Rahul Gandhi rides bike to Pangong Lake
ବାଇକରେ ଲେହ ଗସ୍ତ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଜମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହେବା ପରେ ପ୍ରଥମ କରି ଲଦାଖ ଗସ୍ତ କରିଛନ୍ତି ରାହୁଲ। ଏହି ଅବସରରେ ସେ ବାଇକରେ ପାଂଗଙ୍ଗ ହ୍ରଦ ଅଭିମୁଖେ ଯାତ୍ରା କରିଛନ୍ତି। ଯାତ୍ରା ସମୟର କିଛି ଫଟୋ ସେୟାର୍ କରି ରାହୁଲ ଗାନ୍ଧୀ କହିଛନ୍ତି, "ପାଂଗଙ୍ଗ ଲେକ୍ ରାସ୍ତାରେ, ଯାହାକୁ ମୋ ବାପା ସବୁବେଳେ କହୁଥିଲେ ପୃଥିବୀର ସବୁଠୁ ସୁନ୍ଦର ସ୍ଥାନ।"
ବାଇକରେ ପାଂଗଙ୍କ ଯାତ୍ରା କରୁଛନ୍ତି ରାହୁଲ ଗାନ୍ଧୀଆସନ୍ତାକାଲି ରାହୁଲ ଗାନ୍ଧୀଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ରାହୁଲ ପାଂଗଙ୍ଗରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଗତକାଲି ଲଦାଖରେ ପହଞ୍ଚି ରାହୁଲ ଯୁବକମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସେମାନଙ୍କ ସହ ଫୁଟବଲ୍ ମ୍ୟାଚ୍ ଖେଳିଥିଲେ। ଏହି ଅବସରରେ ସେ ଆରଏସଏସକୁ ଟାର୍ଗେଟ କରିଛନ୍ତି। ଆରଏସଏସ ଦେଶର ପ୍ରତ୍ୟେକ ଅନୁଷ୍ଠାନରେ ନିଜର ଲୋକଙ୍କୁ ସ୍ଥାନିତ କରୁଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ। ଏଥିସହ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ କିଛି କରୁନାହାନ୍ତି, ଆରଏସଏସ ଦ୍ୱାରା ପ୍ରତିନିଧିତ୍ୱ ହୋଇଥିବା ବ୍ୟକ୍ତିଙ୍କ ଇସାରାରେ ସବୁକିଛି ଚାଲୁଥିବା କହିଥିଲେ ରାହୁଲ।
ସେ ଆହୁରି ଅଭିଯୋଗ କରି କହିଛନ୍ତି, "ଶାସକ ବିଜେପିର ଆଦର୍ଶ ଆରଏସଏସ ଇସାରାରେ ସବୁକିଛି ଚାଲିଛି। ଯଦି ଆପଣ କେନ୍ଦ୍ର ସରକାରର କୌଣସି ମନ୍ତ୍ରୀଙ୍କୁ ପଚାରିବେ ତେବେ ସେମାନେ ସେମାନଙ୍କ ପଦ ପରିଚାଳିତ କରୁନଥିବା କହିବେ। ବାସ୍ତବରେ ଆରଏସଏସ ଦ୍ୱାରା ପ୍ରତିନିଧିତ୍ୱ ହୋଇଥିବା ବ୍ୟକ୍ତିମାନେ ଏହି ମନ୍ତ୍ରଣାଳୟ ଚଳାଉଛନ୍ତି ଏବଂ ସବୁକିଛି ପରାମର୍ଶ ଦେଉଛନ୍ତି।" ନିଜ ଲୋକଙ୍କୁ ଅନୁଷ୍ଠାନିକ ଗଠନର ପ୍ରମୁଖ ପଦବୀରେ ରଖିବା ହିଁ ବିଜେପି ଏବଂ ଆରଏସଏସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
