Advertisment

ଲାଞ୍ଚ ନେବା ପାଇଁ ନିର୍ବାଚନୀ ବଣ୍ଡ କରିଥିଲା ବିଜେପି: ରାହୁଲ

ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ଲାଞ୍ଚ ନେଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

author-image
Madhupriya Mistry
Rahul Gandhi

Rahul Gandhi

ରଦ୍ଦ ହୋଇଛି ନିର୍ବାଚନୀ ବଣ୍ଡ। ଏହି ଯୋଜନାକୁ ଅସାମ୍ବିଧାନିକ ବୋଲି କହିବା ସହ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଆସିବା ପରେ ବିରୋଧୀ ଖୁସି ହୋଇପଡିଛନ୍ତି। ବିରୋଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଏହି କ୍ରମରେ ରାହୁଲ ଗାନ୍ଧି ମଧ୍ୟ ବିଜେପି ମାରିଛନ୍ତି ବାଣ। ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ଲାଞ୍ଚ ନେଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଲାଞ୍ଚ ଓ କମିଶନ ନେବା ପାଇଁ ବିଜେପି ନିର୍ବାଚନୀ ବଣ୍ଡକୁ ମାଧ୍ୟମ ସଜାଇଥିଲା ବୋଲି ସେ କହିଛନ୍ତି।

Advertisment

ରାହୁଲ ଗାନ୍ଧି ନିର୍ବାଚନୀ ବଣ୍ଡ ରଦ୍ଦ ହେବା ପରେ ଖୁସି ଜାହିର କରିଛନ୍ତି। ଏଥିସହ ନରେନ୍ଦ୍ର ମୋଦି ସରକାରଙ୍କ ଦୁର୍ନୀତିର ଆଉ ଏକ ପ୍ରାମଣ ସାମ୍ନାକୁ ଆସିଛି ବୋଲି ସେ ପୋଷ୍ଟ କରି କହିଛନ୍ତି। ବିଜେପି ଇଲେକ୍ଟୋରାଲ ବଣ୍ଡକୁ ଲାଞ୍ଚ ଓ କମିଶନ ନେବାର ଏକ ମାଧ୍ୟମ କରିଥିଲା । ଆଜି ଏହାର ସତ୍ୟତା ଉପରେ କୋର୍ଟ ମୋହର ମାରିଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି।

ସେହିପରି କଂଗ୍ରେସ ସଚିବ ଜୟରାମ ରମେଶ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ମୋଦି ସରକାର ଚାନ୍ଦାଦାତାଙ୍କୁ ବିଶେଷ ଅଧିକାର ଦେଇ ଅନ୍ନଦାତାଙ୍କ ଉପରେ ଅତ୍ୟାଚାର କରୁଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ରଣଦୀପ ସୂର୍ଯେଓ୍ୱାଲା କହିଛନ୍ତି କି, କଂଗ୍ରେସ ସର୍ବଦା ଇଲେକ୍ଟ୍ରୋରାଲ ବଣ୍ଡ ରଦ୍ଦ କରିବାକୁ ଦାବି କରିଆସୁଛି। ଏହା ବିଜେପିର ଦୁର୍ନୀତି ଥିଲା, ତେଣୁ ଏବେ ପ୍ରଧାନମନ୍ତ୍ରୀ ଏହା ଉପରେ ଜବାବ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Advertisment

ସେହିଭଳି କଂଗ୍ରେସ ନେତା ପବନ ଖେଡା କହିଛନ୍ତି କି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନ୍ଧାର ଭିତରେ ଆଲୋକର ଆଶା। କଂଗ୍ରେସ ଆରମ୍ଭରୁ ଏହି ବଣ୍ଡ ବିରୋଧରେ ମତ ରଖିଛି। ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦା ବାବଦରେ ସାଧାରଣ ଲୋକଙ୍କର ଜାଣିବା ଅଧିକାର ରହିଛି। ଭାରତୀୟ ଷ୍ଟେଟବ୍ୟାଙ୍କ ଇଲେକ୍ଟ୍ରୋରାଲ ବଣ୍ଡ ବାବଦରେ ସୂଚନା ସାର୍ବଜନୀନ କରିବା ଦରକାର। ଏହାସହ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ବିଜେପି ଏକାକୀ ୫୨୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିଛି ବୋଲି ଖେଡା ଅଭିଯୋଗ କରିଛନ୍ତି।

Congress Rahul Gandhi Electoral Bonds Case