Advertisment

ସଂସଦର ଷ୍ଟାଣ୍ଡିଂ କମିଟି ଗଠିତ; ସଦସ୍ୟତା ବଜାୟ ରଖିଲେ ରାହୁଲ ଗାନ୍ଧି, ଡେବ୍ୟୁ କରିବେ କଙ୍ଗନା

ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସଂସଦର ପ୍ରତିରକ୍ଷା କମିଟିର ସଦସ୍ୟତା ବଜାୟ ରଖି ଥିବାବେଳେ ଓଡିଶାର ବହୁ ସାଂସଦ ଏଥିରେ ସ୍ଥାନ ପାଇଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi & Kangana

Rahul Gandhi & Kangana

Advertisment

ସଂସଦର ସଂସଦୀୟ ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଏହି କମିଟି ଗଠନ କରାଯାଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସଂସଦର ପ୍ରତିରକ୍ଷା କମିଟିର ସଦସ୍ୟତା ବଜାୟ ରଖି ଥିବାବେଳେ ଓଡିଶାର ବହୁ ସାଂସଦ ଏଥିରେ ସ୍ଥାନ ପାଇଛନ୍ତି। ପୂର୍ବ ଥର ରାହୁଲ ଗାନ୍ଧି ପ୍ରତିରକ୍ଷା କମିଟିର ସଦସ୍ୟ ଥିଲେ।

Advertisment

ସେହିପରି କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ବୈଦେଶିକ କମିଟିର ଅଧ୍ୟକ୍ଷ କରାଯାଇ ଥିବାବେଳେ ରାମଗୋପାଳ ଯାଦବ ସ୍ୱାସ୍ଥ୍ୟ କମିଟିର ଅଧ୍ୟକ୍ଷ ହୋଇଛନ୍ତି। କଂଗ୍ରେସକୁ ବୈଦେଶିକ ବ୍ୟାପାର କମିଟି ସମେତ ଚାରିଟି କମିଟିର ଅଧ୍ୟକ୍ଷତା ଦିଆଯାଇଛି। 

ଦଳର ଦିଗବିଜୟ ସିଂହଙ୍କୁ ଶିକ୍ଷା, ମହିଳା, ଶିଶୁ, ଯୁବ ଏବଂ କ୍ରୀଡା କମିଟିର ଦାୟିତ୍ୱ ଦିଆଯାଇ ଥିବାବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ କୃଷି, ପଶୁପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଦାୟିତ୍ୱ ମିଳିଛି ଏବଂ ଗ୍ରାମୀଣ ତଥା ପଞ୍ଚାୟତ ରାଜ କମିଟି ଦାୟିତ୍ୱ ଓଡିଶାର ସପ୍ତଗିରି ଶଙ୍କର ଉଲାକାଙ୍କୁ ଦିଆଯାଇଛି। କିନ୍ତୁ ସାତ ଥରର ସାଂସଦ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କୌଣସି ଦାୟିତ୍ୱ ମିଳିନାହିଁ। 

Advertisment

ସେପଟେ, ଶାସକ ବିଜେପିର ସାଂସଦମାନେ ପ୍ରତିରକ୍ଷା, ଅର୍ଥ, ଗୃହ ଏବଂ କୋଇଲା, ଖଣି ଏବଂ ଇସ୍ପାତ ସହ ଯୋଗାଯୋଗ ଏବଂ ଆଇଟି ସମେତ ପ୍ରମୁଖ ସମିତିର ଅଧ୍ୟକ୍ଷତା କରିବେ। ଏହି ସମିତିରେ ଅଭିନେତ୍ରୀ ତଥା ମଣ୍ଡି ସାଂସଦ କଙ୍ଗନା ରାଣାୱତ ସାମିଲ ଅଛନ୍ତି। ଷ୍ଟାଣ୍ଡିଂ କମିଟିରେ କଙ୍ଗନାଙ୍କର ଏହା ଡେବ୍ୟୁ ହେବ। ତାଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା ବା ଆଇଟି ଦାୟିତ୍ୱ ମିଳିଛି।

ତେବେ ଷ୍ଟାଣ୍ଡିଂ କମିଟିରେ ଗୃହ କମିଟିର ଅଧ୍ୟକ୍ଷତା ଦାୟିତ୍ୱ ରାଧା ମୋହନ ଦାସ ଅଗ୍ରୱାଲଙ୍କୁ ମିଳି ଥିବାବେଳେ ଓଡିଶା ସାଂସଦ ଭର୍ତ୍ତୃହରି ମହତାବ ଅର୍ଥ କମିଟିର ଅଧ୍ୟକ୍ଷତା କରିବେ। ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ରାଜୀବ ପ୍ରତାପ ରୁଡି କୋଇଲା, ଖଣି ଏବଂ ଇସ୍ପାତ ଏବଂ ଜଳ ସମ୍ପଦ କମିଟିର ନେତୃତ୍ୱ ନେଉଥିବାବେଳେ ନିଶିକାନ୍ତ ଦୁବେଙ୍କୁ ଯୋଗାଯୋଗ ଏବଂ ଆଇଟି ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ କରାଯାଇଛି।

ସଂସଦର ସ୍ଥାୟୀ କମିଟି କ'ଣ?
ସଂସଦର ସ୍ଥାୟୀ କମିଟି ହେଉଛି ଏପରି କମିଟି, ଯାହା ସଂସଦ ମଧ୍ୟରେ ଗଠିତ ହୋଇଥାଏ। ଏହି କମିଟି ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟ ସହ ଜଡିତ ପ୍ରସଙ୍ଗ ଉପରେ ଗଭୀର ଭାବରେ ଦୃଷ୍ଟି ରଖେ। ଏହି କମିଟିଗୁଡ଼ିକ ସଂସଦର ମୁଖ୍ୟ କାର୍ଯ୍ୟଗୁଡ଼ିକୁ ଅଧିକ ଦକ୍ଷତାର ସହ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରନ୍ତି। କମିଟି ସଦସ୍ୟଙ୍କ ମୁଖ୍ୟ କାମ ହେଉଛି, ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଲ୍ ଉପରେ ବିସ୍ତୃତ ଅଧ୍ୟୟନ କରିବା ଏବଂ ଏବଂ ସେଗୁଡିକର ଉନ୍ନତି ପାଇଁ ପରାମର୍ଶ ଦେବା। ଅନେକ ସମୟରେ ସରକାରଙ୍କ ପକ୍ଷରୁ ଉତ୍ଥାପନ ହେଉଥିବା ବିଲ୍ କିମ୍ବି କିଛି ପ୍ରସଙ୍ଗର ସମାଧାନ ପାଇଁ ମଧ୍ୟ ଷ୍ଟାଣ୍ଡିଂ କମିଟିର ସହଯୋଗ ନିଆଯାଏ।

Rahul Gandhi Kangana Ranaut Parliament Defence Committee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe