ମୋଦି ସରନେମ୍‌ ମାମଲା: ରାହୁଲଙ୍କ ଦଣ୍ଡାଦେଶ ଉପରେ ଲାଗିଲା ରୋକ୍‌

ମୋଦି ସରନେମ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି।

Rahul Gandhi

ରାହୁଲ ଗାନ୍ଧି ।

Niharika Rout
  • Published: Friday, 04 August 2023
  • Updated: 04 August 2023, 02:45 PM IST

Sports

Latest News

ମୋଦି ସରନେମ୍‌ ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ମାନହାନୀ ମାମଲାରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ଗୁଜରାଟର ସୁରଟ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହି ରାୟ ପରେ ରାହୁଳ ଗାନ୍ଧି ପୁଣି ଥରେ ୱେନାଡ଼ ସାଂସଦ ଭାବେ କାର୍ଯ୍ୟ କରିପାରିବେ। ତେବେ, ସେଥିପାଇଁ ଲୋକସଭା ବାଚସ୍ପତି ତାଙ୍କର ସଦସ୍ୟତା ରଦ୍ଦ ନିର୍ଦ୍ଦେଶ ପ୍ରତ୍ୟାହାର କରିବାକୁ ହେବ। 

ଆଜି ହୋଇଥିବା ଏହି ବହୁ ପ୍ରତୀକ୍ଷିତ ମାମଲାର ଶୁଣାଣିରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟଙ୍କୁ ଖୁବ୍‌ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ରାହୁଲ ଗାନ୍ଧିଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହବୀ ଓ ଅପର ପକ୍ଷରୁ ମହେଶ ଜେଠମଲାନୀ ନିଜ ପକ୍ଷ ରଖିଥିଲେ।

ସୁପ୍ରିମକୋର୍ଟ ଜଷ୍ଟିସ ବି. ଆର ଗୋୱାଇ, ଜଷ୍ଟିସ ପି.ଏସ୍‌ ନରସିଂହା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ୩ ଜଣିଅ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।

ରାହୁଲଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ, ଏହି ମାମଲାରେ ରାହୁଲଙ୍କୁ ମିଳିଥିବା ଦଣ୍ଡ ଅତ୍ୟନ୍ତ କଠୋର। କାରଣ ମୋଦି ସମୁଦାୟର କୌଣସି ଆକାର ନ ଥିବା ବେଳେ ଏହା ଏକ ଅପରିଭାଷିତ ସମୁଦାୟ ଅଟେ। ଏଥିସହ ସେ କହିଛନ୍ତି, ଆବେଦନକାରୀଙ୍କ ନିକଟରେ ମାନହାନୀ ମାମଲା କରିବାର କୌଣସି ଅଧିକାର ନାହିଁ। ମୋଦି ସରନେମ ଲୋକ ବହୁ ସମୁଦାୟରେ ବିଭକ୍ତ ହୋଇ ରହିଛନ୍ତି।

କାରଣ ରାହୁଲଙ୍କ ବିରୋଧରେ ଏହି ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂର୍ଣ୍ଣେଶ ମୋଦି ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ସରନେମ୍‌ ମୋଦି ନୁହେଁ। ସେ ମୋଧ ବଣିକ ସମାଜରୁ ଆସିଛନ୍ତି। ଏଥିସହ ରାହୁଲ ଗାନ୍ଧି ନିଜ ଭାଷଣ ସମୟରେ ନିର୍ଦ୍ଦିଷ୍ଟ ଭାବେ ଜଣେ ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରି ଟାର୍ଗେଟ କରି ନାହାନ୍ତି।

ଏଥିସହ ସିଂହବୀ କହିଛନ୍ତି, ମୋଦି ସରନେମ ମାମଲା ଭାଜପା ପଦାଧିକାରୀଙ୍କ ଦ୍ୱାରା ପଞ୍ଜୀକୃତ ହୋଇଛି। ଏହା ଏକ ରାଜନୈତିକ ଚାଲ। ଏହା ପଛରେ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ହେଉଛି। ରାହୁଲ ଗାନ୍ଧି ଏହି ସବୁ ମାମଲାରେ କେବଳ ଅଭିଯୁକ୍ତ, ଦୋଷୀ ନୁହନ୍ତି। ଏଥିସହ ସେ କହିଛନ୍ତି ରାହୁଲ ଗାନ୍ଧି ନିଜ ଭାଷଣ ସମୟରେ ଯେଉଁମାନଙ୍କ ନାମ ନେଇଥିଲେ ସେମାନଙ୍କ ମଧ୍ୟରୁ କେହି ବି କେସ୍‌ ଦାଏର କରି ନାହାନ୍ତି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧୩ କୋଟି ଜନସଂଖ୍ୟା ବିଶିଷ୍ଟ ମୋଦି ସମୁଦାୟର ଯେଉଁମାନେ ପୀଡ଼ିତ ସେମାନଙ୍କ ମଧ୍ୟରୁ କେବଳ ଜଣେ ଭାଜପା କାର୍ଯ୍ୟକର୍ତ୍ତା ହିଁ ମାମଲା ରୁଜୁ କରିଛନ୍ତି। ଏହା ଖୁବ୍‌ ଆଶ୍ଚର୍ଯ୍ୟଜନକ।

ଏଥିସହ ସିଂହବୀ କହିଛନ୍ତି, ଏକ ଗଣତନ୍ତ୍ର ରାଷ୍ଟ୍ରରେ କ’ଣ ଜଣେ ସ୍ୱତନ୍ତ୍ର ଭାବେ ନିଜ ଭାବନାକୁ ବ୍ୟକ୍ତ କରି ପାରିବନି। ଏହା କୌଣସି ଜଘନ୍ୟ ଅପରାଧ ସହ ସମ୍ପୃକ୍ତ ନ ଥିବା ବେଳେ ଏହାକୁ କିନ୍ତୁ ଭୁଲ୍‌ ଭାବେ ଚିତ୍ରଣ କରାଯାଇଛି। ଏହି ମାମଲାର କୌଣସି ଅପରାଧିକ ଦିଗ ନାହିଁ। ମୋ ମହକିଲ କେବଳ ଜଣେ ଅଭିଯୁକ୍ତ।

ଏଥିସହ ସେ କହିଛନ୍ତି, ରାହୁଲଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନାହିଁ। ଅଭିଯୋଗକାରୀ କେବଳ ନିଜ ହ୍ୱାଟସ୍‌ ଆପ୍‌କୁ ଆସିଥିବା ପେପର କଟିଂକୁ ଅଧାର କରି ଏହି ମାମଲା କରିଛନ୍ତି। ହେଲେ ସେ ମୋଦି ସମୁଦାୟ ବିରୋଧରେ ଦେଇଥିବା ଭାଷଣର କୌଣସି ପ୍ରମାଣ ନାହିଁ।

ଏହାପରେ ଆବେଦନକାରୀଙ୍କ ଓକିଲ ମହେଶ ଜେଠମାଲାନୀ କହିଥିଲେ, ଏହି ମାମଲାର ବହୁ ପ୍ରମାଣ ଆମ ପାଖରେ ଅଛି। ଏହାକୁ ସେ ୟୁଟ୍ୟୁବରୁ ଦେଖିଥିବା ବେଳେ ପେନ୍‌ ଡ୍ରାଇଭରେ ଡାଉନଲୋଡ କରିଛନ୍ତି। ପ୍ରାୟ ୫୦ ମିନିଟ୍‌ର ଏହି ଭାଷଣର ୩ଟି ସିଡି କୋର୍ଟରେ ଦାଖଲ କରାଯାଇଛି। ସେଥିରୁ ଦ୍ୱିତୀୟ ସିଡିରେ ପ୍ରମାଣ ରହିଛି। ପୂରା ଦେଶ ଏହି ଭାଷଣ ଶୁଣି ସାରିଛି।

ମୋଦି ସମୁଦାୟକୁ ବଦନାମ କରିବାକୁ ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀଙ୍କ ସରନେମ ହେଉଛି ମୋଦି। ସେଥିପାଇଁ ସେ ପୂରା ସମୁଦାୟକୁ ବଦନାମ କରିବାକୁ ପଛାଇ ନାହାନ୍ତି।

ଏହି ମାମଲାର ଶୁଣାଣି କରି ଜଷ୍ଟିସ ଗୋୱାଇ କହିଛନ୍ତି, ରାଜନେତାମାନେ ଦିନକୁ ୧୦ରୁ ୧୫ କିମ୍ବା ତା’ଠୁ ଅଧିକ ଭାଷଣ ଦେଉଛନ୍ତି। ତେଣୁ ସେମାନେ କ’ଣ ଭାଷଣ ଦେଉଛନ୍ତି ତାହାକୁ ସେମାନେ ବି ଭୁଲି ଯାଉଛନ୍ତି। ମାତ୍ର ଜେଠମଲାନୀ କହିଛନ୍ତି, ଆମ ପାଖରେ ରାହୁଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି।

ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ସୁରଟ ସେସନ୍ସ କୋର୍ଟ ୨ ବର୍ଷ ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହାକୁ କାଏମ ରଖିଥିଲେ ଗୁଜରାଟ ସେସନ କୋର୍ଟ। ମାତ୍ର ଏହି ମାମଲାର ଦଣ୍ଡାଦେଶକୁ ଦିନଟେ ୨ ବର୍ଷରୁ ଗୋଟିଏ ଦିନ କମ୍‌ କରାଯାଇଥିଲେ ତାଙ୍କ ସାଂସଦ ପଦ ରଦ୍ଦ ହୋଇ ନ ଥାନ୍ତା। ତେଣୁ ଏପରି କାହିଁକି କରାଗଲାନି ବୋଲି ପଚାରିଛନ୍ତି ସୁପ୍ରିମକୋର୍ଟ।

ଆବେଦନକାରୀଙ୍କ ଭାଷଣ ରୁଚିକର ହୋଇ ନ ଥିବା ବେଳେ ଭବିଷ୍ୟତରେ ଭାଷଣ ଦେବା ସମୟରେ ସେ ଅଧିକ ଯତ୍ନବାନ ହେବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି କୋଲାରରେ ଭାଷଣ ଦେବା ବେଳେ କେମିତି ସମସ୍ତ ଚୋରଙ୍କ ସରନେମ ମୋଦି ବୋଲି ପଚାରିଥିଲେ। ତାଙ୍କର ଏହି ବୟାନକୁ ନେଇ ବିଜେପି ଆଟାକିଂ ମୋଡକୁ ଆସିଥିଲା। ରାହୁଲ ଗାନ୍ଧି ଓବିସିମାନଙ୍କୁ ଅପମାନିତ କରିଥିବା ଦଳ ଅଭିଯୋଗ କରିଥିଲା। ଏଥିସହ ଗୁଜରାଟ ବିଜେପି ନେତା ପୁର୍ଣ୍ଣେଶ ମୋଦି କୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାହୁଲ ଗାନ୍ଧିଙ୍କ ନାଁରେ ଅପରାଧିକ ମାନହାନୀ କେସ୍‌ କରିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story