ଦସ୍ତଖତ କରିଛନ୍ତି। ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦସ୍ତଖତ ମଧ୍ୟ ରହିଛି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଫ୍ଲାଇଙ୍ଗ କିସ୍‌ କରିଥିବା ଅଭିଯୋଗ ହୋଇଛି। ସଂସଦ ଭିତରେ ରାହୁଲଙ୍କ ଏପରି ଆଚରଣ ବିରୋଧରେ ତାତିଛି ବିଜେପି।

Advertisment

ଦଳର ମହିଳା ସାଂସଦମାନେ ରାହୁଲ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି। ସେମାନେ ବାଚସ୍ପତିଙ୍କୁ ଚିଠି ଲେଖି ରାହୁଲ ସଂସଦରେ ଉପସ୍ଥିତ ମହିଳା ସାଂସଦ ତଥା ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା କହିଛନ୍ତି।

ବିଜେପି ପକ୍ଷରୁ ବାଚସ୍ପତିଙ୍କୁ ଲେଖାଯାଇଥିବା ଚିଠିରେ ଦଳର ମହିଳା ସାଂସଦମାନେ ଦସ୍ତଖତ କରିଛନ୍ତି। ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦସ୍ତଖତ ମଧ୍ୟ ରହିଛି।

Advertisment

ଏଥିରେ ସେମାନେ ଲେଖିଛନ୍ତି, କେରଳର ୱାୟନାଡରୁ ସାଂସଦ ହୋଇଥିବା ରାହୁଲ ଗାନ୍ଧି ଆଜି ଗୃହରେ କରିଥିବା ଅଶୋଭନୀୟ ଆଚରଣ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ। ଏହି ସଦସ୍ୟ ଜଣଙ୍କ ଅତ୍ୟନ୍ତ ଅଭଦ୍ର ଆଚରଣ ପ୍ରଦର୍ଶନ କରିଛନ୍ତି ଓ ଗୃହର ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରତି ଅନାବଶ୍ୟକ ଇଙ୍ଗିତ କରିଥିଲେ।

ସେ ଗୃହକୁ ସମ୍ବୋଧନ କରୁଥିବା ବେଳେ ସଦସ୍ୟ ଜଣଙ୍କ ଏପରି ଆଚରଣ ପ୍ରଦର୍ଶଦନ କରିଛନ୍ତି। ସଦସ୍ୟଙ୍କ ଏପରି ଆଚରଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ। ଏହା କେବଳ ଗୃହରେ ଉପସ୍ଥିତ ଥିବା ମହିଳା ସଦସ୍ୟଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇ ନାହିଁ, ବରଂ ପବିତ୍ର ଗୃହକୁ ଅସମ୍ମାନ କରିଛି ବୋଲି ବିଜେପି ସାଂସଦମାନେ ଚିଠିରେ କହିଛନ୍ତି।

ରାହୁଲ ଗାନ୍ଧି ମଣିପୁର ପ୍ରସଙ୍ଗ ଆଜି ନିଜ ଭାଷଣରେ ଉଠାଇବା ସହ କେନ୍ଦ୍ର ସରକାରଙ୍କୁ ପ୍ରବଳ ସମାଲୋଚନା କରିଥିଲେ। ଏହାକୁ ସ୍ମୃତି ଇରାନୀ କାଉଣ୍ଟର କରିଥିଲେ। ଏଥିସହ ଗୃହ ବାହାରେ ମଧ୍ୟ ସ୍ମୃତି ଇରାନୀ ଫ୍ଲାଇଙ୍ଗ କିସ୍‌ ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, “ସଂସଦରେ କେବେ ହେଲେ ମହିଳାଙ୍କ ପ୍ରତି ଏପରି ଘୃଣା ଭାବ ରଖିଥିବା ବ୍ୟକ୍ତିଙ୍କୁ କେବେ ହେଲେ ଦେଖି ନଥିଲି। ରାହୁଲ ଗାନ୍ଧିଙ୍କ ଭଳି ଆଚରଣ କେବେ ହେଲେ କେହି କରି ନଥିଲେ। ଏହା ଲୋକଙ୍କ ଗୃହ। ମହିଳାଙ୍କ ସମ୍ମାନ ପାଇଁ ଏଠାରେ ଆଇନ ପରିଣତ କରାଯାଏ। କିନ୍ତୁ ଆଜି ଯାହା ଘଟିଲା, ତାହା ଆଦୌ ଗ୍ରହଣନୀୟ ନୁହେଁ।”

ଲୋକସଭା ଭିତରେ ସ୍ମୃତି ଇରାନୀ କହିଥିଲେ, “ମୋ ପୂର୍ବରୁ ଯେଉଁ ବ୍ୟକ୍ତି କହୁଥିଲେ, ସେ ଗୃହ ଛାଡ଼ିବା ବେଳେ ଅଶୋଭନୀୟ ଇଙ୍ଗିତ କରିଥିଲେ। ମହିଳା ପ୍ରତି ଘୃଣା ଭାବ ରଖିଥିବା ବ୍ୟକ୍ତିତ ହିଁ ସଂସଦକୁ ଫ୍ଲାଇଙ୍ଗ କିସ୍‌ ଦେଇ ପାରିବ। ଏଠାରେ ମହିଳା ସାଂସଦମାନେ ମଧ୍ୟ ବସିଛନ୍ତି।”

କେନ୍ଦ୍ରମନ୍ତ୍ରୀ ଶୋଭା କରଣ୍ଡାଲାଜେ କହିଛନ୍ତି, “ସମସ୍ତ ମହିଳା ସାଂସଦମାନଙ୍କୁ ଫ୍ଲାଏଙ୍ଗ କିସ୍‌ ଦେଇ ରାହୁଲ ଗାନ୍ଧି ଗୃହରୁ ବାହାରିଥିଲେ। ଏହା ସଂପୂର୍ଣ୍ଣ ଭାବେ ଦୁର୍ବ୍ୟବହାର। ଏହା ଅନାବଶ୍ୟକ ଓ ଅଶୋଭନୀୟ ବ୍ୟବହାର। ବରିଷ୍ଠ ସଦସ୍ୟମାନେ କହିଛନ୍ତି ଯେ ପୂର୍ବରୁ ସଂସଦରେ କେବେ ଏମିତି ହୋଇ ନଥିଲା ବୋଲି କହିଛନ୍ତି।

ଏହା କେଉଁ ପ୍ରକାରର ବ୍ୟବହାର? ଏଥିପାଇଁ ଆମେ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଛୁ। ବାଚସ୍ପତି ସିସିଟିଭି ଫୁଟେଜକୁ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହା ହିଁ ଆମର ଦାବି।”

ବିଜେପିର ବରିଷ୍ଠ ସାଂସଦ ରବି ଶଙ୍କର ପ୍ରସାଦ ମଧ୍ୟ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସେ ଗୋଟିଏ ଫ୍ଲାଇଙ୍ଗ କିସ୍‌ ଦେଇଛନ୍ତି। ରାହୁଲ ଗାନ୍ଧିଙ୍କର କ’ଣ ହୋଇଛି? ଗୃହରେ ଅନେକ ମହିଳା ବସିଥିଲେ। ସେ ବ୍ୟବହାର ଶିଖି ନାହାନ୍ତି। ଏହା ପୀଡ଼ା ଦାୟକ।”

୨୦୧୮ ଅନାସ୍ଥା ପ୍ରସ୍ତାବ ବେଳେ ରାହୁଲ ଗାନ୍ଧି ଲୋକସଭାରେ ଆଖି ମାରୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଏହାକୁ ନେଇ ସମସ୍ତେ ତାଙ୍କୁ କଟାକ୍ଷ କରିଥିଲେ। 

Rahul Gandhi Smriti Irani Lok Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe