Advertisment

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା!

୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେଉଛି।

author-image
Tapaswini Nayak
Rahul gandhi and priyanka gandhi

Rahul gandhi and priyanka gandhi

ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲଙ୍କ ସହ ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଓଡ଼ିଶା ଆସିବେ। ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବା ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, ୫ ଜଣ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଛୁ। ଅକ୍ଟୋବର ଶେଷ ସୁଦ୍ଧା ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବେ। ୪ଟି ଜୋନ୍‌ରେ ରାହୁଲ ସଭା କରିବାକୁ ଯୋଜନା ରହିଛି।

୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେଉଛି। ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ରରୁ ହେଭିୱେଟ ନେତା ମାନେ ଓଡ଼ିଶା ଆସି ନେତାକର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ନିଜ ଦଳ ନେତାକର୍ମୀଙ୍କୁ ଭେଟି ଆଲୋଚନା କରିଥିଲେ। ଅକ୍ଟୋବରରେ ରାହୁଲ ଗାନ୍ଧି ଓଡ଼ିଶା ଆସିବା ନେଇ ନିଜ ନେତା କର୍ମୀଙ୍କୁ ଭେଟିବେ। ଏହାସହ ନିଜର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ଅନ୍ୟ ପକ୍ଷରେ ଶାସକ ଦଳ ବିଜେଡି ପକ୍ଷରୁ ୫ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ବିଭିନ୍ନ ଜାଗାରେ ସଭା ସମିତି କରି ନବୀନ ସରକାରର ସୁଫଳ ଲୋକମାନଙ୍କୁ କହୁଛନ୍ତି।

Advertisment
Congress Rahul Gandhi