Rahul Gandhi
ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମ୍ନାରେ ରହି ଟକ୍କର ଦେବେ ରାହୁଲ ଗାନ୍ଧି। କାରଣ ରାହୁଲ ଗାନ୍ଧି ଲୋକସଭାରେ ପ୍ରଥମଥର ପାଇଁ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି।
ରାହୁଲ ବିରୋଧୀ ଦଳର ନେତା ନିର୍ବାଚିତ ହୋଇଥିବା ଆଜି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ସୋନିଆ ଗାନ୍ଧି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି।
କଂଗ୍ରେସ ୱାର୍କିଂ କମିଟି(CWC) ପକ୍ଷରୁ ରାହୁଲଙ୍କୁ ବିରୋଧୀ ଦଳର ନେତା କରିବାକୁ ଗୋଟିଏ ସଂକଳ୍ପ ପାରିତ ହୋଇଥିଲା। ରାହୁଲ ଗାନ୍ଧିଙ୍କୁ ବିରୋଧୀ ଦଳ ନେତା ପଦ ସମ୍ଭାଳିବାକୁ କୁହାଯାଇଥିଲା। କେବଳ କଂଗ୍ରେସ ନୁହେଁ, ବିରୋଧୀ ମେଣ୍ଟରେ ଥିବା ସହଯୋଗୀ ଦଳଗୁଡ଼ିକ ମଧ୍ୟ ରାହୁଲଙ୍କୁ ବିରୋଧୀ ଦଳ ନେତା ହେବାକୁ ପ୍ରସ୍ତାବ ଦେଇଥିଲେ। ରାହୁଲ ଏହାକୁ ଗ୍ରହଣ କରି ନେଇଛନ୍ତି। ସେ ପ୍ରସ୍ତାବ ଗ୍ରହଣ କରି ନେଇଥିବାରୁ କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରାଯାଇଛି।
ଚଳିତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ଉଭୟ ରାଏବରେଲୀ ଓ କେରଳର ୱାୟନାଡଙ୍କୁ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ୱାୟନାଡ ଆସନ ଛାଡ଼ିବାକୁ ପଡ଼ିଛି। ଏଠାରେ ହେବାକୁ ଥିବା ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରାର୍ଥୀ ହେବେ।
ସେହିପରି ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ଲୋକସଭାରେ ୯୯ଟି ଆସନ ଜିତିଛି। ବିରୋଧୀ ମେଣ୍ଟ ଇଣ୍ଡିଆ ପାଖରେ ୨୩୩ ଜଣ ସାଂସଦ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1719331653.jpg)