Advertisment

ମୋତେ ସଂସଦ ଟିଭିରେ ଦେଖାଇଲେନି ବୋଲି କହିଲେ ରାହୁଲ ଗାନ୍ଧି

କଂଗ୍ରେସ କହିଛି ଯେ ରାହୁଲ ଗାନ୍ଧି ମଣିପୁର ପ୍ରସଙ୍ଗରେ ୧୫ ମିନିଟ ଭାଷଣ ଦେଇଥିଲେ। ଏହା ମଧ୍ୟରୁ କେବଳ ୪ ମିନିଟ ୩୪ ସେକେଣ୍ଡ ସଂସଦ ଟିଭି କ୍ୟାମେରା ତାଙ୍କ ଉପରେ ରହିଥିଲା ବୋଲି ଦଳ ଅଭିଯୋଗ କରିଛି।

Rahul Gandhi

Rahul Gandhi

Advertisment

ଅନାସ୍ଥା ପ୍ରସ୍ତାବ ବିତର୍କର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଭାଷଣ ଦେବା ଆରମ୍ଭ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସଂସଦରେ ପହଞ୍ଚିଥିଲେ। ଏହି ସମୟରେ ରାହୁଲ ଗାନ୍ଧି କହିଛନ୍ତି ଯେ “ମୋତେ ସଂସଦ ଟିଭିରେ ଦେଖାଇଲେ ନାହିଁ।”

Advertisment

ବୁଧବାର ରାହୁଲ ଗାନ୍ଧି ଲୋକସଭାରେ ଅନାସ୍ଥା ବିତର୍କ ଉପରେ ନିଜର ପକ୍ଷ ରଖିଥିଲେ। ସେ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ତେବେ କଂଗ୍ରେସ ଅଭିଯୋଗ କରିଛି ଯେ ରାହୁଲଙ୍କ ଭାଷଣ ଦେବା ବେଳେ ସଂସଦ ଟିଭିର କ୍ୟାମେରା ତାଙ୍କ ଉପରେ ୪୦%କୁ କମ ସମୟ ଫୋକସ କରିଥିଲା। ଏନେଇ କଂଗ୍ରେସ ପକ୍ଷରୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅବଗତ ମଧ୍ୟ କରାଯାଇଛି।

କଂଗ୍ରେସ କହିଛି ଯେ ରାହୁଲ ଗାନ୍ଧି ମଣିପୁର ପ୍ରସଙ୍ଗରେ ୧୫ ମିନିଟ ଭାଷଣ ଦେଇଥିଲେ। ଏହା ମଧ୍ୟରୁ କେବଳ ୪ ମିନିଟ ୩୪ ସେକେଣ୍ଡ ସଂସଦ ଟିଭି କ୍ୟାମେରା ତାଙ୍କ ଉପରେ ରହିଥିଲା ବୋଲି ଦଳ ଅଭିଯୋଗ କରିଛି। କଂଗ୍ରେସର ଏପରି ଅଭିଯୋଗ ଉପରେ ରାହୁଲଙ୍କୁ ପଚାରା ଯିବାରୁ ସେ ମୋତେ ଦେଖାଇଲେ ନାହିଁ ବୋଲି କହିଛନ୍ତି।

Advertisment

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଅନ୍ୟାୟ ଭାବେ ଅଯୋଗ୍ୟ ଘୋଷଣା କରାଯିବା ପରେ ରାହୁଲ ଗାନ୍ଧି ପୁଣି ପଦ ଫେରିପାଇଥିଲେ। ଅନାସ୍ଥା ପ୍ରସ୍ତାବ ଉପରେ ସେ ସେ ୧୨.୦୯ରୁ ୧୨.୪୬ ଯାଏ କହିଥିଲେ। ଏହି ୩୭ ମିନିଟର ଭାଷଣ ମଧ୍ୟରେ ସଂସଦ ଟିଭି କ୍ୟାମେରା ରାହୁଲଙ୍କ ଉପରେ ୧୪ ମିନିଟ ୩୭ ସେକେଣ୍ଡ ଫୋକସ କରିଥିଲା। ଏହା ୪୦%ରୁ କମ। ଶ୍ରୀ ମୋଦି(ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) କ’ଣ ଡରୁଛନ୍ତି?

ଖାଲି ସେତିକି ନୁହେଁ, ରାହୁଲ ଗାନ୍ଧି ମଣିପୁର ପ୍ରସଙ୍ଗରେ ୧୫ ମିନିଟ ୪୨ ସେକେଣ୍ଡ କହିଥିଲେ। ଏହା ମଧ୍ୟରୁ ସଂସଦ ଟିଭି କ୍ୟାମେରା ୧୧ ମିନିଟ ୦୮ ସେକେଣ୍ଡ ବାଚସ୍ପତିଙ୍କ ଉପରେ ଫୋକସ କରିଥିଲା। ଏହା ମୋଟ ଭାଷଣର ୭୧%। ସଂସଦ ଟିଭି କ୍ୟାମେରା ରାହୁଲ ଗାନ୍ଧିଙ୍କୁ ୪ ମିନିଟ ୩୪ ସେକେଣ୍ଡ ଦେଖାଇଥିଲା।”

Parliament No Confidence Motion Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe