Advertisment

ବିଜେପିର ଯୋଜନାକୁ ପଣ୍ଡ କରିଦେଲେ ରାହୁଲ ଗାନ୍ଧି ଓ ଇଣ୍ତିଆ : କଂଗ୍ରେସ

ଲାଟେରାଲ ଏଣ୍ଟ୍ରୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବାତିଲ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସ୍‌ସି ଅଧ୍ୟକ୍ଷଙ୍କୁ କହିବା ପରେ ଖଡଗେଙ୍କ ବୟାନ ସାମ୍ନାକୁ ଆସିଛି।

author-image
Hemant Lenka
Kharge

Kharge

ସରକାରୀ ପଦପଦବୀ ପାଇଁ ୟୁପିଏସସି ଜାରି କରିଥିବା ଲାଟେରାଲ ଏଣ୍ଟ୍ରୀ ବିଜ୍ଞପ୍ତି ବାତିଲ ହେବା ଘଟଣାକୁ ସ୍ୱାଗତ କରିଛି କଂଗ୍ରେସ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହାକୁ ସମାଜିକ ନ୍ୟାୟ ବିରୋଧରେ ଲଢ଼େଇ ବୋଲି ଅବିହିତ କରିଛନ୍ତି। ଏହି ଲଢ଼େଇର ନେତୃତ୍ୱ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ଇଣ୍ଡିଆ ମେଣ୍ଟର ନେଉଥିବା ସେ ଦାବି କରିଛନ୍ତି। ଏଥିସହ ବିଜେପି ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଚାହୁଁଥିବା ଯୋଜନା ପଣ୍ଡ ହୋଇଯାଇଥିବା ମଧ୍ୟ ସେ କହିଛନ୍ତି।

Advertisment

ଲାଟେରାଲ ଏଣ୍ଟ୍ରୀ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ବାତିଲ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ୟୁପିଏସ୍‌ସି ଅଧ୍ୟକ୍ଷଙ୍କୁ କହିବା ପରେ ଖଡଗେଙ୍କ ବୟାନ ସାମ୍ନାକୁ ଆସିଛି।

ସେ କହିଛନ୍ତି, “ସମ୍ବିଧାନର ବିଜୟ। ଆମର ଦଳିତ, ଆଦିବାସୀ, ପଛୁଆ ଓ ଦୁର୍ବଳ ବର୍ଗଙ୍କୁ ସମାଜିକ ନ୍ୟାୟ ଦେବା ପାଇଁ କଂଗ୍ରେସର ଲଢ଼େଇ ବିଜେପିର ସଂରକ୍ଷଣ ଛଡ଼ାଇ ନେବା ଯୋଜନାରେ ପାଣି ପକାଇ ଦେଇଛି।

Advertisment

ଲାଟେରା ଏଣ୍ଟ୍ରୀକୁ ନେଇ ମୋଦି ସରକାରଙ୍କ ଚିଠି ଏହା ଦର୍ଶାଉଛି ଯେ ଏକଛତ୍ରବାଦୀ ସରକାରର ଅଂହକାରକୁ ସମ୍ବିଧାନର ଶକ୍ତି ହରାଇ ପାଇରିବ। ରାହୁଲ ଗାନ୍ଧି, କଂଗ୍ରେସ ଓ ଇଣ୍ଡିଆର ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପାଇଁ ସରକାର ଗୋଟିଏ ପାଦ ପଛକୁ ଘୁଞ୍ଚିଛନ୍ତି।

କିନ୍ତୁ ଯେତେବେଳ ଯାଏ ବିଜେପି ଓ ଆରଏସଏସ କ୍ଷମତାରେ ରହିଛନ୍ତି ସେତେବେଳ ଯାଏ ସେମାନେ ସଂରକ୍ଷଣ ଛଡ଼ାଇ ନେବାକୁ ନୂଆ ନୂଆ ଭେଳିକି ଦେଖାଇବେ। ଏଥିପାଇଁ ସମସ୍ତେ ସତର୍କ ରହିବା ଦରକାର।”

UPSC ଅଗଷ୍ଟ ୧୭ ରେ ଏକ ବିଜ୍ଞପ୍ତି ଜାରି କରି ୨୪ଟି ମନ୍ତ୍ରଣାଳୟରେ ୪୫ ଯୁଗ୍ମ ସଚିବ, ଉପ ସଚିବ ଓ ନିର୍ଦ୍ଦେଶକ ସ୍ତରର ନିଯୁକ୍ତି ଲାଟେରାଲ୍ ଏଣ୍ଟ୍ରୀ ମାଧ୍ୟମରେ ପୂରଣ କରାଯିବ ବୋଲି କହିଥିଲା। ଏହାକୁ ନେଇ ରାଜନୀତିକ ସ୍ତରରେ ବହୁ ବିବାଦ ଉପୁଜି ଥିଲା।

ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମହତ୍ତ୍ୱପୂର୍ଣ୍ଣ ପଦବୀଗୁଡିକରେ ଲେଟେରାଲ ଏଣ୍ଟ୍ରୀ ଜରିଆରେ ନିଯୁକ୍ତ କରି ଖୋଲାଖୋଲି ଭାବେ OBC / SC / ST ବର୍ଗର ଲୋକଙ୍କ ସଂରକ୍ଷଣ ଛଡ଼ାଇ ନିଆଯାଉଛି ବୋଲି ଅଭିଯୋଗ କରିଥିଲେ।

Congress Mallikarjun Kharge