Advertisment

ନିଜର ପୁରୁଣା ବଙ୍ଗଳା ଫେରିପାଇଲେ ରାହୁଲ ଗାନ୍ଧି, କହିଲେ- ପୂରା ଦେଶ ମୋ ଘର

ରାହୁଲ ଗାନ୍ଧି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏହି ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ତାଙ୍କୁ ୮ ଦିନର ସମୟ ଦିଆଯାଇଛି।

author-image
Hemant Lenka
Rahul Gandhi

Rahul Gandhi

ସାଂସଦ ପଦ ଫେରି ପାଇବାର ଦିନକ ପରେ ରାହୁଲ ଗାନ୍ଧିଙ୍କୁ ଆଜି ଆଉ ଏକ ବଡ଼ ଖବର ମିଳିଛି। ସେ ପୂର୍ବରୁ ଦିଲ୍ଲୀ ସ୍ଥିତ ଯେଉଁ ସରକାରୀ ବଙ୍ଗଳାରେ ରହୁଥିଲେ, ଏବେ ତାଙ୍କୁ ପୁଣିଥରେ ସେଠାରେ ରହିବାକୁ ସରକାର ଅନୁମତି ଦେଇଛନ୍ତି।

Advertisment

ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡ ମିଳିବା ପରେ ତାଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା। ଏହାପରେ ସେ ୧୨ ତୋଗଲକ ଲେନରେ ଥିବା ସରକାରୀ ବଙ୍ଗଳାକୁ ଖାଲି କରିବାକୁ ବାଧ୍ୟ ହୋଇଥିଲେ। ଏଠାରେ ସେ ୨୦୦୪ରୁ ରହୁଥିଲେ ହେଁ ଏପ୍ରିଲ ମାସରେ ତାଙ୍କୁ ଏହା ଖାଲି କରିବାକୁ ପଡ଼ିଥିଲା।

କିନ୍ତୁ ସୁପ୍ରିମକୋର୍ଟ ଶୁକ୍ରବାର ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ। ଏଥିପାଇଁ ସୋମବାର ସେ ତାଙ୍କ ଲୋକସଭା ସଦସ୍ୟତା ପଦ ଫେରି ପାଇଥିଲେ। ଆଜି ମଙ୍ଗଳବାର ଲୋକସଭା ହାଉସ କମିଟି ରାହୁଲ ଗାନ୍ଧିଙ୍କ ନାଁରେ ୧୨ ତୋଗଲକ ଲେନ ସ୍ଥିତ ବଙ୍ଗଳାକୁ ପୁଣି ଆବଣ୍ଟିତ କରିଛି। ରାହୁଲଙ୍କୁ ପୁରୁଣା ବଙ୍ଗଲାରେ ରହିବାକୁ ପ୍ରସ୍ତାବ ଦିଆଯାଇଛି। 

Advertisment

ତେବେ ରାହୁଲ ଗାନ୍ଧି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏହି ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ତାଙ୍କୁ ୮ ଦିନର ସମୟ ଦିଆଯାଇଛି। ଏହି ସମୟସୀମା ମଧ୍ୟରେ ସେ ସରକାରୀ ବଙ୍ଗଳାରେ ରହିବେ କି ନାହିଁ, ତା’ର ନିଷ୍ପତ୍ତି ନେବେ। ସରକାରଙ୍କ ଏପରି ନିଷ୍ପତ୍ତି ପରେ ରାହୁଲ ଗାନ୍ଧି କହିଛନ୍ତି ଯେ “ପୂରା ଭାରତ ମୋ ଘର।”

୨୦୦୪ରେ ରାହୁଲ ଗାନ୍ଧି ଆମେଥିରୁ ଜିତିବା ପରେ ତାଙ୍କୁ ୧୨ ତୋଗଲକ ଲେନ୍‌ ଘର ଆବଣ୍ଟିତ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏପ୍ରିଲରେ କୋର୍ଟଙ୍କ ରାୟ ପରେ ତାଙ୍କୁ ନିଜର ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥିଲା। ରାହୁଲ ମଧ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ବେଶ ନମ୍ରତାର ସହ ବଙ୍ଗଳା ଖାଲି କରି ଦେଇଥିଲେ।

Rahul Gandhi Congress