Advertisment

କୋଲକାତା ହରର: ରାହୁଲ ଗାନ୍ଧି ଦେଲେ ବଡ଼ ବୟାନ

ରାହୁଲ ଗାନ୍ଧି ଘଟଣାକୁ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବେଙ୍ଗଲରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଟିଏମସି ଥିବା ବେଳେ ରାହୁଲ ଗାନ୍ଧି ସେଠାକାର ପ୍ରଶାସନ ଉପରେ ପ୍ରଶ୍ନ ଉଠାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Rahul Gandhi

Rahul Gandhi

Advertisment

କୋଲକାତାର ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ମେଡିକାଲ କର୍ମଚାରୀ ଓ ଛାତ୍ରଛାତ୍ରୀ ବିକ୍ଷୋଭ କରୁଛନ୍ତି। କଲିକତା ହାଇକୋର୍ଟ କୋଲକାତା ପୁଲିସ୍‌ର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏସବୁ ଭିତରେ ରାହୁଲ ଗାନ୍ଧି ଘଟଣାକୁ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବେଙ୍ଗଲରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଟିଏମସି ଥିବା ବେଳେ ରାହୁଲ ଗାନ୍ଧି ସେଠାକାର ପ୍ରଶାସନ ଉପରେ ପ୍ରଶ୍ନ ଉଠାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସେ ନିଜ ଏକ୍ସ ଆକାଉଣ୍ଟରେ କହିଛନ୍ତି, “କୋଲକାତାରେ ଜୁନିୟର ଡାକ୍ତରଙ୍କ ସହ ହୋଇଥିବା ରେପ ଓ ମର୍ଡରର ବୀଭତ୍ସ ଘଟଣାରେ ପୂରା ଦେଶ ସ୍ତବ୍ଧ। ତାଙ୍କ ସହ ଘଟିଥିବା କ୍ରୁର ଓ ଅମାନବୀୟ କାଣ୍ତର ଗୋଟିଏ ପରେ ଗୋଟିଏ ପୃଷ୍ଠା ସାମ୍ନାକୁ ଆସିବାରେ ଲାଗିଛି। ଏଥିଯୋଗୁ ଡାକ୍ତର ଗୋଷ୍ଠୀ ଓ ମହିଳାଙ୍କ ମଧ୍ୟରେ ଅସୁରକ୍ଷିତ ପରିବେଶ ସୃଷ୍ଟି ହୋଇଛି।

Advertisment

ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଅପରାଧୀମାନଙ୍କୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଉଦ୍ୟମ ହସ୍ପିଟାଲ ଓ ସ୍ଥାନୀୟ ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ମେଡିକାଲ କଲେଜ ଭଳି ସ୍ଥାନରେ ଯଦି ଡାକ୍ତରମାନେ ସୁରକ୍ଷିତ ନୁହନ୍ତି, ତା’ହେଲେ ଅଭିଭାବକମାନେ କେମିତି ନିଜ ଝିଅମାନଙ୍କୁ ବାହାରକୁ ପାଠପଢ଼ିବା ପାଇଁ ଛାଡ଼ିବେ?

ନିର୍ଭୟା କେସ ପରେ ପ୍ରଣୟନ କରାଯାଇଥିବା କଠୋର ଆଇନ ବି ଏପରି ଅପରାଧକୁ ରୋକିବାରେ କେମିତି ଅସଫଳ ହେଲା? ହାଥରସରୁ ଉନ୍ନାଓ, କଠୁଆରୁ କୋଲକାତା ଯାଏ ମହିଳାଙ୍କ ଉପରେ ଉପରେ ବଢ଼ୁଥିବା ଅତ୍ୟାଚାରକୁ ନେଇ ସବୁ ଦଳ ଓ ସବୁ ବର୍ଗ ମିଳିତ ଭାବେ ବିଚାର ବିମର୍ଶ କରି ଠୋସ ଉପାୟ କରିବାକୁ ପଡ଼ିବ।

ମୁଁ ଏହି ଅସହନଶୀଳ କଷ୍ଟ ସମୟ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ଛିଡ଼ା ହୋଇଛି। ସେମାନଙ୍କୁ ଯେକୌଣସି ପରିସ୍ଥିତିରେ ମଧ୍ୟ ନ୍ୟାୟ ମିଳୁ। ଦୋଷୀଙ୍କୁ ଏମିତି ଦଣ୍ଡ ମିଳୁ, ଯାହା ପୂରା ସମାଜ ଆଗରେ ଗୋଟିଏ ଉଦାହରଣ ସୃଷ୍ଟି କରିବ।”

ପୁଲିସ୍‌ କୋଲକାତା ହରର ଘଟଣାରେ ସଞ୍ଜୟ ରୟ ନାମକ ଜଣେ ସିଭିକ ସ୍ୱେଚ୍ଛାସେବୀକୁ ଗିରଫ କରିଛି। ତେବେ ଘଟଣାରେ ସଞ୍ଜୟ ସହ ଆଉ କିଏ ସାମିଲ ଥିଲା ନା ସେ ସବୁ କିଛି ଏକାକୀ କରିଛି, ସେକଥା ସ୍ପଷ୍ଟ ହୋଇନାହିଁ।

Kolkata Doctor Rape And Murder Case Rahil Gandhi Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe