Advertisment

ସମ୍ବିଧାନ ଧରି ଶପଥ ନେଲେ ରାହୁଲ ଗାନ୍ଧି

ଶପଥ ପାଠ ବେଳେ ରାହୁଲ ଗାନ୍ଧି ନିଜ ହାତରେ ଭାରତର ସମ୍ବିଧାନକୁ ଧରିଥିଲେ।

author-image
Hemant Lenka
Rahul Gandhi

Rahul Gandhi

୧୮ମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳର ସଦସ୍ୟମାନେ ସାଂସଦମାନେ ଶପଥ ନେଇଛନ୍ତି। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୮୦ ଜଣ ସାଂସଦ ଶପଥ ନେଇଥିଲେ।

Advertisment

ଆଜି ବାକି ସାଂସଦମାନେ ଶପଥ ନେଇଛନ୍ତି। ‌ଏହିକ୍ରମରେ ଆଜି କଂଗ୍ରେସ ଟିକେଟରୁ ରାଏବରେଲୀରୁ ରେକର୍ଡ ବିଜୟ ହାସଲ କରିଥିବା ରାହୁଲ ଗାନ୍ଧି ଶପଥ ନେଇଛନ୍ତି। ତେବେ ତାଙ୍କ ଶପଥ ନେବା ଅନ୍ଦାଜ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ତାଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଇଛନ୍ତି। କିନ୍ତୁ ଶପଥ ପାଠ ବେଳେ ରାହୁଲ ଗାନ୍ଧି ନିଜ ହାତରେ ଭାରତର ସମ୍ବିଧାନକୁ ଧରିଥିଲେ। କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ସମ୍ବିଧାନ ଉପରେ ହମଲା କରୁଥିବା ଅଭିଯୋଗ କରୁଥିବା ରାହୁଲ ଶପଥ ପାଠ ବେଳେ ମଧ୍ୟ ଏହାକୁ ଧରିଥିଲେ।

Advertisment

ଗତକାଲି ପ୍ରଧାନମନ୍ତ୍ରୀ ଶପଥ ପାଠ କରିବା ବେଳେ ରାହୁଲ ଲୋକସଭାର ସମ୍ମୁଖ ସିଟରେ ବସି ସମ୍ବିଧାନ ପ୍ରଦର୍ଶନ କରିଥିଲେ। ବିରୋଧୀ ମେଣ୍ଟ ଇଣ୍ଡିଆର ସଦସ୍ୟମାନେ ମଧ୍ୟ ଗୃହରେ ପ୍ରବେଶ କରିବା ବେଳେ ହାତରେ ସମ୍ବିଧାନକୁ ଧରିଥିଲେ। ସମ୍ବିଧାନ ସୁରକ୍ଷା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ଜଣାଇବା ପାଇଁ ଏପରି କରିଛନ୍ତି।

ଆଜି ରାହୁଲ ସମ୍ବିଧାନ ଧରି ପ୍ରଥମେ ଶପଥ ନେଇଥିଲେ। ଏହାପରେ ସେ ‘ଜୟ ହିନ୍ଦ ଓ ଜୟ ସମ୍ବିଧାନ’ କହିଥିଲେ। ଗୃହର ସଦସ୍ୟମାନଙ୍କୁ ମଧ୍ୟ ରାହୁଲ ସମ୍ବିଧାନ ଦେଖାଇ ସ୍ମିତ ହାସ୍ୟ ଦେଇଥିଲେ। 

ରାହୁଲଙ୍କ ବ୍ୟତୀତ ଆଜି କନୌଜରୁ ଜିତିଥିବା ସପା ମୁଖ୍ୟ ଅଖିଲେଶ ଯାଦବ ଓ ଫୈଜାବାଦରୁ ଜିତିଥିବା ଅୱଧେଶ ପ୍ରସାଦ ମଧ୍ୟ ୧୮ତମ ଲୋକସଭାର ସଦସ୍ୟ ଭାବେ ଶପଥ ନେଇଛନ୍ତି। ବିଜେପି ସାଂସଦ ରବି କିଶନ, ଏନସିପିର ସୁପ୍ରିୟା ସୁଲେ, ଶିବସେନା(ଉଦ୍ଧବ ଠାକରେ) ଅରବିନ୍ଦ ସାୱନ୍ତ ପ୍ରମୁଖ ମଧ୍ୟ ଶପଥ ନେଇଛନ୍ତି। 

Rahul Gandhi Lok Sabha