Advertisment

I.N.D.I.Aକୁ ମୋଦିଙ୍କ କଟାକ୍ଷ, ରାହୁଲ ଗାନ୍ଧିଙ୍କ କାଉଣ୍ଟର ଆଟାକ

ମଣିପୁର ହିଂସାକୁ ନେଇ ସଂସଦ ଚାଲି ପାରୁ ନଥିବା ବେଳେ ବିରୋଧୀ ଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବିରେ ଅଟଳ ରହିଛନ୍ତି। ସରକାର ଆଲୋଚନା ପାଇଁ ରାଜି ଥିବା କହୁଥିଲେ ହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାହିଁକି ବିବୃତି ରଖିବେ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି।

Rahul Gandhi

Rahul Gandhi

Advertisment

ବିଜେପି ବିରୋଧରେ ବିରୋଧୀ କରିଥିବା ମେଣ୍ଟ I.N.D.I.Aକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟାକ୍ଷ କରିଛନ୍ତି। ସେ ବିରୋଧୀ ମେଣ୍ଟକୁ ଇଂରେଜମାନଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀ, ଇଣ୍ଡିଆନ ମୁଜାହିଦ୍ଦିନ ଓ ପିଏଫଆଇ ସହ ତୁଳନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏପରି କଟାକ୍ଷ ଓ ସମାଲୋଚନାର ଜବାବ କଂଗ୍ରେସ ନେତା ରାହୁଲ ଗାନ୍ଧି ଜୋରଦାର ଢଙ୍ଗରେ ଦେଇଛନ୍ତି।

Advertisment

ମୋଦିଙ୍କୁ କାଉଣ୍ଟର କରି ରାହୁଲ କହିଛନ୍ତି, “ଆପଣ(ମୋଦି) ଆମକୁ ଯାହା ଇଚ୍ଛା କହି ପାରନ୍ତି। କିନ୍ତୁ ଆମେ INDAI। ଆମେ ମଣିପୁରର କ୍ଷତ ଭରିବାରେ ସହାୟକ ହେବୁ। ପ୍ରତିଟି ମହିଳା ଓ ଶିଶୁଙ୍କ ଲୁହ ପୋଛିବୁ। ଆମେ ସମସ୍ତଙ୍କ ପାଇଁ ପ୍ରେମ ଓ ଶାନ୍ତି ଫେରାଇ ଆଣିବୁ। ଆମେ ମଣିପୁରରେ ଭାରତର ବିଚାରଧାରାକୁ ପୁଣି ଗଢ଼ି ତୋଳିବୁ।”

ମଣିପୁର ହିଂସାକୁ ନେଇ ସଂସଦ ଚାଲି ପାରୁ ନଥିବା ବେଳେ ବିରୋଧୀ ଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବିରେ ଅଟଳ ରହିଛନ୍ତି। ସରକାର ଆଲୋଚନା ପାଇଁ ରାଜି ଥିବା କହୁଥିଲେ ହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାହିଁକି ବିବୃତି ରଖିବେ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି। 

Advertisment

ଗୃହରେ ୪ ଦିନ ହେଲା ଅଚଳାବସ୍ଥା ଜାରି ରହିଥିବା ବେଳେ ବିରୋଧୀ ରାତି ତମାମ ସଂସଦ ବାହାରେ ବିକ୍ଷୋଭ କରୁଛନ୍ତି। ଏଥିପାଇଁ ଆଜି ବିଜେପି ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଯୋଗ ଦେଇଥିଲେ।

ସେ ଏହି ବୈଠକରେ ବିରୋଧୀ ଗଠନ କରିଥିବା I.N.D.I.Aକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ଆଜି ଯାଏ କେବେ ହେଲେ ଏପରି ଦିଗହୀନ ବିରୋଧୀ କେହି ଦେଖି ନଥିବେ। ବିରୋଧୀ ଦେଶର ନାଁକୁ ବ୍ୟବହାର କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି।

କିନ୍ତୁ ଲୋକମାନେ କେବେ ହେଲେ ବିଭ୍ରାନ୍ତ ହେବେ ନାହିଁ। ଇତିହାସ କହୁଛି ପୂର୍ବରୁ ବହୁ ବ୍ୟାନ ଓ ଆତଙ୍କବାଦୀ ସଂଗଠନ ମଧ୍ୟ ଦେଶର ନାଁକୁ ବ୍ୟବହାର କରିଥିଲେ। ଏବେ ଲୋକମାନେ ସବୁ କିଛି ବୁଝି ପାରୁଛନ୍ତି ବୋଲି ମୋଦି କହିଥିଲେ।

Rahul Gandhi PM Modi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe