Advertisment

ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧି ମୋ ପସନ୍ଦ: ମଲ୍ଲିକାର୍ଜୁନ ଖଡଗେ

ଖଡଗେ କଂଗ୍ରେସ ଅଧ୍ୟକ୍ଷ ହିସାବସରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଏବରେଲୀ ଆସନରୁ ନିର୍ବାଚନ ଲଢ଼ନ୍ତୁ ବୋଲି ଚାହୁଁଥିଲେ।

Kharge

Kharge

Advertisment

ଯଦି ସାଧାରଣ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇ ପାରିବ, ତା’ହେଲେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

Advertisment

ଏଥିସହ ଖଡଗେ କଂଗ୍ରେସ ଅଧ୍ୟକ୍ଷ ହିସାବସରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଏବରେଲୀ ଆସନରୁ ନିର୍ବାଚନ ଲଢ଼ନ୍ତୁ ବୋଲି ଚାହୁଁଥିଲେ। ହେଲେ ସେ ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କୁ ପ୍ରଚାରରେ ସହାୟତା କରିବା ପାଇଁ ନିର୍ବାଚନ ଲଢ଼ିବାରୁ ଦୂରେଇ ଯାଇଥିଲେ ବୋଲି ମଧ୍ୟ ଖଡଗେ କହିଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ଖଡଗେ କହିଛନ୍ତି ଯେ “ ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ ଗାନ୍ଧି ମୋ ପସନ୍ଦ। ସେ ମୋର ପସନ୍ଦ ଓ ସେ ଯୁବଗୋଷ୍ଠୀଙ୍କୁ ପ୍ରତିନିଧିତ୍ୱ କରନ୍ତି। ଯୁବଗୋଷ୍ଠୀ ହେଉଛନ୍ତି ଦେଶର ସମ୍ବଳ ଓ ସବୁ କିଛି।”

Advertisment

ତେବେ ମାସକୁ ପୂର୍ବରୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କିଏ ହେବେ, ସେ ପ୍ରଶ୍ନକୁ ଖଡଗେ ଏଡ଼ାଇ ଯାଇଥିଲେ। ସେ କହିଥିଲେ ଯେ “ଇଣ୍ଡିଆ ମେଣ୍ଟ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ଜିତିବା ପରେ ଇଣ୍ଡିଆ ମେଣ୍ଟରେ ଥିବା ସବୁ ସଦସ୍ୟ ମିଳିତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିବେ।” ମେଣ୍ଟରେ ଥିବା ଆପ୍‌ର ସୁପ୍ରିମୋ ‌ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମାନ କଥା କହିଥିଲେ।

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସମ୍ପର୍କରେ ଖଡଗେ କହିଛନ୍ତି ଯେ “ପ୍ରିୟଙ୍କା ନିର୍ବାଚନ ଲଢ଼ନ୍ତୁ ବୋଲି ମୁଁ ଚାହୁଁଥିଲି। କିନ୍ତୁ ରାହୁଲ ନିଜର ପ୍ରଚାର ପାଇଁ ଜଣଙ୍କୁ ମ୍ୟାନେଜର ଭାବେ ଚାହୁଁଥିଲେ। କାରଣ ରାହୁଲ ନିଜେ ପୂରା ଦେଶର ବିଭିନ୍ନ ସ୍ଥାନରେ ପ୍ରଚାର କାମରେ ବ୍ୟସ୍ତ ରହୁଥିଲେ। ତେଣୁ ପ୍ରିୟଙ୍କା ପ୍ରଚାର ଦାୟିତ୍ୱରେ ରହିଥିବାରୁ ନିର୍ବାଚନ ଲଢ଼ିବାକୁ ଚାହିଁ ନଥିଲେ।”

ଜୁନ ୧ ରେ ଇଣ୍ଡିଆ ମେଣ୍ଟର ବୈଠକ ଅନୁଷ୍ଠିତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ବୈଠକରେ ସବୁ ଦଳ ନିଜ ନିଜର ଆଗାମୀ ଭବିଷ୍ୟତ ସମ୍ପର୍କରେ ମତ ରଖିବେ।

Rahul Gandhi Mallikarjun Kharge Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe