Advertisment

ପ୍ରେମର ଦୋକାନ: ଦୁର୍ବ୍ୟବହାରର ଶିକାର ହୋଇଥିବା ସାଂସଦଙ୍କୁ ଭେଟିଲେ ରାହୁଲ ଗାନ୍ଧି

ରାହୁଲ ଗାନ୍ଧି କେବଳ କହିଛନ୍ତି ଯେ “ଘୃଣାର ବଜାରରେ ପ୍ରେମର ଦୋକାନ।”

MP

MP

Advertisment

ଲୋକସଭାରେ ବିଜେପି ସାଂସଦ ରମେଶ ବିଧୁରୀଙ୍କ ଦ୍ୱାରା ଦୁର୍ବ୍ୟବହାର ଶିକାର ହୋଇଥିବା ବିଏସ୍‌ପି ସାଂସଦ ଦାନିଶ ଅଲୀଙ୍କୁ ଆଜି ଭେଟିଛନ୍ତି ରାହୁଲ ଗାନ୍ଧି। ଗୁରୁବାର ରମେଶ ବିଧୁରୀ ସାଂସଦ ଅଲୀଙ୍କୁ ଲୋକସଭା ଭିତରେ ହିଁ ଅତ୍ୟନ୍ତ ଆପତ୍ତିଜନକ ଓ ଅପମାନସୂଚକ ଶବ୍ଦ ବ୍ୟବହାର କରି ସମାଲୋଚନା କରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ରାହୁଲ ଗାନ୍ଧି ସାଂସଦ ଅଲୀଙ୍କୁ ଭେଟିଛନ୍ତି। ତାଙ୍କ ସହ ବେଶ କିଛି ସମୟ କଥାବାର୍ତ୍ତା ମଧ୍ୟ କରିଛନ୍ତି।

Advertisment

ଦାନିଶ ଅଲୀଙ୍କୁ ଭେଟିବା ପରେ ସାମ୍ବାଦିକମାନେ ରାହୁଲ ଗାନ୍ଧିଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ରାହୁଲ ଗାନ୍ଧି କେବଳ କହିଛନ୍ତି ଯେ “ଘୃଣାର ବଜାରରେ ପ୍ରେମର ଦୋକାନ।” ରାହୁଲ ଗାନ୍ଧିଙ୍କ ସହ ବରିଷ୍ଠ ନେତା କେସି ଭେନୁଗୋପାଲ ଓ ଇମ୍ରାନ ପ୍ରତାପଗଡ଼ି ମଧ୍ୟ ଅଲୀଙ୍କ ମାନସିକ ଅବସ୍ଥା କଥା ପଚାରି ବୁଝିଛନ୍ତି।

କଂଗ୍ରେସ ପକ୍ଷରୁ ସୋଶାଲ ମିଡିଆରେ ରାହୁଲଙ୍କ ଗସ୍ତର ଫଟୋ ପୋଷ୍ଟ କରାଯାଇଛି। ଏଥିରେ କୁହାଯାଇଛି ଯେ “ଗତକାଲି ସଂସଦରେ ବିଜେପି ସାଂସଦ ରମେଶ ବିଧୁରୀ ସିଧାସଳଖ ଦାନିଶ ଅଲୀଙ୍କୁ ଅପମାନିତ କରିଥିଲେ। ତାଙ୍କ ବିରୋଧରେ ସେ ଅତ୍ୟନ୍ତ ଅପମାନଜନକ ଓ ଅଣସଂସଦୀୟ ଶବ୍ଦ ସବୁ ପ୍ରୟୋଗ କରିଥିଲେ।

Advertisment

ରମେଶ ଦୁର୍ବ୍ୟବହାର କରୁଥିବା ବେଳେ ବିଜେପିର ଦୁଇ ଜଣ ପୂର୍ବତନ ମନ୍ତ୍ରୀ ତାଚ୍ଛଲ୍ୟ କରି ହସୁଥିଲେ। ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ରମେଶଙ୍କ ଆଚରଣ ଗୃହର ଗାରିମାକୁ କ୍ଷୁଣ୍ଣ କରିଛି। କଂଗ୍ରେସ ଏଭଳି ମାନସିକତାକୁ ସବୁବେଳେ ବିରୋଧ କରି ଆସିଛି।”

ଗୁରୁବାର ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ରମେଶ ସିଧାସଳଖ ଅଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ବିଜେପି ପକ୍ଷରୁ ରମେଶଙ୍କୁ ନିଜର ପକ୍ଷ ରଖିବାକୁ ନୋଟିସ କରାଯାଇଛି।

Bjp Rahul Gandhi BSP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe