Advertisment

ରାଏବରେଲୀ ରଖିବେ, ୱାୟନାଡ ଆସନ ଛାଡ଼ିବେ ରାହୁଲ ଗାନ୍ଧି!

ଜଣେ ରାଜନେତା ଅତିବେଶୀରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରିବେ। ଯଦି ସେ ଉଭୟ ଆସନରେ ଜିତୁଛନ୍ତି, ତା’ହେଲେ ତାଙ୍କୁ ରେଜଲ୍ଟ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ।

Rahul Gandhi

Rahul Gandhi

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧି ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ରାଏବରେଲୀ ଓ କେରଳର ୱାୟନାଡ ଆସନରୁ ଜିତିଛନ୍ତି। ଏହି ଦୁଇ ଆସନ ମଧ୍ୟରୁ ତାଙ୍କୁ ଗୋଟିଏ ଛାଡ଼ିବାକୁ ପଡ଼ିବ।

Advertisment

ଏହାକୁ ନେଇ ଉଭୟ ନିର୍ବାଚନ ମଣ୍ଡଳୀର ଲୋକ ଦ୍ୱନ୍ଦ୍ୱରେ ଥିବା ବେଳେ ରାହୁଲ ତାଙ୍କ ୱାୟନାଡ ଆସନ ଛାଡ଼ିବେ ବୋଲି ଜଣାପଡ଼ିଛି। ତେବେ ଏହା ଉପରେ ରାହୁଲ ଗାନ୍ଧି ନିଜେ ଜୁନ ୧୭ ପୂର୍ବରୁ ଘୋଷଣା କରିବେ।

୨୦୧୯ରେ ରାହୁଲ ୱାୟନାଡରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସମେତ ଗାନ୍ଧି ପରିବାରର ଗଡ଼ ରାଏବରେଲୀରୁ ମଧ୍ୟ ନିର୍ବାଚନ ଲଢ଼ିଥିଲେ। ଉଭୟ ଆସନରେ ସେ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

Advertisment

ରାଏବରେଲୀରେ ପୂର୍ବରୁ ରାହୁଲଙ୍କ ମା’ ସୋନିଆ ଓ ଗାନ୍ଧି ପରିବାରର ସଦସ୍ୟ ଛିଡ଼ା ହୋଇ ଆସୁଥିଲେ। ରାଏବରେଲୀ ସହ ଗାନ୍ଧି ପରିବାରର ସମ୍ପର୍କ ବହୁତ ପୁରୁଣା। ସେହି ଅନୁସାରେ ରାହୁଲ ଗାନ୍ଧି ମଧ୍ୟ ମା’ ସୋନିଆଙ୍କ ଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ତେଣୁ ସେ ଏହି ଆସନ ଛାଡ଼ି ନ ପାରନ୍ତି ବୋଲି କୁହାଯାଉଛି।

ଜନପ୍ରତିନିଧି ଆଇନ ଅନୁଯାୟୀ, ଜଣେ ରାଜନେତା ଅତିବେଶୀରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରିବେ। ଯଦି ସେ ଉଭୟ ଆସନରେ ଜିତୁଛନ୍ତି, ତା’ହେଲେ ତାଙ୍କୁ ରେଜଲ୍ଟ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ଯଦି ଜଣେ ଗୋଟିଏ ଆସନରୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ସେ ଉଭୟ ସିଟ୍‌ ମଧ୍ୟ ହରାଇବାର ଆଶଙ୍କା ରହିଛି।

ତେଣୁ ରାହୁଲଙ୍କୁ ଗୋଟିଏ ଆସନ ଏବେ ଛାଡ଼ିବାକୁ ପଡ଼ିବ। ଶନିବାର କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏ ପ୍ରସଙ୍ଗ ଉଠିଥିଲା। ଏହି ସମୟରେ କେରଳର ସାଂସଦ କୋଡିକୁନ୍ନିଲ ସୁରେଶ ଖୋଲାଖୋଲି ଭାବେ ରାହୁଲ ଗାନ୍ଧି ୱାୟନାଡ ଆସନ ରଖନ୍ତୁ ବୋଲି ମତ ରଖିଥିଲେ। କିନ୍ତୁ ଅଧିକାଂଶ କଂଗ୍ରେସ ହେଭିୱେଟ ରାଏବରେଲୀ ଆସନ ରଖିବାକୁ ରାହୁଲଙ୍କୁ କହିଛନ୍ତି।

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe