Advertisment

ଆଦାନୀଙ୍କୁ ନେଇ ନୂଆ ରିପୋର୍ଟ : ତଦନ୍ତ ଦାବି କଲେ ରାହୁଲ ଗାନ୍ଧି

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି।

author-image
Hemant Lenka
Adani

Adani

ଶିଳ୍ପପତି ଗୌତମ ଆଦାନୀଙ୍କ ଅଡ଼ୁଆ ପୁଣି ବଢ଼ିଛି। Organised Crime and Corruption Reporting Project (OCCRP) ଆଦାନୀ ଗ୍ରୁପ୍‌ରେ କେମିତି ମରିସସର ଅସ୍ୱଚ୍ଛ ଟଙ୍କା ଲଗାଯାଇଛି, ତା’ର ରିପୋର୍ଟ ପ୍ରକାଶ କରିଛି। ଆଦାନୀ ଗ୍ରୁପ୍‌ର ଶେୟାର ମୂଲ୍ୟ ବୃଦ୍ଧି କରିବା ପାଇଁ ଆଦାନୀ ପରିବାର ସହ ଲିଙ୍କ ରଖିଥିବା ଲୋକମାନେ ହିଁ ଏଥିରେ ପୁଞ୍ଜି ନିବେଶ କରିଥିଲେ।

Advertisment

ଏହାକୁ ଲୁଚାଇ ରଖାଯାଇଛି। ଏଥିସହ ନସୀର ଅଲି ଶାବନ ଅହଲି ଓ ଚାଇନିଜ ନାଗରିକ ଚାଙ୍ଗ ଚୁଙ୍ଗ ଲିଙ୍ଗ ମଧ୍ୟ କମ୍ପାନୀର ଶେୟାର ମୂଲ୍ୟ ବୃଦ୍ଧି ପାଇଁ ନିବେଶ କରିଥିଲେ ବୋଲି ରିପୋର୍ଟରେ କୁହାଯାଇଛି। ଭାରତରୁ ବିଦେଶକୁ ଟଙ୍କା ଯାଇ ବିଭିନ୍ନ ସ୍ଥାନରେ ନିବେଶ କରାଯାଉଥିଲା। ଏହାପରେ ସେହି ଟଙ୍କା ପୁଣି ଭାରତକୁ ଆସିଥିଲା ବୋଲି ରିପୋର୍ଟରେ ଦାବି କରାଯାଇଛି।

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। ଆଦାନୀ ଗ୍ରୁପ୍‌ ସହ ନିଜର ସମ୍ପର୍କକୁ ମୋଦି ସ୍ପଷ୍ଟ କରନ୍ତୁ ଓ ନୂଆ ରିପୋର୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଅନ୍ତୁ ବୋଲି ରାହୁଲ ଦାବି କରିଛନ୍ତି। ଏଥିସହ ସେ ଆଦାନୀ ଗ୍ରୁପ ସହ ଜଡ଼ିତ ଦୁର୍ନୀତିର ତଦନ୍ତ ଯୁଗ୍ମ ସଂସଦୀୟ କମିଟି ଦ୍ୱାର କରିବାକୁ ପ୍ରସ୍ତାବ ଦେଇଛନ୍ତି।

Advertisment

ସେ କହିଛନ୍ତି, “ମୁଁ ବୁଝି ପାରୁନି କାହିଁକି ତଦନ୍ତ କରିବାକୁ ଚାହୁଁ ନାହାନ୍ତି। କାହିଁକି ସେ ଚୁପ? କାହିଁକି ସେ ଘଟଣାର ତଦନ୍ତ ହେବ ବୋଲି କହୁ ନାହାନ୍ତି ଓ ଦୁର୍ନୀତି କରିଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରାଯିବ ବୋଲି କହୁ ନାହାନ୍ତି? ରିପୋର୍ଟରେ ଅନେକ ସାଂଘାତିକ ପ୍ରଶ୍ନ ଉଠା ଯାଇଛି। ଜି-୨୦ ନେତାମାନେ ଆସିବା ପୂର୍ବରୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଉପରେ ଏପରି ପ୍ରଶ୍ନ ଉଠିଛି।”

OCCRP ତା’ ରିପୋର୍ଟରେ କହିଛି ଯେ ମରିସସର ଅସ୍ୱଚ୍ଛ ପାଣ୍ଠି ଆଦାନୀ ଗ୍ରୁପର ପବ୍ଲିକ ଟ୍ରେଡ ଷ୍ଟକରେ ନିବେଶ କରାଯାଇଥିଲା। ଏହା ପଛରେ ଆଦାନୀ ପରିବାର ସହ ସମ୍ପର୍କ ରଖିଥିବା ବ୍ୟବସାୟିକ ଅଂଶିଦାରମାନେ ଥିଲେ। କିନ୍ତୁ ଏହାକୁ ଗୁପ୍ତ ରଖାଯାଇଥିଲା।

ଶେୟାର ମୂଲ୍ୟକୁ ଠିକଠାକ ରଖିବା ପାଇଁ ଆଦାନୀ ପରିବାର ସଦସ୍ୟମାନେ ନିଜେ କମ୍ପାନୀରେ ନିବେଶ କରିବା ଘଟଣାରେ ରାହୁଲ ଗାନ୍ଧି କହିଛନ୍ତି, “ଏହା ପଛର ମୁଖ୍ୟ ମାଷ୍ଟରମାଇଣ୍ଡ ହେଲେ ବିନୋଦ ଆଦାନୀ। ସେ ଗୌତମ ଆଦାନୀଙ୍କ ଭାଇ। ଏହି ଆର୍ଥିକ କାରବାର ପଛରେ ଆଉ ଦୁଇ ଜଣ ହେଲେ ନସୀର ଅଲି ଶାବନ ଅହଲି ଓ ଚାଇନିଜ ନାଗରିକ ଚାଙ୍ଗ ଚୁଙ୍ଗ ଲିଙ୍ଗ। ଏହି ଦୁଇ ବିଦେଶୀ ନାଗରିକଙ୍କୁ କାହିଁକି କମ୍ପାନୀର ମୂଲ୍ୟକୁ ବୃଦ୍ଧି କରିବା ପାଇଁ ସାମିଲ କରାଯାଇଛି?”

Bharjan Kumar Pradhan Gautam Adani PM Modi Adani Enterprises