Advertisment

ରାହୁଲ ଗାନ୍ଧି ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ଅଶୋକ ଗେହଲଟ

‘ଗତମାସରେ ବେଙ୍ଗାଲୁରୁରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିବା ବେଳେ ଏନ୍‌ଡିଏ ପୂରା ଡରି ଯାଇଥିଲା।’

Rahul Gandhi

Rahul Gandhi

Advertisment

୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ହେବେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ଶନିବାର ଏକ ଜାତୀୟ ଗଣମାଧ୍ୟମକୁ ଏହି କଥା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।

Advertisment

ସେ କହିଛନ୍ତି, ବର୍ତ୍ତମାନ ଦେଶରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତାହା ବିରୋଧୀ ଦଳଗୁଡ଼ିକ ଉପରେ ପ୍ରବଳ ଚାପ ପକାଇଥିଲା। ତେଣୁ ସେମାନେ ଏକାଠି ହୋଇ ଇଣ୍ଡିଆ (I.N.D.I.A) ନାଁରେ ମେଣ୍ଟ କରିଛନ୍ତି। ୨୬ଟି ଦଳ ବସି ଆଲୋଚନା କରିବା ପରେ ଏହି ମେଣ୍ଟ ଗଠନ ହୋଇଛି। ତେବେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି।

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଗେହଲଟ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହଙ୍କାରୀ ହେବା ଉଚିତ ନୁହେଁ। ବିଜେପି ମାତ୍ର ୩୧% ଭୋଟରେ କ୍ଷମତାକୁ ଆସିଛି। ବାକି ୬୯% ଭୋଟ ତାଙ୍କ ବିପକ୍ଷରେ ଯାଇଛି। ଗତମାସରେ ବେଙ୍ଗାଲୁରୁରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିବା ବେଳେ ଏନ୍‌ଡିଏ ପୂରା ଡରି ଯାଇଥିଲା।

Advertisment

ଗେହଲଟ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୫୦% ଭୋଟ୍ ପାଇବା ପାଇଁ ଉଦ୍ୟମ କରୁଛି ବୋଲି କୁହାଯାଉଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେହି ସଫଳତା ମିଳିବ ନାହିଁ। ଯେତେବେଳେ ମୋଦି ଲୋକପ୍ରିୟତାର ଶୀର୍ଷରେ ଥିଲେ, ସେତେବେଳେ ସେ ୫୦% ଭୋଟ୍ ହାତେଇ ପାରି ନଥିଲେ। ୨୦୨୪ ନିର୍ବାଚନରେ ସେମାନଙ୍କ ଭୋଟ୍ ହାର ହ୍ରାସ ପାଇବ। ୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡ଼ିବ କିଏ ପ୍ରଧାନମନ୍ତ୍ରୀ ହେବ।

Congress Rahul Gandhi Ashok Gehlot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe